Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ବିଗ୍ ବସ୍ ବିଜେତା ଆଶୁତୋଷ କୌଶିକ ହାଇକୋର୍ଟଙ୍କ ଦ୍ୱାରସ୍ଥ : କହିଲେ, ‘୧୦ ବର୍ଷ ପରେ ବି ମିଳୁଛି ସଜା’

24/07/2021 at 4:35 PM

ମୁମ୍ବାଇ ୨୪/୦୭ : ଟିଭି ରିଆଲିଟି ଶୋ’ ରୋଡିଜ୍ ୫.୦ ଏବଂ ବିଗ୍ ବସ୍ ସିଜନ୍ ୨ ର ବିଜେତା ଅଶୁତୋଷ କୌଶିକ ଦୀର୍ଘ ସମୟ ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ‘ଭୁଲିଯିବାର ଅଧିକାର’ ଅଧୀନରେ ଅଶୁତୋଷ କୌଶିକ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ତାଙ୍କ ଆବେଦନରେ ସେ ଇଣ୍ଟରନେଟରୁ ସେହି ପୋଷ୍ଟ, ଭିଡିଓ, ପ୍ରବନ୍ଧ ଇତ୍ୟାଦିକୁ ହଟାଇବାକୁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି, ଯାହା ୨୦୦୯ ରେ ତାଙ୍କର ମଦପିଇ ଡ୍ରାଇଭିଂ କରିବା ସହିତ ଜଡିତ । ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ତାଙ୍କ ଭିଡିଓ ଏବଂ ପ୍ରବନ୍ଧଗୁଡ଼ିକୁ ହଟାଇବାକୁ ଆଶୁତୋଷ କୌଶିକ ଦାବି କରିଛନ୍ତି।

ଆଶୁତୋଷ କହିଛନ୍ତି ଯେ ଏହି ମାମଲାକୁ ୧୦ ବର୍ଷରୁ ଅଧିକ ସମୟ ବିତିଯାଇଛି, ତଥାପି ସେ ଦଣ୍ଡ ପାଉଛନ୍ତି। ଆଜି ମଧ୍ୟ ଏହି ବିଷୟ ସହ ଜଡିତ ପୋଷ୍ଟଗୁଡିକ ସୋସିଆଲ ମିଡିଆରେ ଉପଲବ୍ଧ, ଯାହା ତାଙ୍କ ଭାବମୂର୍ତ୍ତିକୁ ପ୍ରଭାବିତ କରୁଛି । ଅଭିନେତାଙ୍କ ଆବେଦନ ଉପରେ ଶୁଣାଣି ମଧ୍ୟ ୨୨ ଜୁଲାଇରେ ହୋଇଛି। ଏହି ପ୍ରସଙ୍ଗରେ ଜବାବ ଦେବାକୁ ଗୁଗୁଲ ଏବଂ ଚ୍ୟାନେଲଗୁଡ଼ିକୁ କୋର୍ଟ ଏକ ମାସ ସମୟ ଦେଇଛନ୍ତି।

ଏହି ପ୍ରସଙ୍ଗରେ ଆଶୁତୋଷ କହିଛନ୍ତି- ‘କୋର୍ଟ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଏହି ମାମଲା ସହ ଜଡିତ ଭିଡିଓ, ପୋଷ୍ଟ ଏବଂ ପ୍ରବନ୍ଧଗୁଡ଼ିକ ମୋର ବ୍ୟକ୍ତିଗତ ଜୀବନକୁ କ୍ଷତି ପହଞ୍ଚାଉଛି। ମୁଁ କେବଳ ଏତିକି କହିବାକୁ ଚାହେଁ ଯେ ଘଟଣା ସହ ଜଡିତ ସମସ୍ତ ଲିଙ୍କ ଗୁଗୁଲରୁ ହଟାଯିବା ଉଚିତ୍। ମୋ ଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ବର୍ଷ ବର୍ଷ ଧରି ଏଭଳି ଘଟଣା ପାଇଁ ମୂଲ୍ୟ ଦେଉଛନ୍ତି ।

ଅଶୁତୋଷ କୌଶିକଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ତାଙ୍କ ମଦ ପିଇ ଡ୍ରାଇଭିଂ କରୁଥିବା ସହିତ ଜଡିତ। ଅଭିନେତା କହିଛନ୍ତି ଯେ ସେ ଚାହୁଁଛନ୍ତି ଯେ ସମସ୍ତ ସୋସିଆଲ୍ ମିଡିଆ ପ୍ଲାଟଫର୍ମରୁ ତାଙ୍କର ଭିଡିଓ ଏବଂ ଲିଙ୍କ୍ ସବୁ ହଟାଯାଉ କାରଣ ସେ ଜଣେ ସେଲିବ୍ରିଟି ହୋଇଥିବାରୁ ତାଙ୍କର ବୃତ୍ତିଗତ ତଥା ବ୍ୟକ୍ତିଗତ ଜୀବନରେ ଅନେକ କ୍ଷତି ଘଟୁଛି ।

   Related Posts