ଦିବ୍ୟା ଅଗ୍ରଓ୍ବାଲ ହେଲେ ବିଗବସ୍‌ ଓଟିଟି ଓ୍ବିନର, ନିଶାନ୍ତ ପ୍ରଥମ ଏବଂ ଶମିତା ଦ୍ବିତୀୟ ରନର ଅପ୍‌

Published By : Prameya-News7 Bureau | September 18, 2021 IST

ମୁମ୍ବାଇ ୧୮/୦୯: ୬ ସପ୍ତାହ ପୂର୍ବରୁ ଆରମ୍ଭ ହୋଇଥିବା ବିଗବସ୍‌ ଓଟିଟିର ଗ୍ରାଣ୍ଡ ଫିନାଲେ ୧୮ ସେପ୍ଟେମ୍ବରରେ ହୋଇଛି। ସେଥିରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦିବ୍ୟା ଅଗ୍ରଓ୍ବାଲ୍‌ ଟ୍ରଫି ହାସଲ କରିଛନ୍ତି। ବିଗବସ୍‌ ଓଟିଟିର ହୋଷ୍ଟ କରଣ ଜୋହର ଥିଲେ। ଏଥିର ଫାଇନାଲ୍‌ରେ ଦିବ୍ୟା ଅଗ୍ରଓ୍ବାଲ, ନିଶାନ୍ତ ଭଟ୍ଟ, ଶମିତା ଶେଟ୍ଟୀ ଏବଂ ପ୍ରତୀକ ସହଜପାଲ ମଧ୍ୟରେ ଟକ୍କର ହୋଇଥିଲା।

{"id":513885,"width":735,"height":413,"sizeSlug":"full","linkDestination":"none"}

ଓ୍ବିନରଙ୍କୁ ଟ୍ରଫି ସହିତ ୨୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଛି। ଦିବ୍ୟା ଓ୍ବିନର ହୋଇଥିବା ବେଳେ ନିଶାନ୍ତ ପ୍ରଥମ ଏବଂ ଶମିତା ଦ୍ବିତୀୟ ରନର ଅପ୍‌ ହୋଇଛନ୍ତି। ଗୌହର ଖାନ ବିଗବସ୍‌ ଓଟିଟି ଓ୍ବିନର ଦିବ୍ୟା ଅଗ୍ରଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ତେବେ ୮ ଅଗଷ୍ଟ ରାତି ୮ଟାରେ ବିଗବସ୍‌ ଓଟିଟି ଆରମ୍ଭ ହୋଇଥିଲା। ଗତ ସିଜନ୍‌ଗୁଡ଼ିକରେ ସଲମାନ ଖାନ୍‌ ହୋଷ୍ଟ କରିଆସିଥିବା ବେଳେ ବିଗବସ୍‌ ଓଟିଟିକୁ କରଣ ଜୋହର ହୋଷ୍ଟ କରିଥିଲେ। ବିଗବସ୍‌ ଓଟିଟିରେ ମୋଟ ୧୩ ଜଣ ପ୍ରତିଯୋଗୀ ନଜର ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.