ଏହି ବିଗ୍ ବସ୍ କଣ୍ଟେଷ୍ଟାଣ୍ଟଙ୍କୁ ଡେଟ୍ କରି ସାରିଛନ୍ତି କାଣ୍ଟାଲଗା ଗର୍ଲ ଶେଫାଲି ଜରିଓ୍ବାଲା ,ପଢ଼ନ୍ତୁ ପୂରା ଖବର
1/11/2019 at 2:58 PM

ମୁମ୍ବାଇ ୧/୧୧: ବିଗ୍ ବସ ୧୩ରେ ତଡ଼କା ଲଗାଇବା ପାଇଁ କାଣ୍ଟା ଲଗା ଗାର୍ଲ ଶେଫାଲୀ ଜରିଓ୍ବାଲା ଓ୍ବାଇଲ୍ଟ କାର୍ଡ଼ କଣ୍ଟେଷ୍ଟାଣ୍ଟ ଭାବେ ଏଣ୍ଟ୍ରି କରିଛନ୍ତି। ଏବେ ବିଗ୍ ବସ୍ ଘରେ ଗ୍ଲାମର ସହ ଏଣ୍ଟରଟେନମେଣ୍ଟ ବି ଦେଖିବାକୁ ମିଳିବ।

କିନ୍ତୁ ଆପଣ ଜାଣିଛନ୍ତି କି ଶେଫାଲୀ ଘରକୁ ଏଣ୍ଟ୍ରି କରିବା ପରେ ଏକ ନୂଆ କନେକ୍ସନ ଦେଖିବାକୁ ମିଳିବ। ସୂଚନା ଅନୁଯାୟୀ ଶେଫାଲି ଜରିଓ୍ବାଲା ଏବଂ ସିଦ୍ଧାର୍ଥ ଶୁକ୍ଲା ପୂର୍ବରୁ ପରସ୍ପରକୁ ଡେଟ୍ କରି ସାରିଛନ୍ତି।

ମ୍ୟୁଜିସିୟାନ ହରମିତ ଗୁଲଜାରଙ୍କୁ ବିବାହ କରିବା ପୂର୍ବରୁ ଶେଫାଲି ଏବଂ ସିଦ୍ଧାର୍ଥ ରିଲେସନଶିପରେ ଥିଲେ।

ଶେଫାଲି ୨୦୦୯ମସିହାରେ ହରମିତଙ୍କୁ ବିବାହ କରିଥିଲେ। କିନ୍ତୁ ତାଙ୍କ ବିବାହ ବେଶି ଦିନ ତିଷ୍ଠି ପାରିନଥିଲା। ଏହା ପରେ ୨୦୧୪ମସିହାରେ ପରାଗ ତ୍ୟାଗୀଙ୍କୁ ବିବାହ କରିଥିଲେ ଶେଫାଲି।

ଆଶା କରାଯାଉଛି ଯେ ଏହି ଶୋରେ ଶେଫାଲି ଆସିବା ପରେ ସିଦ୍ଧାର୍ଥ ଏବଂ ତାଙ୍କର ଖାସ୍ ବଣ୍ଡିଙ୍ଗ୍ ଦେଖାଯିବ।

ସିଦ୍ଧାର୍ଥ ଏବଂ ଶେଫାଲିଙ୍କ ବ୍ରେକଅପର କାରଣ ଥିଲା ଦୁହିଁଙ୍କ ଭିନ୍ନ ଚିନ୍ତାଧାରା।

ଶେଫାଲିଙ୍କ ବ୍ୟତୀତ ସିଦ୍ଧାର୍ଥଙ୍କ ନାଁ ଆହୁରି ଅନେକ ସେଲିବ୍ରିଟିଙ୍କ ସହ ଯୋଡ଼ାଯାଇଛି। ସିଦ୍ଧାର୍ଥ ଶୁକ୍ଳାଙ୍କ ନାଁ କାଜୋଲଙ୍କ ଭଉଣୀ ତାନିଶାଙ୍କ ସହ ମଧ୍ୟ ଯୋଡ଼ାଯାଇଥିଲା।

ଆକାଂକ୍ଷା ପୁରୀ ଏବେ ବିଗ୍ ବସ୍ କଣ୍ଟେଷ୍ଟାଣ୍ଟ ପାରସ ଛାବ୍ରାଙ୍କ ସହ ରିଲେସନଶିପରେ ଅଛନ୍ତି। କିନ୍ତୁ ଦିନେ ତାଙ୍କ ନାଁ ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ଯୋଡ଼ା ଯାଉଥିଲା। ଏହା ବ୍ୟତୀତ ସିଦ୍ଧାର୍ଥ ଶୁକ୍ଳାଙ୍କ ନାଁ ଟିଭିର ଷ୍ଟନିଙ୍ଗ ଆକ୍ଟେସ୍ ଦ୍ରଷ୍ଟି ଧମି,କୃଷ୍ଣା ଅଭିଷେକଙ୍କ ଭଉଣୀ ଆରତୀ.ସ୍ମିତା ବଂଶଲ ଏବଂ ରଶ୍ମି ଦେଶାଇଙ୍କ ସହ ଯୋଡ଼ା ଯାଇସାରିଛି।
