ମାଟ୍ରିକ୍‌ ପରିକ୍ଷାରେରେ ଜଣଙ୍କ ବଦଳରେ ଅନ୍ୟଜଣେ ଦେଉଥିଲେ ପରିକ୍ଷା, ୨୮ ଛାତ୍ର ଏକ୍ସଫେଲ୍‌ ସହିତ ୯ ଗିରଫ

Published By : Prameya-News7 Bureau | February 21, 2021 IST

ପାଟନା, ୨୧/୦୨: କରୋନା ଭିତରେ ବିହାରରେ ମାଟ୍ରିକ୍‌ ପରୀକ୍ଷା କରାଯାଉଛି । କରୋନା କଟକଣା ସହିତ ଏହି ପରୀକ୍ଷା ପାଇଁ ମାସ୍କ ଅନିବାର୍ଯ୍ୟ କରାଯାଇଛି । ମାଟ୍ରିକ୍‌ ପରୀକ୍ଷାର ଚତୁର୍ଥ ଦିନ ଅର୍ଥାତ ଶନିବାର ଇଂରାଜୀର ପରୀକ୍ଷା ହୋଇଥିଲା । ଏହି ସମୟରେ ୨୮ ନକଲି ପରୀକ୍ଷାର୍ଥୀ ଧରା ପଡ଼ିଛନ୍ତି । ଏଥିସହିତ ୯ ଜଣଙ୍କୁ ଗିରଫ କରାଯାଇଛି ।

ବିହାରର ୧୧ ଜିଲ୍ଲାରୁ ପାଖାପାଖି ଏହି ୨୮ ଜଣ ଧାରାପଡ଼ିଥିବା ଖବର ମିଳିଛି । ୬ଟି ଜିଲ୍ଲାରୁ ଜଣଙ୍କ ବଦଳରେ ଅନ୍ୟଜଣେ ପରୀକ୍ଷା ଦେବା ବେଳେ ୯ ଜଣଙ୍କୁ ଧରାଯାଇଛି । ସେମାନଙ୍କୁ ପୋଲିସ୍‌ ଗିରଫ କରିଛି । କେବଳ ଔରଙ୍ଗାବାଦ୍‌ରୁ ୯ ପରିକ୍ଷାର୍ଥୀଙ୍କୁ ଏକ୍ସ ଫେଲ୍‌ କରାଯାଇଛି । ସେହିପରି ନାଳନ୍ଦାରୁ ୭ ଜଣ , ଶିବନ୍‌ରୁ ୩, ବୈଶାଳୀରୁ ୨ ଏବଂ ଅନ୍ୟ ଜିଲ୍ଲାରୁ କିଛି ଅଣଛାତ୍ରଙ୍କୁ ଏକ୍ସ ଫେଲ୍‌ କରାଯାଇଛି ।

ଜଣଙ୍କ ବଦଳରେ ଅନ୍ୟଜଣେ ପରିକ୍ଷାର୍ଥୀ ପରିକ୍ଷା ଦେଉଥିବା ଜଣା ପଡ଼ିବା ପରେ ସ୍କୁଲ କର୍ତ୍ତୁପକ୍ଷ କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣା ପଡ଼ିଛି ।

ତେବେ ୨୨ ଫ୍ରେବୃଆରୀ ଅର୍ଥାତ ସୋମବାର ମାଟ୍ରିକ୍‌ ପରିକ୍ଷାର୍ଥୀ ମାତୃଭାଷାର ପରୀକ୍ଷା ଦେବେ । ଏହାପରେ ହିନ୍ଦୀ, ଉର୍ଦ୍ଦୁ, ବଙ୍ଗଳା, ଏବଂ ମୈଥିଲି ଭାଷାର ପରୀକ୍ଷା ଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.