ମୁମ୍ବାଇ ୬/୮: ବିଗ୍ ବସ୍ ୧୩ ଫେମ୍ ଆସିମ୍ ରିୟାଜଙ୍କ ଉପରେ ବୁଧବାର ରାତିରେ ଆକ୍ରମଣ ହୋଇଛି। ସେ ସାଇକେଲ ଚଲାଇବା ପାଇଁ ଘରୁ ବାହାରିଥିଲେ,ସେତେବେଳେ କିଛି ଲୋକ ପଛରୁ ବାଇକରୁ ତାଙ୍କୁ ଧକ୍କା ମାରିଥିଲେ।
{"id":310471,"width":578,"height":434,"sizeSlug":"large"}ଆସିମ ରିୟାଜଙ୍କୁ ଅନେକ ସ୍ଥାନରେ ଆଘାତ ଲାଗିଛି। ଆସିମ୍ ରିୟାଜ ଇନଷ୍ଟା ଷ୍ଟୋରିରେ କେତେକ ଭିଡିଓ ସେୟାର କରିଛନ୍ତି।
{"id":310472,"sizeSlug":"large"}ଭିଡିଓରେ ଆସିମ୍ କହୁଛନ୍ତି ଯେ କିପରି କିଛି ଲୋକ ତାଙ୍କୁ ପଛରୁ ଆଟାକ୍ କରିଛନ୍ତି। ଆସିମଙ୍କୁ ଆଣ୍ଠୁ,କାନ୍ଧ ସମେତ କେତେକ ସ୍ଥାନରେ ଆଘାତ ଲାଗିଛି।
{"id":310473,"sizeSlug":"large"}ସୋସିଆଲ୍ ମିଡିଆରେ ପ୍ରଶଂସକ ଆସିମଙ୍କୁ ଶୀଘ୍ର ଠିକ୍ ହେବା ପାଇଁ ପ୍ରାର୍ଥନା କରୁଛନ୍ତି। ଟ୍ବିଟରରେ #GetWellSoonAsim ଟ୍ରେଣ୍ଡ କରୁଛି।
{"id":310470,"sizeSlug":"large"}ଆସୀମ ରିୟାଜଙ୍କ ଖୁବ୍ ଶୀଘ୍ର ଏକ ମ୍ୟୁଜିକ୍ ଭିଡିଓ ଆସୁଛି। ଭିଡିଓର ପୋଷ୍ଟର ରିଳିଜ କରି ଦିଆଯାଇଛି। ଏଥିରେ ତାଙ୍କ ଅପୋଜିଟରେ ହିମାଂଶୀ ଖୁରାନା ରହିବେ।
{"id":310476,"sizeSlug":"large"}ଏହା ପୂର୍ବରୁ ମଧ୍ୟ ଦୁହେଁ କେତେକ ମ୍ୟୁଜିକ୍ ଭିଡିଓରେ ଏକାଠି ନଜର ଆସି ସାରିଛନ୍ତି। ଉଭୟଙ୍କ କେମିଷ୍ଟ୍ରି ପ୍ରଶଂସକଙ୍କୁ ଖୁବ୍ ପସନ୍ଦ।