Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ବିଗବସରେ ରାଧେ ମା’ ନେବେ ହେଭି ଫି’, ପରିମାଣ ଜାଣିଲେ ଆପଣ ବି ହୋଇଯିବେ ତାଜୁବ…

1/10/2020 at 4:33 PM

ମୁମ୍ବାଇ ୦୧/୧୦: ଟିଭିର ଲୋକପ୍ରିୟ ତଥା ବିବାଦୀୟ ରିୟଲିଟି ଶୋ’ ବିଗବସ ସିଜନ-୧୪ରେ ରାଧେ ମା’ ପ୍ରତିଯୋଗୀ ଭା​‌ବେ ନଜର ଆସିବା ଖବର ସାମ୍ନାକୁ ଆସିବା ପରେ ଦର୍ଶକଙ୍କ ଉତ୍ସାହ ବଢ଼ିଯାଇଛି। ଶୋ’ର ନିର୍ମାତା ରାଧେ ମା’ଙ୍କ ଏକ ପ୍ରମୋ ଭିଡିଓ ବି ଜାରି କରିଛନ୍ତି। ଏହି ଭିଡିଓକୁ ଦେଖି ଲାଗୁଛି ରାଧେ ମା’ ବିଗବସ ଘରେ ଏଣ୍ଟ୍ରି ନେବେ। ଏହା ସହ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକରେ ଭକ୍ତି ମ୍ୟୁଜିକ ବାଜୁଛି। ଏ ସବୁ ଭିତରେ ସେ ସଲମାନ ଖାନଙ୍କ ରିୟଲିଟି ଶୋ’ର ହାଇଏଷ୍ଟ୍ ପେଡ୍ ସେଲିବ୍ରିଟିଙ୍କ ମଧ୍ୟରୁ ଜଣେ। ଅର୍ଥାତ୍ ଶୋ’ ପାଇଁ ସେ ମୋଟା ଅଙ୍କର ଟଙ୍କା ନେବେ।

ନିଜକୁ ଗଡଓ୍ବିମେନ୍ କହୁଥିବା ରାଧେ ମା’ ବିଗବସ ପ୍ରତିଯୋଗୀ ହେବା ପାଇଁ ସପ୍ତାହକୁ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ନେବେ ୨୫ ଲକ୍ଷ ଟଙ୍କା।  ପ୍ରତି ସପ୍ତାହରେ ରାଧେ ମା’ ଶୋ’ ପାଇଁ ନେବେ ୨୫ ଲକ୍ଷ ଟଙ୍କା। ଏହା ସହ ଚଳିତ ସିଜନରେ ସେ ହେବେ ଚର୍ଚିତ ପ୍ରତିଯୋଗୀ। ତେବେ ଅକ୍ଟୋବର ତିନି ତାରିଖରୁ ଶୋ’ ପ୍ରସାରଣ ହେବ।

ତେବେ ରାଧେ ମାଙ୍କୁ ତାଙ୍କର ଦୈବୀୟ ତ୍ରିଶୁଳ ନ ନେବା ପାଇଁ ମନା କରାଯାଇଛି। ତେବେ ପ୍ରଥମଥର ପାଇଁ ତାଙ୍କୁ ବିଗବସ ପାଇଁ ଅଫର ମିଳିଛି ତା ନୁହେଁ, ୨୦୧୫ରେ ବିଗବସ-୯ ପାଇଁ ମଧ୍ୟ ତାଙ୍କୁ ଆପ୍ରୋଚ କରାଯାଇ ଥିଲା। ଏହା ପରେ ସେ ମେକର୍ସଙ୍କୁ ଲିଗାଲ ନୋଟିସ ମଧ୍ୟ ପଠାଇ ଥିଲେ।

ଉଲ୍ଲେଖନୀୟ ଯେ ରାଧେ ମା’ଙ୍କ ପ୍ରକୃତ ନାଁ ସୁଖବିନ୍ଦର କୌର। ସେ ପଞ୍ଜାବ ଓ ମୁମ୍ବାଇରେ ନିଜର ସତସଙ୍ଗ ପାଇଁ ବେଶ ଲୋକପ୍ରିୟ। ଏହା ସହ ସେ ସାମାଜିକ ଗଣମାଧ୍ୟମରେ ମଧ୍ୟ ବେଶ ସକ୍ରିୟ ରହନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ଲକ୍ଷେରୁ ଅଧିକ ଫଲୋଅର୍ସ ଅଛନ୍ତି।

   Related Posts