ସଲମାନ ଖାନଙ୍କ ଉପରେ ପଡ଼ିବ ‘ସୁଶାନ୍ତ ଇଫେକ୍ଟ୍’ : ବିଗ୍ ବସ୍ ସେଟ୍ ଦବଙ୍ଗ ଖାନଙ୍କ ଘର ପାଖକୁ ଗଲା ତଥାପି ପ୍ରଡ୍ୟୁସର ଭାବୁନାହାନ୍ତି ନିରାପଦ

Published By : Prameya-News7 Bureau | June 27, 2020 IST

ମୁମ୍ବାଇ ୨୭/୬: ବିବାଦୀୟ ଶୋ ବିଗ୍ ବସ୍ ନିଜ ଆଗାମୀ ସିଜନକୁ ନେଇ ଚର୍ଚ୍ଚାରେ ରହିଛି। ବିଗ୍ ବସର ଅପେକ୍ଷା ସମସ୍ତଙ୍କୁ ରହିଥାଏ। ଶୋ ସହ ଜଡ଼ିତ ପ୍ରତି କ୍ଷଣର ଅପଡେଟ୍ ଉପରେ ଅଡିୟେନ୍ସ ନଜର ରଖିଛି। ଅନେକ ଷ୍ଟାରଙ୍କୁ ଶୋକୁ ଆସିବା ପାଇଁ ଅଫର ପଠାଯାଇଛି। ଶୋ ଟେଲିକାଷ୍ଟ ହେବାରେ ଗୋଟିଏ ମାସ ବିଳମ୍ବ ହୋଇପାରେ। ପ୍ରଥମେ ଶୁଣିବାକୁ ମିଳିଥିଲା ଯେ ୧୫ରୁ ୨୦ଦିନ ମଧ୍ୟରେ ଆରମ୍ଭ ହେଉଥିବା ଶୋ ଆହୁରି ବିଳମ୍ବରେ ଆରମ୍ଭ ହୋଇପାରେ। କରୋନା କାରଣରୁ ଶୋ ଟେଲିକାଷ୍ଟରେ ବିଳମ୍ବ ହେବ। ଶୁଣିବାକୁ ମିଳୁଛି ଯେ ବିଗ୍ ବସ୍ ଘରକୁ ଯିବା ପୂର୍ବରୁ ସମସ୍ତ ପ୍ରତିଯୋଗୀଙ୍କୁ କୋଭିଡ-୧୯ ଟେଷ୍ଟ କରାଇବାକୁ ପଡ଼ିବ ଏବଂ କ୍ବାରେଣ୍ଟାଇନ୍ ହେବାକୁ ପଡ଼ିବ।

ଅକ୍ଟୋବର ପ୍ରଥମ ସପ୍ତାହରେ ଆରମ୍ଭ ହେବାକୁ ଥିବା ଶୋ ଏଥର ଅକ୍ଟୋବର ଶେଷ ସପ୍ତାହରେ ଆରମ୍ଭ ହେବ। ବିଗ୍ ବସର ଟିମ୍ ଏଥର ଜଙ୍ଗଲ ଉପରେ ଆଧାରିତ ହେବ। ଏବେ ସୁଦ୍ଧା ୩୦ପ୍ରତିଯୋଗୀଙ୍କୁ ସର୍ଟଲିଷ୍ଟ କରାଯାଇସାରିଛି। ୧୬ପ୍ରତିଯୋଗୀ ଘରକୁ ଯିବେ ଯେଉଁମାନଙ୍କ ମଧ୍ୟରେ ୧୩ଜଣ ସେଲିବ୍ରିଟି ହେବେ ଏବଂ ୩ଜଣ ପ୍ରତିଯୋଗୀ କମୋନର୍ସ ରହିବେ। ଶୋ ର ସେଟ୍ ଏଥର ମୁମ୍ବାଇର ଫିଲ୍ମ ସିଟିରେ ନିର୍ମାଣ କରାଯିବ ଯାହା ଦ୍ବାରା ସଲମାନ ନିଜ ବାନ୍ଦ୍ରା ସ୍ଥିତ ଘରୁ ସହଜରେ ସୁଟିଂ ପାଇଁ ଯାଇ ପାରିବେ। ସମସ୍ତ ସେଫ୍ଟି ମେଜର ନେବା ସହ ପ୍ରତିଯୋଗୀଙ୍କ ପାଇଁ ସୋସିଆଲ୍ ଡିସଟ୍ୟାନସିଂର ଧ୍ୟାନ ରଖିବା ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ହେବ।

ସମସ୍ତେ ପ୍ରତି ସିଜନ ଭଳି ଏକାଠି ଖାଇବେ ଏବଂ ଏକାଠି ରହିବେ। ଶୋର ମେକର୍ସ ଏହି କଥା ପ୍ରତି ଧ୍ୟାନ ରଖିବେ ଯେ ଶୋ ରେ ବ୍ୟବହୃତ ହେଉଥିବା ସମସ୍ତ ଜିନିଷ ପ୍ରତିଦିନ ସାନିଟାଇଜ କରାଯିବ। ଏହା ବ୍ୟତୀତ ସମସ୍ତ ପ୍ରକାର ବିବାଦରେ ଛନ୍ଦି ହୋଇ ପଡ଼ିଥିବା ସଲମାନଙ୍କ ଶୋକୁ ହୋଷ୍ଟ କରିବା ପ୍ରଶଂସକଙ୍କୁ ପସନ୍ଦ ହେଉନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.