Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବିଗ୍‌ବସ୍‌ ପ୍ରିମିୟରର ତାରିଖ ଘୋଷଣା: ଜାଣନ୍ତୁ କେବେ ଓ କେଉଁ ସମୟରେ ସଲମାନ ଖାନ୍‌ଙ୍କ ଶୋ ପ୍ରସାରଣ ହେବ

19/09/2021 at 1:32 PM

ମୁମ୍ବାଇ ୧୯/୦୯ : ‘ବିଗ୍ ବସ୍’ର ଫ୍ୟାନ୍ସଙ୍କ ଅପେକ୍ଷା ଶେଷ ହୋଇଛି। ନିର୍ମାତାମାନେ ଶୋ’ର ପ୍ରସାରଣ ତାରିଖ ଘୋଷଣା କରିଛନ୍ତି। ଗତ କିଛି ଦିନ ହେବ, ‘ବିଗ୍ ବସ୍ ସିଜିନ୍‌-୧୫’ ବିଷୟରେ ଏକ ଜବରଦସ୍ତ ଗୁଜବ ସୃଷ୍ଟି ହୋଇଥିଲା । ଶୋ’ର ଅନେକ ପ୍ରୋମୋ ସାମ୍ନାକୁ ଆସିଛି ଯେଉଁଥିରେ ସଲମାନ ଖାନ ହୋଷ୍ଟ ଭାବରେ ଅଭିନୟ କରିଥିବାବେଳେ ରେଖାଙ୍କ ଭଏସ୍‌ ମଧ୍ୟ ଶୁଣିବାକୁ ମିଳିଥିଲା। ଏହା ସହ ଶୋ’ର ତାରିଖ ଏବଂ ସମୟର ନୂଆ ପ୍ରମୋରେ ପ୍ରକାଶ ପାଇଛି ।

ଏନେଇ ନିର୍ମାତାମାନେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସଲମାନ ଖାନ ସିଜିନ୍‌ର ମୁଖ୍ୟ ଆକର୍ଷଣକୁ ଆକୃଷ୍ଟ କରିଛନ୍ତି। ଏହା ସହିତ ଶେଷରେ କୁହାଯାଇଛି ଯେ ‘ବିଗ୍ ବସ୍ ୧୫’ ଆସନ୍ତା ଅକ୍ଟୋବର ୨ରୁ ଆରମ୍ଭ ହେବ । ଶନିବାର ଓ ରବିବାର ୯.୩୦ ରେ ଏବଂ ସୋମବାର ଠାରୁ ଶୁକ୍ରବାର ଯାଏଁ ରାତି ୧୦.୩୦ କଲର୍ସରେ । ଭିଡିଓରେ ସଲମାନ ଖାନଙ୍କୁ ଜଙ୍ଗଲରେ ଦେଖିବାକୁ ମିଳିଥିଲା । ସଲମାନ ମଶା ରାକେଟରେ ମଶାମାନଙ୍କୁ ମାରୁଥିବାର ଦେଖିବାକୁ ମିଳିବ ।

 ଏହା ସହ ଏହି ଭିଡିଓରେ ଥିବା କ୍ୟାପସନ଼୍‌ରେ ଲେଖା ହୋଇଛି – ‘ପ୍ରତ୍ୟେକ ସିଜିନ୍‌ରେ ଏକ ନୂଆ ମୋଡ଼ ଆସେ,  ହେଲେ ବିଗ୍ ବସ୍ର ଏହି ସିଜିନ୍‌ରେ ମଧ୍ୟ ସଦସ୍ୟମାନଙ୍କ ପାଇଁ ନୂଆ ସମସ୍ୟା ଆଣିବ । ଯାତ୍ରା ତ ସେମାନଙ୍କର ହେବ, ହେଲେ ମନୋରଞ୍ଜନ ଆମର ହେବ । କିନ୍ତୁ ସେୟାର ହୋଇଥିବା ଏହି ପୋଷ୍ଟରେ ଜଣେ ୟୁଜର୍ସ ଲେଖିଛନ୍ତି – ‘ବହୁତ ଉତ୍ସାହିତ।’ ଅନ୍ୟ ଜଣେ କହିଛନ୍ତି କି  ‘ମେଗା ମାଷ୍ଟର ସଲମାନ ଖାନ ‘ଶୀଘ୍ର ଆସ, ଅପେକ୍ଷା କରି ହେବ ନାହିଁ।’

   Related Posts