Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଆଜି ମଧ୍ୟ ଜୀବିତ କି ବିଶାଳକାୟ ଟାଇଟେନୋବୋଆ ସାପ ? ଆନାକୋଣ୍ଡା ମଧ୍ୟ ତା ଆଗରେ ଦେଖାଯାଏ ଛୋଟ

27/04/2020 at 3:27 PM

ଆମାଜନ ୨୭/୦୪ : ଆନାକୋଣ୍ଡା ନାଁ ଆପଣ ନିଶ୍ଚୟ ଶୁଣିଥିବେ | ଆନାକୋଣ୍ଡା ଉପରେ ହଲିଉଡ଼ ଫିଲ୍ମ ମଧ୍ୟ ତିଆରି ହୋଇଛି | ଆନାକୋଣ୍ଡାକୁ ଦୁନିଆର ସବୁଠାରୁ ବଡ ସାପ ବୋଲି କହାଯାଏ | ଆନାକୋଣ୍ଡା ଏକ ବିଶାଳକାୟ ସାପ | ଏହା ଛେଲ କିମ୍ବା ହରିଣକୁ ସିଧା ସଳଖ ଗିଳି ଦେଇପାରେ | ଡାଇନୋସର ସମୟରେ ଦେଖା ଦେଉଥିବା ଟାଇଟେନୋବୋଆ ସାପ ଆନାକୋଣ୍ଡାରୁ ବହୁତ ବିଶାଳ ଥିଲା | ଟାଇଟେନୋବୋଆକୁ ପୃଥିବୀର ସବୁଠାରୁ ବିଶାଳ ସାପ | ସେଥିପାଇଁ ଏହାକୁ ମୋନଷ୍ଟର ସ୍ନେକ ମଧ୍ୟ କୁହାଯାଉଥିଲା |

ବିଶ୍ୱାସ ରହିଛି ଯେ, ଡାଇନୋସର କାଳରେ ସମସ୍ତ ବିଶାଳ ଜୀବଜନ୍ତୁ ୬ କୋଟି ବର୍ଷ ପୂର୍ବରୁ ପୃଥିବୀପୃଷ୍ଠରେ ଉଲ୍କା ପିଣ୍ଡ ପଡିବାରୁ ମରିଯାଇଥିଲେ | ୨୦୧୮ ମସିହାରେ ଆମେରିକାର କିଛି ବୈଜ୍ଞାନିକ ଦାବି କରିଥିଲେ ଯେ, ଟାଇଟେନୋବୋଆ ସାପ ଏବେ ମଧ୍ୟ ଜୀବିତ ଅଛି | ଏହି ସାପ ଏକ ବଡ କୁମ୍ଭୀରକୁ ଆରାମରେ ଗିଳିପାରେ |

ଟାଇଟେନୋବୋଆ ସାପ ମଧ୍ୟ ଡାଇନୋସର ଶହ ବିଲୁପ୍ତ ହୋଇଯାଇଥିବା ବିଶ୍ୱାସ କରାଯାଉଥିଲା | କିନ୍ତୁ ବୈଜ୍ଞାନିକ କହିଛନ୍ତି ଯେ,ଦୁନିଆର ସବୁଠାରୁ ବଡ ନଦୀ ଆମାଜନ ରେ ଏହି ଦୈତ୍ୟରୁପି ସାପ ଏବେ ମଧ୍ୟ ଜୀବିତ ଅଛି | ଏହି ସାପର ଲମ୍ବ ପାଖାପାଖି ୫୦ ଫୁଟ ଓ ଦୈର୍ଘ୍ୟ ୪ ଫୁଟ ବୋଲି କୁହାଯାଏ | ଏହି ସାପର ଓଜନ ପାଖାପାଖି ୧୫୦୦ କିଲୋ ଥିଲା | ୨୦୦୯ ମସିହାରେ କଲମ୍ବିଆରେ ଖନନ ସମୟରେ ବିଶାଳକାୟ ସାପର ଏକ ଜୀବାଶ୍ମ ମିଳିଥିଲା | ଜୀବାଶ୍ମର ଯାଞ୍ଚ କରାଯାଇଥିଲା | ଯାଞ୍ଚ ଆଧାରରେ ଅନୁମାନ କରାଯାଇଥିଲା ଯେ ସାପର ଲମ୍ବ ପାଖାପାଖି ୪୨ ଫୁଟ ଏବଂ ଓଜନ ୧୧୦୦ କିଲୋ |

ତେବେ ଏହି ବିଶାଳକାୟ ସାପର ନାଁ ଟାଇଟେନୋବୋଆ କାହିଁକି ରଖାଯାଇଛି ଜାଣନ୍ତୁ | ସାପର ନାଁ ଟାଇଟନିକ ଜାହାଜକୁ ଆଧାର କରି ରଖାଯାଇଛି କାରଣ ଟାଇଟନିକ ଜାହାଜ ମଧ୍ୟ ବିଶାଳକାୟ ଥିଲା | 

ତେବେ ଟାଇଟେନୋବୋଆ ସାପ ସତରେ ଜୀବିତ ନାଁ ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ | ତେବେ ଆମାଜନ ନଦୀ ଏତେ ବଡ ଯେ ସେଠାରେ ଏହି ବିଶାଳକାୟ ସାପର ଅନୁସନ୍ଧାନ କରିବା ମଧ୍ୟ ଅସମ୍ଭବ | ଆମାଜନ ନଦୀ ଓ ଜଙ୍ଗଲ ଏତେ ବଡ ଏବଂ ଭୟଙ୍କର ଯେ କେହି ସେ ଭିତରକୁ ଯିବାକୁ ମଧ୍ୟ ସାହସ କରନ୍ତିନି | 

   Related Posts