ବିଗ୍ ବସ୍ ଶୋ’ରୁ ଶମିତା ଶେଟ୍ଟୀ ଆଉଟ୍, ସେ ବାହାରିଲେ ନା ତାଙ୍କୁ ବାହାର କରାଗଲା ?

Published By : Prameya-News7 Bureau | November 15, 2021 IST

ମୁମ୍ବାଇ ୧୫/୧୧ : ସଲମାନ ଖାନଙ୍କ ଶୋ’ ବିଗ୍ ବସ୍ ୧୫ ର ଟିଆରପି ଚଳିତ ବର୍ଷ ଆଶା କରାଯାଉଥିବା ଠାରୁ ବହୁତ କମ୍ ରହିଛି। ଏହି ସମୟରେ ଶୋ’ରୁ ପ୍ରତିଦିନ ନୂଆ ନୂଆ ଖବର ଆସୁଛି। ବର୍ତ୍ତମାନ ଶୋ’ରୁ ଶମିତା ଶେଟ୍ଟୀ ଘରୁ ବାହାରିଯାଇଥିବା ଖବର ମିଳିଛି। ପ୍ରକୃତରେ, ଶମିତା ଶେଟ୍ଟୀଙ୍କୁ ଘରୁ ବାହାର କରାଯାଇ ନାହିଁ, ବରଂ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ, ତାଙ୍କୁ ଘରୁ ବାହାରକୁ ଅଣାଯାଇଛି। ଏହି ଖବର ଶମିତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ପରି ଲାଗିଛି। ତେବେ ବିଗ୍ ବସ୍ ଠାରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ସାମ୍ନାକୁ ଆସି ନାହିଁ।

{"width":687,"height":687}
Bigg Boss OTT finale, Bigg Boss OTT

ନିକଟରେ ବିଗ୍ ବସ୍ ପ୍ରତିଯୋଗୀ ରାକେଶ ବାପଟଙ୍କୁ ଘରୁ ବାହାରକୁ ଯିବାକୁ ପଡିଥିଲା। ଘରେ ମଧ୍ୟ ରାକେଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ତାଙ୍କ ପେଟରେ ଷ୍ଟୋନ୍ ହୋଇଥିବା ହେତୁ ତାଙ୍କୁ ଘରୁ ବାହାରକୁ ଯାଇ ଚିକିତ୍ସା କରିବାକୁ ପଡିଥିଲା। କେବଳ ଏତିକି ନୁହେଁ, ଅଫସାନା ଖାନଙ୍କୁ ମଧ୍ୟ ହିଂସାତ୍ମକ ତଥା ନିଜ ଉପରେ ଛୁରାମାଡ଼ କାରଣରୁ ଜବରଦସ୍ତ ଶୋ’ରୁ ବାହାର କରିବାକୁ ପଡିଥିଲା। ରାକେଶ ବାପଟ ଏବଂ ଶମିତା ଶେଟ୍ଟୀଙ୍କୁ ଶୋ’ରେ ପପୁଲାର୍ ତଥା ଟପ୍ ପ୍ରତିଯୋଗୀ ଭାବରେ ଦେଖାଯାଉଥିଲା, କିନ୍ତୁ ଉଭୟ ଘରୁ ବାହାରିବା ମାତ୍ରେ ନିର୍ମାତାମାନଙ୍କ ଉପରେ ଟିଆରପି ହ୍ରାସ ଜନିତ ଚିନ୍ତା ବଢୁଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.