Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ବିଗ୍‌ବସ୍ ହାଉସ୍‌ରେ ଦେଖିବାକୁ ମିଳିଲା କପଲ୍‌ଙ୍କ ଅନ୍ତରଙ୍ଗ ମୂହୁର୍ତ୍ତ : ସଲମାନ୍‌ ଦେଲେ WARNING…

18/10/2021 at 9:49 AM

ମୁମ୍ବାଇ ୧୮।୧୦ :  ଟିଭିର ସବୁଠାରୁ କଣ୍ଟ୍ରୋଭର୍ସି ରିଆଲିଟି ଶୋ’ବିଗ୍‌ବସ୍‌ । ଏହି ଶୋ ଦେଖିବା ପାଇଁ ସମସ୍ତେ ଚାହିଁ ରହିଥାନ୍ତି । ଏଥିରେ ସାଧାରଣତଃ ଡ୍ରାମା ରୋମାନ୍ସ ଦେଖିବାକୁ ମିଳିଥାଏ । ହେଲେ ଚଳିତ ବର୍ଷ ଏହି ଶୋ.ରେ ସମସ୍ତ ସୀମା ଅତିକ୍ରମ କରିଛି। ପ୍ରଥମ ସପ୍ତାହରେ ବିଗ୍‌ବ୍ସ୍‌ ହାଉସ୍‌ରେ ଧମାଲହୋଇଥିବାବେଳେ କିଛି ପ୍ରତିଯୋଗୀଙ୍କ ମଧ୍ୟରେ ଲଭ୍‌ କନେକ୍ସନ୍‌ ମଧ୍ୟ ହୋଇଛି । ଏହାରି ମଧ୍ୟରେ ତାଙ୍କ ଭିତରେ ଅନ୍ତରଙ୍ଗତାର ସୀମା ଅତିକ୍ରମ କରୁଛନ୍ତି । ଏହି ତାଲିକାରେ ଶୀର୍ଷରେ ମାୟଶା ଆୟର ଏବଂ ଇଶାନ ସେହଗାଲଙ୍କ ନାମ ଆସୁଛି । ଏହି ୱିକେଣ୍ଡରେ ସଲମାନ ଖାନ ମାୟଶା ଏବଂ ଇଶାନ (ମିଶା ଆୟର ଏବଂ ଇଶାନ ସେହଗାଲ) ଙ୍କ ଖୁବ୍‌ କ୍ଲାସ୍‌ ନେଇଥିଲେ।

ଦବାଙ୍ଗ ଖାନ ତାଙ୍କୁ  ନିଜ ଷ୍ଟାଇଲରେ କହିଥିଲେ ଯେ ଏହି କପଲ୍‌ ପରଦାରେ ଟିକିଏ ଦୂରତା ବଜାୟ ରଖିବା ଉଚିତ୍ । ଶନିବାର ଦିନ  ସଲମାନ ଖାନ ଏହି କପଲଙ୍କୁ ଖୁବ୍ ଗାଳିଗୁଲଜ କରିଥିଲେ। ସେ ଏହି ବିଷୟରେ ସଲମାନ ଖାନ ଏହି କପଲଙ୍କୁ ପଚାରିଥିଲେ କି ଜାତୀୟ ଟେଲିଭିଜନରେ ସେମାନଙ୍କର ରୋମାନ୍ସ ଦେଖି ସେମାନେ କଣ ଅନୁଭବ କରୁଥିବେ ।

ଏନେଇ ସଲମାନ ମାୟେଶାଙ୍କୁ ପଚାରିଥିଲେ ଯେ ତାଙ୍କର କୌଣସି ଧାରଣା ଅଛି କି ନାହିଁ । ଯଦି ସେମାନେ ଭବିଷ୍ୟତରେ ଏକାଠି ହୋଇପାରିବେ ନାହିଁ, ତେବେ ଏହି ଫୁଟେଜ ସବୁଦିନ ପାଇଁ ସୋସିଆଲ ମିଡିଆରେ ଲୋକଙ୍କ ସହିତ ରହିବ ଓ ଘୁରି ବୁଲିବ । ଏହାକୁ ନେଇ ଦବାଙ୍ଗ ଖାନ କହିଛନ୍ତି, ‘ଯଦି ଆପଣ ଏଥିପାଇଁ କନ୍‌ଫଟେବୁଲ୍‌ ତେବେ ଆମେ ଆପଣଙ୍କୁ ଅଟକାଇବାକୁ କିଏ?’ ହେଲେ ଏହାର ଏକ ସୀମା ରହିଛି । ଏହା ସହ ସଲମାନ ଖାନ ଉଭୟଙ୍କ ଅନ୍ତରଙ୍ଗ ଭିଡିଓ ବିଷୟରେ କହିଥିଲେ, ‘ଏହାକୁ ଆଜୀବନ ଚାଲିବାକୁ ଦିଅ। କିନ୍ତୁ ଯଦି ଏହା ୧୦ରୁ୧୫ ବର୍ଷ ପରେ ଦୁହେଁ କୌଣସି ସ୍ଥାନକୁ ଯାଅ, ତେବେ ସେତେବେଳେ ସୋସିଆଲ ମିଡିଆରେ ଏହାକୁ ଦେଖି କିପରି ଅନୁଭବ କରିବ? ଯଦି ତୁମେ ଦୁହେଁ ବିବାହ ନକରିବ ଏବଂ ଅଲଗା ଅଲଗା ରହିବ, ତେବେ ଏହାର ପ୍ରଭାବ କ’ଣ ହେବ, ଆପଣ କେବେ ଭାବିଛନ୍ତି କି?

   Related Posts