ଓଜନ କମ୍ କରିବାକୁ ନେଇ କହିଲେ ଶେହନାଜ ଗିଲ୍, ଇଣ୍ଡଷ୍ଟ୍ରିରେ କେବଳ ପତଳା ଝିଅ ଚାଲିଥାନ୍ତି

Published By : Prameya-News7 Bureau | July 02, 2021 IST

ନୂଆଦିଲ୍ଲୀ ୦୨/୦୭: ବିଗ୍ ବସ୍ ୧୩ ରେ ନିଜର ଷ୍ଟାଇଲ୍ ଏବଂ ଅନନ୍ୟ ବ୍ୟକ୍ତିତ୍ୱ ସହିତ ଚର୍ଚ୍ଚାରେ ରହିଥିବା ଶେହନାଜ ଗିଲ୍ ବର୍ତ୍ତମାନ ଏକ ସୋସିଆଲ୍ ମିଡିଆ ଷ୍ଟାର୍ । ସୋସିଆଲ ମିଡିଆରେ ତାଙ୍କର ଜବରଦସ୍ତ ଫ୍ୟାନ୍ ଫଲୋଇଙ୍ଗ୍ ରହିଛି, କିନ୍ତୁ ଶୋବିଜ୍ ଇଣ୍ଡଷ୍ଟ୍ରିରେ ସ୍ଥାନ ପାଇବା ତାଙ୍କ ସହଜ ହେଲାନାହିଁ । ନିକଟରେ ସେ ଏକ ଲାଇଭ୍ ଚାଟ୍ ସମୟରେ ପ୍ରକାଶ କରିଛନ୍ତି ଯେ ଏଣ୍ଟରଟେନମେଣ୍ଟ୍ ଇଣ୍ଡଷ୍ଟ୍ରିରେ କାମ ପାଇବା ପାଇଁ ତାଙ୍କୁ ବହୁତ ଓଜନ କମ୍ କରିବାକୁ ପଡିଥିଲା । ଯଦି ସେ ଏହା କରିନଥାନ୍ତେ ତେବେ ତାଙ୍କୁ କାମ ମିଳିନଥାନ୍ତା କାରଣ ଇଣ୍ଡଷ୍ଟ୍ରିରେ କେବଳ ପତଳା ଝିଅମାନେ ଚଲିଥାନ୍ତି ।

{"width":590,"height":443}

ପ୍ରକୃତରେ, ଲାଇଭ୍ ଚାଟ୍ ସମୟରେ କିଛି ଫ୍ୟାନ୍ସ ଶେହନାଜଙ୍କୁ ପଚାରିଥିଲେ ଯେ କାହିଁକି ତାଙ୍କୁ ଏତେ ଓଜନ କମ୍ କରିବା ଆବଶ୍ୟକ ପଡିଲା? ଏହା ଉପରେ ଶେହନାଜ କହିଥିଲେ, ମୁଁ ଯେକୌଣସି ସମୟରେ ଅଧିକ ଓଜନର ଶେହନାଜ ହୋଇପାରିବି କିନ୍ତୁ ସେତେବେଳେ ମୋତେ କାମ ମିଳିବ ନାହିଁ କାରଣ ଇଣ୍ଡଷ୍ଟ୍ରିରେ କାମ ପାଇବା ପାଇଁ ତୁମକୁ ପତଳା ହେବା ଜରୁରୀ । ମୁଁ ନାମ ଏବଂ ଟଙ୍କା ପାଇବା ପାଇଁ କଠିନ ପରିଶ୍ରମ କରିଛି ଏବଂ କେବେ ବି ଅଟକି ନାହିଁ । ବହୁ ବର୍ଷର ସଂଘର୍ଷ ପରେ ମୁଁ ଏହି ପଦବୀ ହାସଲ କରିଛି, ତେଣୁ ବର୍ତ୍ତମାନ ମୁଁ କେବଳ ନିଜ ପାଇଁ ବେଷ୍ଟ ଚାହୁଁଛି ।

{"width":593,"height":329}

ଅନେକ ବିଜ୍ଞାପନ ବ୍ୟତୀତ ସେ ଦିଲଜିତ ଦୋସାଞ୍ଜଙ୍କ ସହ ଏକ ପଞ୍ଜାବୀ ଫିଲ୍ମ ମଧ୍ୟ ପାଇଛନ୍ତି ଯାହାର ସୁଟିଂ ଚାଲିଛି। ଶେହନାଜ ଜଣେ ଜଣାଶୁଣା ପଞ୍ଜାବୀ ଗାୟିକା ଏବଂ ନିଜର ସୌନ୍ଦର୍ଯ୍ୟ ହେତୁ ତାଙ୍କୁ ପଞ୍ଜାବର କ୍ୟାଟ୍ରିନା କୈଫ ମଧ୍ୟ କୁହାଯାଏ। ନିକଟରେ ବଲିଉଡର ଅନ୍ୟତମ ବଡ ଫଟୋଗ୍ରାଫର ଡବୁ ରତ୍ନାନୀଙ୍କ ପାଇଁ ଏକ ଫଟୋସୁଟ କରି ଶାହନାଜ ଲାଇମଲାଇଟକୁ ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.