Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ନିଜ ବିବାହରେ ଖୁବ୍ ସଜବାଜ ହୋଇଥିଲେ ରଶ୍ମି ଦେଶାଇ : କିନ୍ତୁ ଏହି କାରଣ ଯୋଗୁଁ ୩ବର୍ଷ ମଧ୍ୟରେ ଭାଙ୍ଗିଯାଇଥିଲା ସମ୍ପର୍କ

3/12/2019 at 6:37 PM

ମୁମ୍ବାଇ ୩/୧୨: ରଶ୍ମି ଦେଶାଇ ଏବେ ବିଗ୍ ବସ୍-୧୩ରେ ଖୁବ୍ ଧମାଲ ମଚାଉଛନ୍ତି। ଦର୍ଶକ ତାଙ୍କୁ ଖୁବ୍ ପସନ୍ଦ କରୁଛନ୍ତି। ବିଗ ବସ୍ ଘରେ କେତେବେଳେ ସେମାନଙ୍କ ଝଗଡ଼ା ତ କେତେବେଳେ ପ୍ରେମ ଦେଖିବାକୁ ମିଳୁଛି। କିଛି ଦିନ ତଳେ ରଶ୍ମି ଏବଂ ସିଦ୍ଧାର୍ଥଙ୍କ ଏକ ରୋମାଣ୍ଟିକ୍ ଭିଡିଓ ଶୁଟ୍ ହୋଇଥିଲା। ରଶ୍ମି ଭଲ ଗେମ୍ ଖେଳୁଥିଲେ। ତେବେ ଆସନ୍ତୁ ଜାଣିବା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ

ରଶ୍ମି ୨୦୧୨ମସିହାରେ ନିଜ ସହ କଳାକାର ନନ୍ଦିଶ ସାନ୍ଧୁଙ୍କୁ ବିବାହ କରିଥିଲେ। ନନ୍ଦିଶ ଏବଂ ରଶ୍ମି ଟିଭି ଶୋ ‘ଉତ୍ତରନ’ରେ ଏକାଠି କାମ କରିଥିଲେ। ଏହି ଧାରାବାହିକରେ କାମ କରିବାବେଳେ ଉଭୟଙ୍କୁ ପ୍ରେମ ଆରମ୍ଭ ହୋଇଥିଲା ଏବଂ ଦୁହେଁ ବିବାହ କରିଥିଲେ। ବିବାହର ବର୍ଷେ ନ ହେଉଣୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା ଏବଂ ୪ବର୍ଷ ମଧ୍ୟରେ ଏହି ବିବାହ ଭାଙ୍ଗି ଯାଇଥିଲା।

ମିଡିଆରେ ଉଭୟଙ୍କର ବିବାହ ବିଚ୍ଛେଦ ବିଷୟରେ ଖୁବ୍ ଚର୍ଚ୍ଚା ହୋଇଥିଲା। ଅନେକ ଯୁବତୀଙ୍କ ସହ ନନ୍ଦିଶ ସମ୍ପର୍କ ରଖିଥିବାରୁ ଉଭୟଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। କିନ୍ତୁ ରଶ୍ମି ତାଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ଥିବା କାରଣରୁ ନନ୍ଦିଶ ଚିନ୍ତିତ ଥିଲେ। ଜଣେ ଯୁବତୀଙ୍କ ସହ ନନ୍ଦିଶଙ୍କ କିଛି ଫଟୋ ସେହି ସମୟରେ ଭାଇରାଲ ହୋଇଥିଲା ଏବଂ ଏହା ପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା।

ଏହି ବିଷୟରେ ରଶ୍ମି କହିଥିଲେ ଯେ , ‘ ଆମେ ଏହି ସମ୍ପର୍କକୁ ଠିକ୍ କରିବାକୁ ଅନେକ ଉଦ୍ୟମ କରିଥିଲୁ କିନ୍ତୁ ଏପରି ହୋଇପାରିନଥିଲା। ଯଦି ଦୁଇ ଜଣ ଏକାଠି ଖୁସି ନାହାନ୍ତି ତେବେ ସେମାନଙ୍କୁ ଅଲଗା ହୋଇଯିବା ଉଚିତ୍। ଏଥିପାଇଁ ଆମେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲୁ।’

