ପେନସନ୍ ଆକାଉଣ୍ଟକୁ ଆସିଲା କୋଟିଏରୁ ଅଧିକ ଟଙ୍କା, ଚେକ୍ କରିବାକୁ ଯାଇ ଏତେ ଟଙ୍କା ଦେଖି ତାଜୁବ ଚାଷୀ

Published By : Prameya-News7 Bureau | September 17, 2021 IST

ମୁଜାଫରପୁର, ୧୭/୦୯ : ବ୍ୟାଙ୍କର ପରିଚାଳନା ତ୍ରୁଟି ପାଇଁ ପଦାକୁ ଆସୁଛି ସମସ୍ୟା । ବିଭିନ୍ନ ସମୟରେ ଏମିତି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ଦିନକ ପୂର୍ବରୁ ଜଣା ପଡିଥିଲା ସ୍କୁଲ ଛାତ୍ରଙ୍କ ଆକାଉଣ୍ଟରେ ଜମା ହୋଇଛି ୯୬୦ କୋଟି ଟଙ୍କା । ଏବେ ପୁଣିଥରେ ଭୁଲ୍ ଯୋଗୁଁ ଜଣେ ଚାଷୀଙ୍କ ପେନସନ ଆକାଉଣ୍ଟରେ ଜମା ହୋଇଛି କୋଟି କୋଟି ଟଙ୍କା । ଗତ କିଛି ଦିନ ଏଭଳି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ବିହାର ମୁଜାଫରନଗର ଜଣେ ବୃଦ୍ଧ ବ୍ୟକ୍ତି ରାମବାହାଦୁର ଶାହାଙ୍କ ବ୍ୟାଙ୍କ ଖାତାରେ ଅଚାନକ ଜମା ୫୨ କୋଟି ଟଙ୍କା । ରାମବାହାଦୁର ସରକାରଙ୍କ ତରଫରୁ ମିଳୁଥିବା ବାର୍ଦ୍ଧିକ ଭତ୍ତା ଟଙ୍କା ଚେକ୍ କରିବା ପାଇଁ ଯାଇଥିଲେ । ଆକାଉଣ୍ଟ ଚେକ୍ କରିବା ବେଳକୁ ଦେଖିବାକୁ ମିଳିଥିଲା ଯାହା ଦେଖି ରାମବାହାଦୂରଙ୍କ ହୋସ୍ ଉଡିଯାଇଥିଲା । କାରଣ ତାଙ୍କ ଖାତାରେ ଜମା ହୋଇଥିଲା ୫୨କୋଟି ଟଙ୍କା ।

ଦେଖୁ ଦେଖୁ ଏହି ଖବର ନିଆଁ ଭଳି ସାରା ଅଞ୍ଚଳରେ ବ୍ୟାପିଯାଇଥିଲା । ରାମବାହାଦୁରଙ୍କୁ ଏବାବଦରେ ପଚାରିବାରୁ ସେ କହିଲେ, ମୁଁ ଗରିବ ଚାଷୀଟିଏ, ଏ ବିଷୟରେ କିଛି ଜାଣିନି । ସରକାରଙ୍କୁ ନିବେଦନ କରୁଛି ଏହି ଟଙ୍କାରୁ ଆମକୁ କିଛି ସହାୟତା ମିଳୁ । ଏହି ଘଟଣା ନେଇ ରାମବାହାଦୁରଙ୍କ ପୁଅ ମଧ୍ୟ ବାପାଙ୍କ ଭଳି ସମାନ କଥା କହିଛନ୍ତି । ତେବେ ଗତ କିଛି ଦିନ ଭିତରେ ଏମିତି ଘଟମା ଘଟିବା ଏବେ ସମସ୍ତଙ୍କୁ ଆଚମ୍ୱିତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.