ମୁମ୍ବାଇ ୨୬/୧୧: ଡ୍ରାମା କ୍ୱିନ୍ ରାକ୍ଷୀ ସାୱନ୍ତ ୨୦୧୯ ରେ ବିବାହ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ସେ ବିବାହର ଫଟୋ ସେୟାର କରିଥିଲେ କିନ୍ତୁ ସ୍ୱାମୀଙ୍କ ମୁହଁ ଦେଖାଇନଥିଲେ। ବିଗ୍ ବସ୍ ସିଜିନ୍ ୧୪ ରେ ସେ ତାଙ୍କ ସ୍ୱାମୀ ରିତେଶଙ୍କୁ ନେଇ ଅନେକ ଖୁଲାସା କରିଥିଲେ। ଯାହା ଶୁଣିବା ପରେ ଫ୍ୟାନ୍ସ ଚକିତ ହୋଇଯାଇଥିଲେ। ଏବେ ପୁଣି ଥରେ ରାକ୍ଷୀ ତାଙ୍କ ସ୍ୱମୀଙ୍କୁ ନେଇ ଚର୍ଚ୍ଚାରେ। ବିଗ୍ ବସ୍ ୧୫ ରେ ରାକ୍ଷୀଙ୍କ ସ୍ୱାମୀ ରିତେଶଙ୍କ ମୁହଁ ଦେଖା ହୋଇଛି। ସୋସିଆଲ ମିଡିଆରେ ରିତେକଙ୍କ ଅନେକ ଫଟୋ ଭାଇରାଲ୍ ହେବାରେ ଲାଗିଛି।
{"id":550256,"width":698,"height":446,"sizeSlug":"full","linkDestination":"none"}ରାକ୍ଷୀଙ୍କ ବିବାହକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିଲା। ଲୋକ କହୁଥିଲେ ଯଦି ସେ ସତରେ ବିବାହ କରିଛନ୍ତି ତେବେ ତାଙ୍କ ସ୍ୱାମୀଙ୍କୁ ସାମ୍ନାକୁ କାହିଁକି ଆଣୁ ନାହାଁନ୍ତି? ବିବାହ ପରେ ରାକ୍ଷୀ କାହିଁକି ଆଜିପର୍ଯ୍ୟନ୍ତ ସ୍ୱାମୀଙ୍କ ଚେହେରା ଦେଖାଇ ନାହାଁନ୍ତି? ଅନେକ ଲୋକ ମଧ୍ୟ ତାଙ୍କ ବିବାହକୁ ମିଛ ବୋଲି କହିଥିଲେ। କିନ୍ତୁ ଦୁଇ ବର୍ଷର ଅପେକ୍ଷା ପରେ ଶେଷରେ ରାକ୍ଷୀଙ୍କ ସ୍ୱାମୀ ସାମ୍ନାଙ୍କୁ ଆସିଛନ୍ତି। ରାକ୍ଷୀ ବିଗ୍ ବସ୍ ରେ ରିତେଶଙ୍କୁ ସମସ୍ତଙ୍କ ସାମ୍ନାଙ୍କୁ ଆଣିଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।