Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ପିଲାଦିନେ କଣ୍ଢେଇଠୁ କମ୍ ଲାଗୁନଥିଲେ ହିମାଂଶୀ : ଫଟୋ ଭାଇରାଲ୍

13/05/2020 at 12:59 PM

ମୁମ୍ବାଇ ୧୩/୫: ହିମାଂଶୀ ଖୁରାନା ବିଗ୍ ବସ୍ ୧୩ ପରଠୁ ଚର୍ଚ୍ଚାରେ ଆସି ଯାଇଥିଲେ। ଅସିମ୍ ରିୟାଜଙ୍କ ସହ ତାଙ୍କ ରିଲେସନଶିପ୍ ଚର୍ଚ୍ଚାରେ ରହିଛି। ହିମାଂଶୀ ଖୁରାନା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି। ସେ ସବୁବେଳେ କିଛି ନା କିଛି ସେୟାର କରୁଥାନ୍ତି। ଏବେ ହିମାଂଶୀ ନିଜର ପିଲାଦିନର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଫଟୋ ଦେଖୁ ଦେଖୁ ଭାଇରାଲ୍ ହୋଇଯାଇଛି।

View this post on Instagram

👶👶

A post shared by Himanshi Khurana 👑 (@iamhimanshikhurana) on

ଫଟୋରେ ହିମାଂଶୀ ହ୍ବାଇଟ୍ କଲରର ଗାଉନ୍ ପିନ୍ଧିଥିବା ନଜର ଆସିଛନ୍ତି। ଫଟୋରେ ସେ କୌଣସି ଡଲଠୁ କମ୍ ଲାଗୁ ନାହାନ୍ତି। ରେଡ ଲିପଷ୍ଟିକ୍ ଲଗାଇଥିବା ହିମାଂଶୀ ବହୁତ କ୍ୟୁଟ୍ ଲାଗୁଛନ୍ତି। ହିମାଂଶୀଙ୍କ ଏହି ଫଟୋକୁ ତାଙ୍କ ଫ୍ୟାନମାନେ ବହୁତ ପସନ୍ଦ କରିଛନ୍ତି।

ହିମାଂଶୀ ଖୁରାନା ବିଗ୍ ବସ୍ ୧୩ରେ ଓ୍ବାଇଲ୍ଡ କାର୍ଡ଼ରେ ଏଣ୍ଟ୍ରି କରିଥିଲେ। ଶୋ ରେ ଆସୀମ୍ ରିୟାଜ ସହ ତାଙ୍କ କେମିଷ୍ଟ୍ରି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା। ଦୁହେଁ ଶୋ ରେ ପରସ୍ପରର ବହୁତ ଧ୍ୟାନ ରଖୁଥିଲେ। ହିମାଂଶୀ ଘରକୁ ଆସିଥିବାବେଳେ ତାଙ୍କ ନିର୍ବନ୍ଧ ହୋଇଯାଇଥିଲା। କିନ୍ତୁ ବିଗ୍ ବସ୍ ଘରୁ ବାହାରିବା ପରେ ସେ ନିଜ ନିର୍ବନ୍ଧ ଭାଙ୍ଗି ଦେଇଥିଲେ। ଏହା ପରେ ପୁଣି ଥରେ ହିମାଂଶୀ ଖୁରାନା ବିଗ୍ ବସ୍ ଘରେ ଏଣ୍ଟ୍ରି କରିଥିଲେ ଏବଂ ଆସୀମଙ୍କୁ ପ୍ରେମ ନିବେଦନ କରିଥିଲେ। ଏବେ ଦୁହେଁ ଏକାଠି ଅଛନ୍ତି।

ବିଗ୍ ବସ୍ ପରେ ହିମାଂଶୀ ମ୍ୟୁଜିକ୍ ଭିଡିଓରେ ମଧ୍ୟ ନଜର ଆସିଥିଲେ। ଏବେ ତାଙ୍କ ନଚ ବଲିୟେ ରେ ମଧ୍ୟ ଭାଗ ନେବାର ଖବର ଶୁଣିବାକୁ ମିଳୁଛି।

   Related Posts