Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶବ୍ୟାପୀ ତ୍ରିରଙ୍ଗା ରାଲି ବାହାର କରିବେ କୃଷକ, ଅଗଷ୍ଟ ୧୫ରେ ପାଳନ କରିବେ ଏହି ଦିବସ
  • ||
  • ଟୋକିଓ ଅଲିମ୍ପିକ୍ସ: ଆଜି ଇତିହାସ ରଚିବାକୁ ଓହ୍ଲାଇବେ ରବି ଦାହିଆ, ପୁରୁଷ ହକି ଉପରେ ବି ରହିବ ନଜର
  • ||
  • ତୃତୀୟ ଲହରକୁ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭକ୍ତଙ୍କ ପାଇଁ ବଡ଼ ଘୋଷଣା, ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର
  • ||
  • ଅଗଷ୍ଟ ୧୬ରୁ ଶ୍ରୀମନ୍ଦିର ଖୋଲିବ
  • ||
  • ଟୋକିଓ ଅଲିମ୍ପିକ୍ସ ହକି ସେମିଫାଇନାଲ୍‌ରେ ହାରିଲା ମହିଳା ଦଳ, ଫାଇନାଲ୍‌କୁ ଉନ୍ନିତ ହେଲା ଆର୍ଜେଣ୍ଟିନା
  • ||
  • ଦେବଗଡ : ହନୁମାନ ପଇସା ରାକେଟ୍ ଠାବ : ୩ ଗିରଫ, ୨ଟି ହନୁମାନ ପଇସା ଜବତ
  • ||
  • ସାଲେପୁର : ସାଲେପୁର ଅଞ୍ଚଳରୁ ବିରଳ ଏଣ୍ଡୁଅ ଉଦ୍ଧାର, ବଦଳାଉଛି ରଙ୍ଗ
  • ||
  • ଢେଙ୍କାନାଳ : ବିକ୍ରି କରୁଥିଲେ ବାରହା ମାଂସ, ୩ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ
  • ||
  • ଅନୁଗୋଳ : ରେଙ୍ଗାଳି ଡ୍ୟାମ୍‌ରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ୭ ନମ୍ବର ଗେଟ୍ ଦେଇ ଜଳ ନିଷ୍କାସିତ
  • ||

କରୋନା ଭାଇରସଠୁ ମଧ୍ୟ ଭୟଙ୍କର ଏହି ରୋଗ : ପ୍ରତି ବର୍ଷ ବଢ଼ିଥାଏ ମୃତ୍ୟୁ ସଂଖ୍ୟା

5/08/2020 at 11:37 AM

ଏକ ଏପରି ରୋଗ ପୂରା ବିଶ୍ବରେ ଜୋରସୋରରେ ବ୍ୟାପୁଛି ଯାହା କରୋନା ଭାଇରସଠୁ ଅଧିକ ଭୟଙ୍କର ଏବଂ ଘାତକ ସାବ୍ୟସ୍ତ ହୋଇଛି। ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ସବୁବେଳେ ସାମାନ୍ୟ ଜ୍ବର ରହିଥାଏ। ଅଶାନ୍ତି ଅନୁଭବ ହୋଇଥାଏ। କାଶ ଆସିଥାଏ ଏବଂ ଅସହନୀୟ ଯନ୍ତ୍ରଣା ହୋଇଥାଏ ଏବଂ ନିଃଶ୍ବାସ ନେବାରେ ଅସୁବିଧା ହୋଇଥାଏ। ଏହି ରୋଗ ମଧ୍ୟ ଜନଗହଳି ସ୍ଥାନରେ ଅଧିକ ବ୍ୟାପିଥାଏ। ଏଥିରେ ମଧ୍ୟ ରୋଗୀଙ୍କୁ ଆଇସୋଲେସନରେ ରହିବାକୁ କୁହାଯାଇଥାଏ। କିନ୍ତୁ ଏହା ଯୋଗୁଁ କରୋନା ଭାଇରସରୁ ଅଧିକ ଲୋକ ପ୍ରତି ବର୍ଷ ମୃତ୍ୟୁବରଣ କରିଥାନ୍ତି।

ଏହି ରୋଗ ଯୋଗୁଁ ପ୍ରତି ବର୍ଷ ପୂରା ବିଶ୍ବରେ ପାଖାପାଖି ୧୫ଲକ୍ଷ ଲୋକ ମୃତ୍ୟୁବରଣ କରିଥାନ୍ତି। ଏହି ଭୟାବହ ରୋଗର ନାଁ ଟ୍ୟୁବର କ୍ୟୁଲୋସିସ ଅର୍ଥାତ୍ ଟିବି। ଏହା ଏକମାତ୍ର ଏପରି ରୋଗ ଯାହା ସମଗ୍ର ବିଶ୍ବକୁ କରାୟତ୍ତ କରିଛି।

ଏବର୍ଷକୁ ଛାଡ଼ି ଦେଲେ ପ୍ରତି ବର୍ଷରେ ବିଶ୍ବରେ ସବୁଠୁ ଅଧିକ ମୃତ୍ୟୁ ଟିବି ଯୋଗୁଁ ହୋଇଥାଏ। ଏହା ପରେ ହେଉଛି HIV  ଏବଂ ମ୍ୟାଲେରିଆ। ଏବର୍ଷ ପୂରା ବିଶ୍ବରେ କରୋନା ଭାଇରସ୍ ଯୋଗୁଁ ଲୋକେ ବାକି ରୋଗ ପ୍ରତି ଧ୍ୟାନ ଦେଉନାହାନ୍ତି। କିନ୍ତୁ ଏଗୁଡ଼ିକ ମଧ୍ୟ ବୃଦ୍ଧି ପାଉଛି।

ଯଦି ଆଉ ୬ମାସ ଯାଏଁ HIV ରୋଗୀଙ୍କୁ ଆଣ୍ଟିଭାଇରାଲ୍ ଥେରାପି ଦିଆନଗଲା ତେବେ ୫ଲକ୍ଷ ଲୋକ ଏହି ରୋଗ ଯୋଗୁଁ ମୃତ୍ୟୁବରଣ କରିବେ। WHO ଅନୁସାରେ ବିଶ୍ବବ୍ୟାପି ମ୍ୟାଲେରିଆ ଯୋଗୁଁ ମୃତ୍ୟୁ ସଂଖ୍ୟା ଦୁଇ ଗୁଣ ହୋଇ ପ୍ରତି ବର୍ଷ ୭.୭୦ଲକ୍ଷ ହୋଇଯିବ।

   Related Posts