ଶାରଜାହରେ ଯଶସ୍ୱୀଙ୍କ ଦମଦାର୍ ଛକା, ଷ୍ଟାଡିୟମ ବାହାରେ ପଡିଲା ବଲ୍

Published By : Prameya-News7 Bureau | October 10, 2020 IST

ଦୁବାଇ,୧୦୧୦ଶୁକ୍ରବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ରାଜସ୍ଥାନ ୪୬ ରନରେ ପରାସ୍ତ ହୋଇଛି । କିନ୍ତୁ ରାଜସ୍ଥାନ ବ୍ୟାଟସମ୍ୟାନ ଯଶସ୍ୱୀ ଜୟଶ୍ୱାଲ ଏପରି ଏକ ଛକା ଲଗାଇଥିଲେ, ଯାହା ସମସ୍ତଙ୍କୁ ଚକିତ କରିଥିଲା ।

ଯଶସ୍ୱୀ ଦିଲ୍ଲୀ କ୍ୟାପିଟାଲ୍ସର ବୋଲର ମାର୍କସ୍ ଷ୍ଟୋଇନ୍ସଙ୍କ ୧୧ତମ ଓଭରର ପ୍ରଥମ ବଲରେ ଏକ ବଡ ସଟ୍ ଖେଳିଥିଲେ । ଏହି ସଟ୍ ଏକ ବିଶାଳ ଛକା ହୋଇଥିଲା । ଏପରିକି ବଲ୍ ଷ୍ଟାଡିୟମର ଛାତକୁ ଅତିକ୍ରମ କରିଥିଲା ।

ଏହି ବିଶାଳ ଛକା ଦେଖି ନିଜେ ମାର୍କସ୍ ଷ୍ଟୋଇନ୍ସ ମଧ୍ୟ ଚକିତ ହୋଇଯାଇଥିଲେ । କିନ୍ତୁ ଏହି ମ୍ୟାଚରେ ଯଶସ୍ୱୀ ଦଳକୁ ମ୍ୟାଚ୍ ବିଜୟୀ କରିପାରି ନଥିଲେ । ସେ ବ୍ୟକ୍ତିଗତ ଭାବେ ୩୪ ରନ୍ କରି ଆଉଟ ହୋଇଥିଲେ ।

{"id":341744,"sizeSlug":"large"}

ସୂଚନାଯୋଗ୍ୟ, ଦିଲ୍ଲୀ ପକ୍ଷରୁ ଦିଆଯାଇଥିବା ୧୮୫ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ରୟାଲ୍ସ ୧୩୮ ରନରେ ଅଲଆଉଟ୍ ହୋଇଯାଇଥିଲା । ରାଜସ୍ଥାନ ପାଇଁ ରାହୁଲ ତେଓ୍ୱାତିଆ ସର୍ବାଧିକ ୩୮ ରନ୍ କରିଥିଲେ । ଦିଲ୍ଲୀ ରାଜସ୍ଥାନକୁ ୪୬ ରନରେ ମାତ୍ ଦେଇଥିଲା ।

ଏହି ପରାଜୟ ପରେ ରାଜସ୍ଥାନ ଲଗାତର ଭାବେ ଚତୁର୍ଥ ମ୍ୟାଚ୍ ହାରିଛି । ଦଳ ପ୍ରଥମ ଦୁଇଟି ମ୍ୟାଚ୍ ଜିତିଥିଲେ ମଧ୍ୟ ପରେ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.