Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଟେଲିଭିଜନରେ ବ୍ୟାନ୍ ହେଲା ବିଗ୍ ବସ୍ ସିଜନ୍-୧୫, OTT ରେ ସିଦ୍ଧାର୍ଥ ଶୁକ୍ଲା-ଶେହନାଜ୍ ଗିଲ୍ କରିବେ ହୋଷ୍ଟ

23/07/2021 at 6:06 PM

ନୂଆଦିଲ୍ଲୀ ୨୩/୦୭ : ଟିଭିର ଲୋକପ୍ରିୟ ଶୋ ବିଗ୍ ବସ୍ ଏହାର ଆଗାମୀ ସିଜନ୍ ୧୫ କୁ ନେଇ ପୁଣିଥରେ ଚର୍ଚ୍ଚାରେ । ଟିଭି ହୋଷ୍ଟ ସଲମାନ ଖାନ ଇଦ୍ ଅବସରରେ ବିଗ୍ ବସ୍ -୧୫କୁ ନେଇ ଫ୍ୟାନ୍ସଙ୍କ ସହ ଏକ ଖୁସି ଖବର ସେୟାର କରିଥିଲେ । ବିଗ୍ ବସ୍ OTT ର ପ୍ରଥମ ପ୍ରୋମୋ ମାଧ୍ୟମରେ ସଲମାନ ତାଙ୍କ ଫ୍ୟାନ୍ସଙ୍କୁ ଏକ ଟ୍ରିଟ୍ ଦେଇଥିଲେ । ବର୍ତ୍ତମାନ ସଲମାନ ଖାନ କହିଛନ୍ତି ଯେ ଏହି ଶୋ’ ଟେଲିଭିଜନରେ ପ୍ରସାରିତ ହେବ ନାହିଁ, କିନ୍ତୁ OTT ପ୍ଲାଟଫର୍ମରେ ଅନଲାଇନରେ ପ୍ରସାରିତ ହେବ। ଏଥର ସିଜିନ୍ ବାକି ସିଜିନ୍ ଅନୁଯାୟୀ ଭିନ୍ନ ହେବ । ତେଣୁ ନିର୍ମାତାମାନେ ଏହାକୁ ଟେଲିଭିଜନରେ ପ୍ରସାରଣ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ଯାହାର କିଛି ନିୟମ କାନୁନ ମଧ୍ୟ ରହିଛି ।

PunjabKesari

ଏହି ଶୋ’ ବିଷୟରେ ସଲମାନ ଖାନ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯେତେବେଳେ ଏହି ଶୋ’ ଟେଲିଭିଜନରେ ପ୍ରସାରିତ ହେବ ସେତେବେଳେ ସେ ଏହି ଶୋ’ର ଅଂଶ ହେବେ। ଏହି ଶୋ’ ପ୍ରଥମ ୬ ସପ୍ତାହ ପାଇଁ OTT ପ୍ଲାଟଫର୍ମରେ ହେବ ଏବଂ ଏହା ପରେ ଟେଲିଭିଜନରେ ପ୍ରଦର୍ଶିତ ହେବ । ବିଗ୍ ବସ୍ ର ନୂଆ ସିଜିନ୍ ତୁ ୬ ମାସ ଆହୁରି  ଲମ୍ବା ହେବ ଏବଂ ଶୋ’ OTT ପାର୍ଟକୁ ସିଦ୍ଧାର୍ଥ ଶୁକ୍ଲା ଆଉ ଶେହନାଜ୍ ଗିଲ୍ ହୋଷ୍ଟ କରିବେ ।

‘ବିଗ୍ ବସ୍ ୧୫ ଅଗଷ୍ଟ ୮ ରୁ ଆରମ୍ଭ ହେବ । ଏହି ସମୟରେ, ଶୋ’ରେ ପ୍ରତିଯୋଗୀ ଭାବରେ କିଏ ଦେଖାଯିବ ସେନେଇ ଅନେକ ମାସ ଧରି ଆଲୋଚନା ଚାଲିଛି। ଏପର୍ଯ୍ୟନ୍ତ ଅନେକ ନାମ ପ୍ରକାଶ ପାଇଛି, କିନ୍ତୁ ଏନେଇ କୌଣସି ଅଫିସିଆଲି ନିଶ୍ଚିତକରଣ ହୋଇନାହିଁ।

   Related Posts