Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ସେହନାଜ୍‌ ଗିଲ୍‌ଙ୍କ ବାପା ଫେରାର, ୨୦ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରିଥିବାର ରହିଛି ମାମଲା

22/05/2020 at 10:33 AM

ଅମୃତସର ୨୨।୦୫: ପ୍ରଖ୍ୟାତ ପଞ୍ଜାବୀ ଗାୟିକା ତଥା ବିଗ୍‌ ବସ୍‌ ୧୩ ଫାଇନାଲିଷ୍ଟ ସେହନାଜ୍‌ ଗିଲ୍‌ଙ୍କ ପିତା ସନ୍ତୋକ ସିଂହ ସୁଖଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି । ବନ୍ଧୁକ ଦେଖାଇ ପଞ୍ଜାବର ଜଣେ ୪୦ ବର୍ଷୀୟା ମହିଳାଙ୍କୁ ସେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତା ମହିଳାଙ୍କ ଅଭିଯୋଗ ମୁତାବକ ଅମୃତସରର ବିସ୍‌ ସିଟିଠାରେ ଏହି ଘଟଣା ଘଟିଛି । ଏକୁଟିଆ ପାଇ ସନ୍ତୋକ ସିଂହ ତାଙ୍କୁ ଦୁଷ୍କର୍ମ କରିଥିଲେ । ତେବେ ଦୁଷ୍କର୍ମ ପୀଡ଼ିତାଙ୍କ ବୟସ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ତାଙ୍କ ବୟସ ୨୦ ବର୍ଷ ବୋଲି ଆଉ କେତେକ ରିପୋର୍ଟରୁ ଜାଣିବାକୁ ମିଳିଛି ।

ପଞ୍ଜାବ ପୁଲିସ ନିକଟରେ ହୋଇଥିବା ଅଭିଯୋଗ ମୁତାବକ ପୀଡ଼ିତା ମହିଳା ମେ ୧୪ ତାରିଖରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଦେଖା କରିବାକୁ ସନ୍ତୋକଙ୍କ ଘରକୁ ଯାଉଥିଲେ । ତାଙ୍କ ବନ୍ଧୁ ସନ୍ତୋକଙ୍କ ଘରେ ରହୁଥିଲେ । ଏହାପରେ ବାଟରେ ସନ୍ତୋକ ତାଙ୍କୁ ଲିଫ୍ଟ ଦେଇଥିଲେ । କିନ୍ତୁ କାର୍‌ ମଧ୍ୟରେ ତାଙ୍କୁ ବନ୍ଧୁକ ଦେଖାଇ ବଳତ୍କାର କରିଥିଲେ । ଜଳନ୍ଧରରେ ରହୁଥିବା ପୀଡ଼ିତା ଜଣକ ମେ ୧୯ ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ସନ୍ତୋକ ହତ୍ୟା ଧମକ ଦେଇଥିବାରୁ ସେ ତୁରନ୍ତ ଥାନାରେ ଅଭିଯୋଗ କରିବାକୁ ସାହସ କରି ନ ଥିବା ଦର୍ଶାଇଛନ୍ତି ।

ତଦନ୍ତକାରୀ ଅଧିକାରୀ ଇନ୍ସପେକ୍ଟର ହରପ୍ରୀତ କୌର କହିଛନ୍ତି, ଅଭିଯୋଗ ପାଇବା ପରେ ଆମେ ସନ୍ତୋକଙ୍କ ଘରକୁ ଯାଇଥିଲୁ । କିନ୍ତୁ ସେ ଫେରାର ଅଛନ୍ତି । ଅନ୍ୟପକ୍ଷରେ ସେହନାଜ୍‌ ଏ ବିଷୟରେ ଆଦୌ ଜାଣି ନ ଥିବା ଦର୍ଶାଇଥିବା ବେଳେ ତାଙ୍କ ଭାଇ ସେହବାଜ୍‌ ଏହି ଘଟଣାକୁ ଖଣ୍ଡନ କରିଛନ୍ତି । ତାଙ୍କ ପିତାଙ୍କ ବିରୋଧରେ ହୋଇଥିବା ଦୁଷ୍କର୍ମ ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି ସେ କହିଛନ୍ତି । ମହିଳା ଜଣକ ତାଙ୍କ ପିତାଙ୍କୁ ବଦନାମ କରିବା ପାଇଁ ଏଭଳି ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି ।

ଆମେ ଏହାକୁ ନେଇ ଅତ୍ୟନ୍ତ ମର୍ମାହତ । ଘଟଣା ଯେଉଁଠି ଘଟିଛି ବୋଲି କୁହାଯାଉଛି, ସେଠାରେ ସିସିଟିଭି କ୍ୟାମେରା ଲଗାଯାଇଛି । ତାହାକୁ ଯାଞ୍ଚ କଲେ ସବୁ ସତ ଜଣାପଡ଼ିଯିବ ବୋଲି ସେ ଦାବି କରିଛନ୍ତି । ଅଭିଯୋଗକାରୀ ମହିଳାଙ୍କୁ ଆମେ ଜାଣିନାହୁଁ । କାରଣ ସେହନାଜ୍‌ ଓ ମୁଁ ମୁମ୍ବାଇ ପଳାଇ ଆସିଛୁ । ଅନେକ ଦିନ ହେଲା ଆମେ ଏଠାରେ ରହୁଛୁ । ଆମ ପିତା କୌଣସି ଭୁଲ କରିନାହାନ୍ତି । ତାଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ସେହବାଜ୍‌ କହିଛନ୍ତି ।

   Related Posts