Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ବିହାର ଷୋଡ଼ଶ ବିଧାନସଭା ଭଙ୍ଗ, ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ଦେଲେ ନିତିଶ

13/11/2020 at 6:56 PM

ପାଟନା ୧୩।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଶୁକ୍ରବାର ରାଜ୍ୟପାଳଙ୍କୁ ଭେଟି ତଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହା ସହ ରାଜ୍ୟର ଷୋଡ଼ଶ ବିଧାନସଭା ଭଙ୍ଗହୋଇଛି। କ୍ୟାବିନେଟ ସହମତି ଆଧାରରେ ବିଧାନସଭା ଭଙ୍ଗ କରିବା ଲାଗି ନିତିଶ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି।

ତେବେ ରାଜ୍ୟପାଳଙ୍କୁ ଭେଟିବା ପୂର୍ବରୁ ନିତିଶ ଷୋଡ଼ଶ ବିଧାନସଭାର ମନ୍ତ୍ରୀଙ୍କ ବୈଠକ ଡାକିଥିଲେ। ଭିଡିଓ କନଫରେନସିଂରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ସହଯୋଗୀ ମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ପରେ ମନ୍ତ୍ରୀମଣ୍ଡଳରେ ନିତିଶ ବିଧାନସଭା ଭଙ୍ଗ ଲାଗି ସୁପାରିଶ ପତ୍ର  ଉପସ୍ଥାପନ କରିଥିଲେ। ବୈଠକ ଶେଷରେ ନିତିଶ ରାଜଭବନ ଯାଇ ସେଠାରେ ରାଜ୍ୟପାଳ ଫାଗୁ ଚୌହାନଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ନିତିଶ ରାଜ୍ୟପାଳଙ୍କ ସହ ନୂଆ ସରକାର ଗଠନ ନେଇ ମଧ୍ୟ ଆଲୋଚନା କରିଥିବା ଜଣାପଡିଛି। ଏହିପରି ବିହାରରେ ନୂଆ ଜନାଦେଶ ଆଧାରରେ ନୂଆ ସରକାର ଗଠନ ଲାଗି ନିତିଶ ପରମ୍ପରାର ନିର୍ବାହ କରିଛନ୍ତି।

କ୍ୟାବିନେଟ ବୈଠକରେ ନିତିଶ କରୋନା କାଳର ପ୍ରସଙ୍ଗ ଉଠାଇଥିଲେ। ରାଜ୍ୟରେ କରୋନା ସଂକଟ ସତ୍ତ୍ୱେ ମନ୍ତ୍ରୀମାନେ ନିଜନିଜ କର୍ତ୍ତବ୍ୟ ସୁଚାରୁ ପାଳନ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ନିକଟରେ କୃତଜ୍ଞତା  ଜଣାଇଥିଲେ। ବୈଠକ ପ୍ରାରମ୍ଭରେ ବିଧାନସଭାର ପରଲୋକଗତ ମନ୍ତ୍ରୀଙ୍କୁ ପ୍ରଥମେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହା ପୂର୍ବରୁ ଶୁକ୍ରବାର ମଧ୍ୟାହ୍ନରେ ଏନଡିଏ କୋର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜେଡିୟୁ ଓ ବିଜେପିର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। ଏଥିରେ ଜିତେନରାମ ମାଁଝୀ ମଧ୍ୟ ଭାଗ ନେଇଥିଲେ। ଏନଡିଏର ପରବର୍ତ୍ତି ବୈଠକ ନଭେମ୍ବର ୧୫ ତାରିଖରେ ଅନୁଷ୍ଠିତ ହେବ ବୋଲି ନିତିଶ କୁମାର ଘୋଷଣା କରିଛନ୍ତି।  

   Related Posts