Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ମୋଦି ସରକାରଙ୍କ ଶାସନକାଳରେ ସବୁଠାରୁ ବଡ ଆତ୍ମଘାତୀ ହମଲା: ଏବେ ଯାଏଁ ୩୦ ଯବାନ ସହିଦ, ଯବାନଙ୍କ ବଳିଦାନ ବ୍ୟର୍ଥ ହେବନାହିଁ କହିଲେ ମୋଦି

14/02/2019 at 6:52 PM

ପୁଲବାମା ୧୪/୨ : ଜାମ୍ମୁ କାଶ୍ମୀର ପୁଲବାମାରେ ବଡ ଧରଣର ଆତଙ୍କବାଦୀ ହମଲା ହୋଇଛି | ମୋଦି ସରକାରଙ୍କ ଶାସନକାଳରେ ଏହା ସବୁଠାରୁ ବଡ ଆତ୍ମଘାତୀ ହମଲା | ଜୈସ ଏ ମହମ୍ମଦ ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ କରିଛି | ଏଥିରେ ୩୦ ଜଣ ଯବାନ ସହିଦ ହୋଇଥିବାବେଳେ ୪୫ ଜଣ ଯବାନ ଗୁରୁତର ଅଛନ୍ତି |


ସୂଚନାଯୋଗ୍ୟ ଯେ, ୭୦ଟି ଗାଡିରେ ୨୫୦୦ ଯବାନ ଜାମ୍ମୁରୁ ଶ୍ରୀନଗର ଯାଉଥିଲେ | ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଦୁଇଟି ଗାଡିକୁ ଟାର୍ଗେଟ କରିଥିଲେ | ଆଇଇଡି ବ୍ଲାଷ୍ଟ ପରେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ କରିଥିଲେ | ରାସ୍ତାରେ ଛିଡା ହୋଇଥିବା ଏକ କାରରେ ଆଇଇଡି ପ୍ଲାଣ୍ଟ କରାଯାଇଥିଲା |


ଏପଟେ ମୋଦି ସରକାର ଦାବି କରିଛନ୍ତି ଯେ, ତାଙ୍କ ଶାସନକାଳରେ ଦେଶରେ ଆତଙ୍କବାଦ ଆକ୍ରମଣ କମିଯାଇଛି | ଅପରପକ୍ଷରେ ୪/୫ ବର୍ଷ ଭିତରେ ଗୁର୍ଦାସପୁର, ଉରୀ, ପଠାନକୋଟରେ ବଡ ବଡ ଆତଙ୍କବାଦ ହମଲା ହୋଇଛି |


ଗୁର୍ଦାସପୁର : ୨୦୧୫ ମସିହା ଜୁଲାଇ ମାସରେ ଆତଙ୍କବାଦୀ ଏକ ଯାତ୍ରୀବାହୀ ବସ ଉପରକୁ ଆକ୍ରମଣ କରିଥିଲେ | ଏହାପରେ ଦିନାନଗର ଥାନାରେ ପଶି ଅତର୍କିତ ଗୁଳି ଚଲାଇଥିଲେ | ୩ଜଣ ଆତଙ୍କବାଦୀ ଏହି ଆକ୍ରମଣ କରିଥିଲେ | ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିଲା |


ପଠାନକୋଟ : ୨୦୧୬ ମସିହା ଜାନୁଆରୀ ମାସରେ ଜୈସ ଏ ମହମ୍ମଦ ଆତଙ୍କବାଦୀ ସଂଗଠନ ପଠାନକୋଟରେ ବାୟୁସେନାର ବେଶ କ୍ୟାମ୍ପ ଉପରକୁ ଆକ୍ରମଣ କରିଥିଲେ | ଏଥିରେ ୩ ସୁରକ୍ଷାକର୍ମୀ ସହିଦ ହୋଇଥିଲେ | ଭାରତୀୟ ସେନା ୪ ଆତଙ୍କବାଦୀଙ୍କୁ ଗୁଳି କରିଥିଲା |


କୋକରାଝର : ୨୦୧୬ ମସିହା ଅଗଷ୍ଟ ମାସରେ ଆସାମର କୋକରାଝରରେ ଏକ ଆତଙ୍କବାଦୀ ଆକ୍ରମଣରେ ୧୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା |


ଉରୀ : ୨୦୧୬ ମସିହା ସେପ୍ଟେମ୍ବର ୧୮ ତାରିଖରେ ଉରୀରେ ଭାରତୀୟ ସେନାଙ୍କ କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା | ଆକ୍ରମଣରେ ୧୯ ଜଣ ଭାରତୀୟ ସେନା ସହିଦ ହୋଇଥିଲେ | ବଦଳରେ ଭାରତ ସର୍ଜିକାଲ ଷ୍ଟ୍ରାଇକ କରି ୪ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା |


ଅମରନାଥ : ୨୦୧୭ ମସିହା ଜୁଲାଇ ମାସରେ ଅମରନାଥ ଯାତ୍ରା ସାରି ଫେରୁଥିବା ଏକ ତୀର୍ଥ ଯାତ୍ରୀ ବସ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ | ଏଥିରେ ୭ଜଣଙ୍କ ମୃତ୍ୟୁ ହୋଇଥିଲା |

   Related Posts