ରଶ୍ମି ଏକ ଏଣ୍ଟରଟେନମେଣ୍ଟ ପୋର୍ଟାଲ ସହ କଥା ହେବାବେଳେ କହିଥିଲେ ଯେ, ଯାହା ସାମନାକୁ ଆସିଥିଲା ତାହା କେବଳ ନନ୍ଦିଶଙ୍କ ସପକ୍ଷରେ ଥିଲା। ସେ ଦୀର୍ଘ ଦିନ ଧରି ଚୁପ୍ ରହିଥିଲେ। ତାଙ୍କୁ ଲାଗୁଥିଲା ଯେ ଏ ମାମଲାରେ କାହାକୁ କୌଣସି କଥା କହିବାର ଆବଶ୍ୟକତା ନାହିଁ । କିନ୍ତୁ ଏ​ବେ ସେ କହିବାକୁ ଚାହୁଁଛନ୍ତି। ସେ କେବେ ବି ନିଜ ଇଚ୍ଛାରେ ଘର ଛାଡ଼ିବାକୁ ଚାହିଁନଥିଲେ। ତାଙ୍କୁ ସବୁବେଳେ ଘରୁ ବାହାର କରି ଦିଆଯାଉଥିଲା’।

‘ଯଦି ନନ୍ଦିଶ ଏହି ସମ୍ପର୍କକୁ ୧୦୦ ପ୍ରତିଶତ ଦେଇଥାଆନ୍ତେ ତେବେ କିଛି ଖରାପ ହୋଇନଥାଆନ୍ତା। ତାଙ୍କୁ କେବେ ବି ତାଙ୍କ ବାନ୍ଧବୀଙ୍କ ଯୋଗୁଁ କୌଣସି ଅସୁବିଧା ହୋଇନାହିଁ। ସେ କେବେ ତାଙ୍କୁ ସନ୍ଦେହ ମଧ୍ୟ କରିନଥିଲେ। ସେ ତାଙ୍କ କାମ ଏବଂ ବୁଲାବୁଲିରେ ବ୍ୟସ୍ତ ରହୁଥିଲେ। ତାଙ୍କୁ ଜଣାନଥିଲା ଯେ ସେ କାହାକୁ ଡେଟ୍ କରୁଛନ୍ତି କି ନାହିଁ। ସେ କରୁଛନ୍ତି ଯଦିବି ତେବେ ତାଙ୍କ ଲାଇଫରେ ସେ ଏଞ୍ଜୟ କରନ୍ତୁ। ସେ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ କାମନା କରନ୍ତି’।

‘ତାଙ୍କୁ ଏହି ସମ୍ପର୍କରୁ କେବଳ ପ୍ରତାରଣା ମିଳିଥିଲା। ସେ ନନ୍ଦିଶଙ୍କ ସହ ୪ବର୍ଷ ରହିଥିଲେ। ସେ ଚାହିଁଲେ ତାଙ୍କ ବିଷୟରେ ବହୁତ କିଛି କହି ପାରିବେ। କିନ୍ତୁ ଯେଉଁମାନେ ତାଙ୍କୁ ବୁଝିଛନ୍ତି ସେମାନେ ଜାଣିଯିବେ। ସେ ଏହି ସମ୍ପର୍କରେ ଜମା ବି ଖୁସି ନଥିଲେ। ତାଙ୍କ ଘରଲୋକେ ମଧ୍ୟ ଏଥିପାଇଁ ଦୁଃଖୀ ଥିଲେ। କିନ୍ତୁ ସେମାନେ ତାଙ୍କ ନିଷ୍ପତ୍ତିରେ ସହଯୋଗ କରିଥିଲେ’।

   Related Posts