ହିମାଂଶୀଙ୍କୁ ବିବାହ ପାଇଁ ପ୍ରପୋଜ କଲେ ଅସିମ୍ : ଉଭୟଙ୍କ ରୋମାଣ୍ଟିକ୍ ଭିଡିଓ ଭାଇରାଲ୍

Published By : Prameya-News7 Bureau | January 28, 2020 IST

ନୂଆଦିଲ୍ଲୀ ୨୮/୧: ‘ବିଗ୍ ବସ୍ ୧୩’ ର ପ୍ରତିଯୋଗୀ ଅସିମ୍ ରିୟାଜ ପୂର୍ବତନ ପ୍ରତିଯୋଗୀ ହିମାଂଶୀ ଖୁରାନାଙ୍କୁ ଭଲ ପାଆନ୍ତି,ଏହା ବିଷୟରେ  ଶୋ ରେ ରହିବା ସମୟରେ ଅସୀମ କହି ସାରିଥିଲେ। ହିମାଂଶୀ ଯିବା ପୂର୍ବରୁ ତାଙ୍କୁ ନିଜ ମନ କଥା କହିଥିଲେ। କିନ୍ତୁ ହିମାଂଶୀ ତାଙ୍କୁ ସେତେବେଳେ ବୁଝାଇଥିଲେ ଯେ ସେମାନେ କେବଳ ସାଙ୍ଗ କାରଣ ତାଙ୍କର ଜଣେ ବୟଫ୍ରେଣ୍ଡ ଅଛନ୍ତି ଏବଂ ସେ ତାଙ୍କୁ ବିବାହ କରିବେ। କିନ୍ତୁ ଅସୀମଙ୍କୁ ଏହି କଥାରେ କୌଣସି ଫରକ ପଡ଼ିନଥିଲା। ବିଗ୍ ବସ୍ ଘରୁ ବାହାରିବା ପରେ ହିମାଂଶୀ ନିଜ ଫ୍ୟାନଙ୍କୁ ଜଣାଇଥିଲେ ଯେ ତାଙ୍କର ବ୍ରେକଅପ୍ ହୋଇଯାଇଛି ଏବଂ ସେ ଅସୀମ ରିୟାଜଙ୍କ ଅପେକ୍ଷା କରିଛନ୍ତି।

wp:core-embed/instagram {"url":"https://www.instagram.com/p/B71StJ2gPr_/?utm_source=ig_embed\u0026utm_campaign=embed_video_watch_again","type":"rich","providerNameSlug":"instagram","className":""}
https://www.instagram.com/p/B71StJ2gPr_/?utm_source=ig_embed&utm_campaign=embed_video_watch_again
/wp:core-embed/instagram

ଗତ ସପ୍ତାହ ଶୋରେ ଯେତେବେଳେ ଶେଫାଳି ଜରିଓ୍ବାଲାଙ୍କ ସ୍ବାମୀ ପରାଗ ତ୍ୟାଗୀ ଆସିଥିଲେ ସେ ଅସୀମଙ୍କୁ ହିମାଂଶୀଙ୍କ ବ୍ରେକ୍ ଅପ୍ ବିଷୟରେ କହିଥିଲେ ଏବଂ ହିମାଂଶୀ ତାଙ୍କୁ ଅପେକ୍ଷା କରିଛନ୍ତି ବୋଲି ମଧ୍ୟ କହିଥିଲେ। ଏହା ଜାଣି ଅସୀମ ବହୁତ ଖୁସି ହୋଇଯାଇଥିଲେ। ଏବେ ପୁଣି ଥରେ ହିମାଂଶୀ ବିଗ୍ ବସ୍ ଘରେ ପାଦ ରଖିବାକୁ ଯାଉଛନ୍ତି ଏବଂ ଅସୀମ ତାଙ୍କୁ ବିବାହ କରିବାକୁ ପ୍ରପୋଜ କରିବେ। ଉଭୟଙ୍କ ରୋମାଣ୍ଟିକ୍ ଭିଡିଓ ମଧ୍ୟ ସାମନାକୁ ଆସିଯାଇଛି ଏବଂ ଯେଉଁଥିରେ ଅସୀମ ସମସ୍ତଙ୍କ ସାମନାରେ ହିମାଂଶୀଙ୍କୁ ବିବାହ ପାଇଁ ପ୍ରପୋଜ କରୁଛନ୍ତି।

{"id":217114,"sizeSlug":"large"}

କଲର୍ସ ନିଜ ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ହିମାଂଶୀ ବିଗ୍ ବସ୍ ଘରେ ଆସୁଥିବା ଦେଖାଯାଇଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ହିମାଂଶୀଙ୍କୁ ଦେଖି ଅସିମ୍ ଖୁସିରେ ପାଗଳ ହୋଇଯାଉଛନ୍ତି ଏବଂ ତାଙ୍କୁ ଆଲିଙ୍ଗନ କରୁଛନ୍ତି। ଅସିମ୍ ହିମାଂଶୀଙ୍କୁ ଲଗାତାର କିସ୍ କରୁଛନ୍ତି। ଏହା ପରେ ଅସିମ୍ ଘରଲୋକଙ୍କ ସାମନାରେ ଆଣ୍ଠୁରେ ବସି ହିମାଂଶୀଙ୍କୁ ପ୍ରପୋଜ କରୁଛନ୍ତି।

{"id":217115,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.