ବିଗ୍ ବସ୍‌ ନିର୍ମାତାଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ଉର୍ଫି ଜାଭେଦ, କହିଲେ-ଶମିତା ଶେଟ୍ଟୀଙ୍କ କ୍ୟାରିୟର ପାଇଁ...

Published By : Prameya-News7 Bureau | November 05, 2021 IST

ମୁମ୍ବାଇ ୦୫/୧୧: ପ୍ରସିଦ୍ଧ ଟେଲିଭିଜନ ରିଆଲିଟି ଶୋ’ ବିଗ୍ ବସ୍ ର ୧୫ ତମ ସିଜନ୍ କ୍ରମାଗତ ଭାବରେ ଲୋକଙ୍କୁ ମନୋରଞ୍ଜନ କରିଆସୁଛି। ଲୋକମାନେ ପ୍ରତିଦିନ ଶୋ’ରେ ଟୁଇଷ୍ଟ ଏବଂ ଟର୍ନ୍ ଦେଖୁଛନ୍ତି। ଏହି ଶୋ’କୁ ଯେତେ ସାଧାରଣ ଲୋକ ପସନ୍ଦ କରୁଛନ୍ତି, ସେଲିବ୍ରେଟମାନେ ମଧ୍ୟ ସେତେ ଶୋ’କୁ ନେଇ ବହୁତ ସକ୍ରିୟ ରୁହୁଛନ୍ତି। କେବଳ ଏତିକି ନୁହେଁ, ଏହି ଶୋ’ରେ ଘଟୁଥିବା ଘଟଣା ବିଷୟରେ ଅନେକ କଳାକାର ମଧ୍ୟ ନିଜର ମତ ରଖୁଛନ୍ତି। ସେହିପରି ବିଗ୍ ବସ୍ OTT ର ପ୍ରତିଯୋଗୀ ଥିବା ଅଭିନେତ୍ରୀ ତଥା ମଡେଲ୍ ଉର୍ଫି ଜାଭେଦ୍ ବିଗ୍ ବସ୍ ୧୫କୁ ନେଇ କମେଣ୍ଟ ଦେଇଛନ୍ତି। ଯାହା ଚର୍ଚ୍ଚାର ବିଷୟ ପାଲଟିଛି।

{"width":678,"height":458}
उर्फी जावेद

ସୂଚନା ଅନୁଯାୟୀ, ଉର୍ଫି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସଲମାନ ଖାନଙ୍କ ଶୋ’ ବିଗ୍ ବସ୍ ଏବଂ ଏହାର ନିର୍ମାତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ତାଙ୍କ ଇନଷ୍ଟା ଷ୍ଟୋରୀରେରେ ଏକ ନୋଟ୍ ଲେଖି କହିଛନ୍ତି, 'ମୁଁ ବ୍ୟକ୍ତିଗତ ଭାବେ ବିଗ୍ ବସ୍ ର କୌଣସି ପ୍ରତିଯୋଗୀଙ୍କ ବିରୁଦ୍ଧରେ ନାହିଁ, କିନ୍ତୁ ପ୍ରତିଥର ସବୁଠାରୁ ନାପସନ୍ଦ ପ୍ରତିଯୋଗୀଙ୍କୁ କାହିଁକି ଅଣାଯାଉଛି?

{"width":677,"height":457}
शमिता शेट्टी

ସେ ଲେଖିଛନ୍ତି, ଅକ୍ଷରା ଏବଂ ଜିଶାନଙ୍କ ପରି ପ୍ରତିଯୋଗୀମାନେ ପ୍ରକୃତରେ ଅଧିକ ଲୋକପ୍ରିୟ ଅଟନ୍ତି। କିନ୍ତୁ, ବର୍ତ୍ତମାନ ଲାଗୁଛି ଯେ ଶମିତା ଶେଟ୍ଟୀଙ୍କ କ୍ୟାରିୟର ବଢାଇବା ପାଇଁ ବିଗ୍ ବସ୍ ତିଆରି କରାଯାଇଛି। ଉର୍ଫିଙ୍କ ଏହି କମେଣ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉର୍ଫିଙ୍କ ପଏଣ୍ଟ ସହ କିଛି ୟୁଜର ମଧ୍ୟ ସହମତ ଥିବା ଜଣାପଡୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.