ଅଜିତ ଡୋଭାଲ୍ ଙ୍କ ଗୁରୁମନ୍ତ୍ର : 'ଆତଙ୍କବାଦ ମୁକାବିଲା ଲାଗି ପ୍ଲାନ୍ ବଦଳାଅ'

Published By : Prameya-News7 Bureau | October 14, 2019 IST

ନୂଆଦିଲ୍ଲୀ ୧୪/୧୦: ଦେଶର ସୁରକ୍ଷା ଏଜେନସିଙ୍କୁ ଏନଏସଏ ଅଜିତ ଡୋଭାଲ୍ ଗୁରୁମନ୍ତ୍ର ଦେଇଛନ୍ତି । ଆତଙ୍କବାଦର ମୁକାବିଲା ଲାଗି ପ୍ଲାନ୍ ବଦଳାଇବାକୁ ଡୋଭାଲ୍ ପରାମର୍ଶ ଦେଇଛନ୍ତି । ଆତଙ୍କୀ ସଂଗଠନକୁ ସମର୍ଥନ ଦେବାରେ ପାକିସ୍ତାନର ବିଶେଷଜ୍ଞତା ରହିଥିବା କହି ଜାତୀୟ ସୁରକ୍ଷା ପରାମର୍ଶଦାତା ଚାର୍ଗେଟ୍ କରିଛନ୍ତି ।

ଏନଆଇଏର ଜାତୀୟ ସମ୍ମିଳନୀରେ ଯୋଗ ଦେଇ ଅଜିତ ଡୋଭାଲ କହିଛନ୍ତି, ଆତଙ୍କବାଦୀଙ୍କୁ ସମର୍ଥନ ଦେବା ପାକିସ୍ତାନର ଜାତୀୟ ନୀତି ବନି ଯାଇଛି । ଟେରର୍ ଫଣ୍ଡିଙ୍ଗ ନେଇ ପାକିସ୍ତାନ ଉପରେ ଏବେ ଏଫଏଟିଏଫର ଚାପ ରହିଛି । ଆତଙ୍କବାଦ ଉପରେ ଲଗାମ କଷିବାକୁ ଟେରର୍ ଫଣ୍ଡିଂ ବନ୍ଦ ହେବା ଜରୁରୀ । ଆତଙ୍କବାଦ ବିରୋଧୀ ଲଢେଇରେ ସମସ୍ତେ ହାତ ମିଳାଇବା ଜରୁରୀ ବୋଲି ଡୋଭାଲ ମତ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.