ବିଗବସ ସିଜନ ୧୪: ପ୍ରତି ସପ୍ତାହରେ ପ୍ରତିଯୋଗୀଙ୍କ ‌ହେବ କରୋନା ଟେଷ୍ଟ, ରହିବ ନାହିଁ ଫିଜିକାଲ୍ ଟାସ୍କ

Published By : Prameya-News7 Bureau | September 19, 2020 IST

ନୂଆଦିଲ୍ଲୀ ୧୯/୦୯: ଟିଭିର ଲୋକପ୍ରିୟ ବିବାଦୀୟ ରିୟଲିଟି ଶୋ’ ବିଗବସ୍ ସିଜନ ୧୪କୁ ନେଇ ଦିନକୁ ଦିନ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲାଗିଛି। ସଲମାନ ଖାନ୍ ଶୋ’କୁ ନୂଆ ଅନ୍ଦାଜରେ ଆଣିବା ପାଇଁ ଚେଷ୍ଟା ଚଳାଇଛନ୍ତି। ତେ​ବେ ପ୍ରତିଦିନ ଶୋ’କୁ ନେଇ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏବେ କୁହାଯାଉଛି କୋଭିଡ-୧୯କୁ ଦୃଷ୍ଟିରେ ରଖି ମେକର୍ସ ବିଗବସ ଘରେ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଏଥର ଶୋ’ରେ କୌଣସି ଫିଜିକାଲ ଟାକ୍ସ ରଖାଯିବ ନାହିଁ।

ପ୍ରତିଯୋଗୀମାନେ କାହା ବେଡ୍ ମଧ୍ୟ ସେୟାର୍ କରିବେ ନାହିଁ। ଏଥର ବିଗବସ ଘରେ ଡବଲ ବେଡ୍ ରହିବ ନାହିଁ। ଏହା ସହ ଘରେ କେହି ବି ଗ୍ଲାସ୍ ଓ ପ୍ଳେଟ୍ ସେୟାର ମଧ୍ୟ କରିପାରିବେ ନାହିଁ। ପ୍ରତିଯୋଗୀ ପରସ୍ପରକୁ ନ ଛୁଇଁବା ପାଇଁ ଫିଜିକାଲ ଟାସ୍କ ରଖାଯିବ ନାହିଁ। ଏହା ବ୍ୟତୀତ ପ୍ରତିଯୋଗୀଙ୍କ କରୋନା ଟେଷ୍ଟ ପ୍ରତି ସପ୍ତାହରେ କରାଯିବ। ଏଥର ବିଗବସ ଘରେ ମିନି ଥିଏଟର, ମଲ, ରେସ୍ତୋରାଁ ଓ ସ୍ପା ବି ରହିବ।

ଏହା ସହ ବିଗବସ୍ ସିଜନ-୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ କିଛି ଫଟୋ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଏହି ଫଟୋକୁ ଦେଖି କୁହାଯାଉଚି ଯେ କୁଆଡେ ଶୋ’ର ପ୍ରମୋ ସୁଟ୍‌ରେ ସେ ସାମିଲ ଅଛନ୍ତି। ସିଦ୍ଧାର୍ଥଙ୍କ ବ୍ୟତୀତ ହିନା ଖାନ, ଗୌହର ଖାନ ଓ ମୋନାଲିସା ପ୍ରମୋ ପାଇଁ ସୁଟ୍ କରିଛନ୍ତି।

{"id":331727,"sizeSlug":"large"}

ଏହା ସହ ଶେହନାଜ ଗିଲଙ୍କୁ ମଧ୍ୟ ଶୋ’କୁ ଆସିବା ନେଇ ଅଫର କରାଯାଇ ଥିଲା। ସିଦ୍ଧାର୍ଥ ଓ ଶେହନାଜଙ୍କ ଯୋଡି ବିଗବସ୍ -୧୪ର ଗ୍ରାଣ୍ଡ୍ ପ୍ରିମିୟରରେ ଦେଖିବାକୁ ମିଳିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.