Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଦୀପିକା କକ୍କରଙ୍କ ଉପରେ ଏସିଡ୍ ପକାଇବାକୁ ଧମକ ଦେଲେ ଶ୍ରୀସନ୍ଥଙ୍କ ଫ୍ୟାନ୍

7/01/2019 at 1:48 PM

ମୁମ୍ବାଇ ୭|୧: ରିୟଲିଟି ସୋ ‘ବିଗ୍ ବସ୍ ସିଜିନ୍ ୧୨’ ର ବିଜେତା ହୋଇଛନ୍ତି ଟିଭି ସିରିଏଲ ଅଭିନେତ୍ରୀ ଦୀପିକା କକ୍କଡ । ଶ୍ରୀସନ୍ଥ ଦ୍ବିତୀୟ ଏବଂ ଦୀପକ ତୃତୀୟ ସ୍ଥାନରେ ରହିଛନ୍ତି । ଦୀପିକା ବିଜେତା ହେବା ପର ଶ୍ରୀସନ୍ଥଙ୍କ ଫ୍ୟାନ୍ ଖୁବ୍ କ୍ଷୁବ୍ଧ ଅଛନ୍ତି । ଶ୍ରୀସନ୍ଥ ହାରିବା ଯୋଗୁଁ ତାଙ୍କର ଜଣେ ଫ୍ୟାନ୍ ଦୀପିକାଙ୍କ ଉପରେ ଏସିଡ୍ ପକାଇବା ପାଇଁ ଧମକ ଦେଇଛନ୍ତି ।

ସୂଚନା ଅନୁସାରେ ସୋସିଆଲ ମିଡିଆରେ ଶ୍ରୀସନ୍ଥଙ୍କର ଜଣେ ଫ୍ୟାନ୍ ଦୀପିକାଙ୍କ ଉପରେ ଏସିଡ୍ ପକାଇବା କଥା କହିଛନ୍ତି । ଟ୍ବିଟ୍ କରିଥିବା ୟୁଜର ନିଜକୁ ଶ୍ରୀସନ୍ଥଙ୍କ ବଡ ଫ୍ୟାନ୍ ବୋଲି କହୁଛି । ସେହିଭଳି ଏସିଡ୍ ପକାଇବା ପାଇଁ ଧମକ ଦେବା ବ୍ୟତୀତ ସେ ଦୀପିକାଙ୍କୁ ଆହୁରି ମଧ୍ୟ ଖରାପ କଥା କହିଛନ୍ତି ।

ଏଇ ନିକଟରେ ସେ ଟ୍ବିଟ୍ କରି ଦୀପିକାଙ୍କ ବିରୋଧରେ ବହୁତ ଖରାପ ଶବ୍ଦ ପ୍ରୟୋଗ କରିଛନ୍ତି । ସେ ଲେଖିଛନ୍ତି ଯେ ଯଦି ସେ ଦୀପିକାଙ୍କୁ କେଉଁଠି ଦେଖିବେ ତେବେ ଏସିଡ୍ ପକାଇବେ । ସେହିଭଳି ଏ ଘଟଣା ପଦାକୁ ଆସିବା ପରେ ଦୀପିକାଙ୍କ ଫ୍ୟାନ୍ ଅଲର୍ଟ ହୋଇଯାଇଛନ୍ତି । ସେମାନେ ଏ ଘଟଣା ସଂପର୍କରେ ମୁମ୍ବାଇ ପୋଲିସକୁ ସୂଚନା ଦେଇଛନ୍ତି ।

   Related Posts