ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ସହ ସିଦ୍ଧାର୍ଥ ଶୁକ୍ଳାଙ୍କ ଥ୍ରୋବ୍ୟାକ୍ ଫଟୋ ଭାଇରାଲ୍

Published By : Prameya-News7 Bureau | May 29, 2020 IST

ମୁମ୍ବାଇ ୨୯/୫: ବିଗ୍ ବସ୍ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଏକ ଥ୍ରୋବ୍ୟାକ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଫଟୋରେ ସିଦ୍ଧାର୍ଥ , ଐଶ୍ବର୍ଯ୍ୟା ରାୟଙ୍କୁ ଦେଖି ହସୁଛନ୍ତି। ଐଶ୍ବର୍ଯ୍ୟା ମଧ୍ୟ ହସୁଛନ୍ତି।

wp:core-embed/instagram {"url":"https://www.instagram.com/p/CAuMhTOBYWV/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CAuMhTOBYWV/?utm_source=ig_embed
/wp:core-embed/instagram

ଫ୍ୟାନକ୍ଲବରେ ଏହି ଫଟୋ ଭାଇରାଲ୍ ହେଉଛି। ଏହି ଥ୍ରୋବ୍ୟାକ୍ ଫଟୋଟି ସେହି ସମୟର ଯେତେବେଳେ ସିଦ୍ଧାର୍ଥ ଶୁକ୍ଳା ଇଣ୍ଡିଆଜ ଗଟ୍ ଟ୍ୟାଲେଣ୍ଟ ଶୋ ୭ ହୋଷ୍ଟ କରୁଥିଲେ। ସେତେବେଳେ ଶୋରେ ନିଜ ଫିଲ୍ମ ସରବଜିତର ପ୍ରମୋସନ୍ ପାଇଁ ଐଶ୍ବର୍ଯ୍ୟା ରାୟ ନିଜ ସହ ଅଭିନେତା ରଣଦୀପ ହୁଡ଼ାଙ୍କ ସହ ନଜର ଆସିଥିଲେ। ଶୋର ସେଟରେ ଐଶ୍ବର୍ଯ୍ୟା ରାୟ ଆସିବାରୁ ଧମାଲ ମଚିଯାଇଥିଲା।

{"id":277844,"sizeSlug":"large"}

ସିଦ୍ଧାର୍ଥ ଶୁକ୍ଳା ଅନେକ ଟିଭି ଶୋରେ କାମ କରିବା ବ୍ୟତୀତ ହୋଷ୍ଟିଂ କରି ସାରିଛନ୍ତି। ଇଣ୍ଡିଆଜ ଗଟ୍ ଟ୍ୟାଲେଣ୍ଟ ବ୍ୟତୀତ ସିଦ୍ଧାର୍ଥ ସାବଧାନ ଇଣ୍ଡିଆରେ ମଧ୍ୟ ହୋଷ୍ଟ୍ କରିଛନ୍ତି। ସେ ଅନେକ ରିୟଲିଟି ଶୋରେ ଭାଗ ନେଇସାରିଛନ୍ତି।

{"id":277843,"sizeSlug":"large"}

ସେ ଖତରୋଁ କି ଖିଲାଡ଼ି ୭ ଏବଂ ବିଗ୍ ବସ୍ ୧୩ର ବିଜେତା ରହିଛନ୍ତି। ସିଦ୍ଧାର୍ଥ ଶୁକ୍ଳାଙ୍କୁ ଟିଭି ଶୋ ବାଲିକା ବଧୂରେ ଶିବରାଜ ଶେଖରଙ୍କ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ମିଳିଥିଲା। ସେ ଦିଲ ସେ ଦିଲ ତକ,ସିଆଇଡି,ଲବ ୟୁ ଜିନ୍ଦଗୀ,ବାବୁଲ କା ଅଙ୍ଗନା ଛୁଟେ ନା ଭଳି ଧାରାବାହିକରେ ମଧ୍ୟ ନଜର ଆସିଥିଲେ।

{"id":277842,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.