Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବିହାର ଦରଭଙ୍ଗା ମେଡିକାଲ କଲେଜରେ ୨୪ ଘଣ୍ଟାରେ ୪ ଶିଶୁ ମୃତ, ଜଣଙ୍କ ଠାରେ କୋଭିଡ ଲକ୍ଷଣ

31/05/2021 at 12:43 PM

ବିହାର ୩୧/୫: ଧୀରେ ଧୀରେ କମିବାରେ ଲାଗିଛି କରୋନାର ଦ୍ୱିତୀୟ ଲହର । ଏହାରି ଭିତରେ ଦେଖାଦେଲାଣି ତୃତୀୟ ଲହର ସଂକଟ । ବିହାର ଦାରଭଙ୍ଗାଠାରେ ଏହାର ନମୂନା ନଜର ଆସିଗଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ଚାରିଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ଦରଭଙ୍ଗା ମେଡିକାଲ କଲେଜ ହସପିଟାଲର କର୍ତ୍ତୃପକ୍ଷଙ୍କ କହିବା ମୁତାବକ, ପିଲାମାନେ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ସେମାନଙ୍କଠାରେ ନିମୋନିଆ ଭଳି ଲକ୍ଷଣ ରହିଥିଲା । ପିଲାମାନଙ୍କର ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା। ଡାକ୍ତରଖାନା ଅନୁଯାୟୀ, ଚାରି ପିଲାଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ୍ ହୋଇଥିବାବେଳେ ଅବଶିଷ୍ଟ ତିନିଜଣ କୋଭିଡ ରିପୋର୍ଟ ନେଗେଟିଭ ଥିଲା । ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସୁଥିବାବେଳେ ଏପରି ସ୍ଥିତିରେ ୨୪ ଘଣ୍ଟାରେ ୪ ପିଲାଙ୍କ ଜୀବନ ଯିବା ଚିନ୍ତାର ବିଷୟ ପାଲଟିଛି ।

ସେପଟେ ଏହି ଘଟଣା ପରେ ପିଲାମାନଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଜନ ଆଦିକର ପାର୍ଟି ସଭାପତି ପପୁ ଯାଦବ । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ କରୋନାରୁ DMCH ଦରଭଙ୍ଗାରେ କରୋନା ନେଇଛି ଚାରି ପିଲାଙ୍କ ଜୀବନ । ପ୍ରଥମ ଥର ପାଇଁ ଏଭଳି ସଂଖ୍ୟକ ପିଲା କରୋନା ଶିକାର ହୋଇଛନ୍ତି। ଏଥିରୁ ସ୍ପଷ୍ଟ ହେଲାଣି ଯେ, କରୋନାର ତୃତୀୟ ଲହର ଆରମ୍ଭ ହୋଇଗଲାଣି ।

   Related Posts