Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଚଳିତ ବର୍ଷ ବଡ଼ ସାଇବର ଚୋରି: ୧୩ ଲକ୍ଷରୁ ଅଧିକ ଭାରତୀୟଙ୍କ ଡେବିଟ୍ ଓ କ୍ରେଡିଟ୍‌ କାର୍ଡର ଡାଟା ହୋଇଛି ଚୋରୀ

31/10/2019 at 4:24 PM

ନୂଆଦିଲ୍ଲୀ୩୧/୧୦: ସିଙ୍ଗାପୁରର ଏକ ଆଇବି ସୁରକ୍ଷା ଅନୁସନ୍ଧାନକାରୀ ଟିମ୍ ଡାର୍କ ଓ୍ବେବରେ କ୍ରେଡିଟ୍ ଓ ଡେବିଟ୍‌ କାର୍ଡର ଡାଟା ବେସ୍‌ର ବଡ଼ ଖୁଲସା କରିଛି। ଡାଟା ଡବ୍‌ ଇଣ୍ଡିଆ-ମିକ୍ସ-ନ୍ୟୁ-୦ଓ୍ବାନ (INDIA-MIX-NEW-01)ରେ ଦୁଇଟି ଭର୍ସନରେ ରହିଛି ଗୋଟିଏ ଟ୍ରାକ-୧ ଓ ଅନ୍ୟଟି ଟ୍ରାକ-୨। ୧୩ ଲକ୍ଷରୁ ଅଧିକ ଭାରତୀୟ ୟୁଜର୍ସ ଡାଟା ହ୍ୟାକର  ଶିକାର ହୋଇଛନ୍ତି।

ଯାଞ୍ଚରୁ ଜଣାପଡିଛି ଯେ ସବୁଠୁ ଅଧିକ ମହତ୍ବପୂର୍ଣ୍ଣ ଟ୍ରାକ-୨ ଡାଟା ଚୋରି ହୋଇଛି।  ଯାହାକି କାର୍ଡ ପଛରେ ମ୍ୟାଗ୍ନେଟିକ୍‌ ଷ୍ଟ୍ରିପ୍‌ରେ ଭଳି ରହିଥାଏ। ଏଥିରେ ଗ୍ରାହକମାନଙ୍କର ପ୍ରୋଫାଇଲ ଓ ଦେଣନେଣର ସବୁ ତଥ୍ୟ ରହିଛି। ଟ୍ରାକ-୧ ଡାଟାରେ କେବଳ କାର୍ଡ ନମ୍ବର ରହିଥାଏ। ଏହାକୁ ମଧ୍ୟ ହ୍ୟାକର ଅଧିକ ମାତ୍ରାରେ ହ୍ୟାକ କରିଛନ୍ତି।

ଆଇବି ଗ୍ରୁପ ଦ୍ବାରା ଆସିଥିବା ତଥ୍ୟ ପ୍ରମାଣ କରୁଛି ଯେ ସ୍କ୍ରିନ୍ ସଟ୍‌ ଅନୁସାରେ ପ୍ରତ୍ୟେକ କାର୍ଡ ୧୦୦ ଡଲାର(୭,୦୯୨ ଟଙ୍କା)ରେ ବିକ୍ରି ହେଉଛି। ଗବେଷକଙ୍କ କହିବା ଅନୁସାରେ ଜୋକର୍ସ ଷ୍ଟାସ ନାମକ ଜଣେ ବ୍ୟକ୍ତି ଭାରତରୁ ୧୩ ଲକ୍ଷରୁ ଅଧିକ କ୍ରେଡିଟ୍ ଓ ଡେବିଟ୍ କାର୍ଡର ଡାଟା ହ୍ୟାକ  କରିଛି।

   Related Posts