Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ଟ୍ରଫି ଜିତୁ ଜିତୁ ଟ୍ରୋଲର ଶିକାର ହେଲେ ରୁବିନା, ୟୁଜର କହିଲେ ଚିଟର୍

22/02/2021 at 5:09 PM

 ମୁମ୍ବାଇ, ୨୨/୦୨ : ଟେଲିଭିଜନ୍‌ ଧାରବାହିକର ଲୋକପ୍ରିୟ ଅଭିନେତ୍ରୀ ରୁବିନା ଦିଲାଏକ୍ ବିଗ୍ ବସ୍ ୧୪ ର ଟ୍ରଫି ହାସଲ କରିଛନ୍ତି । ଗତକାଲି ଶୋ’ର ଗ୍ରାଣ୍ଡ ଫାଇନାଲ୍ ହୋଇଥିଲା ଯେଉଁଥିରେ ରୁବିନା ଦିଲାଏକ୍, ରାହୁଲ ବୈଦ୍ୟ ଏବଂ ନିକ୍କି ତାମ୍ବୋଲି ଟପ୍-୩ରେ ପହଞ୍ଚିଥିଲେ । ଏହି ଶୋ ପାଇଁ ରୁବିନା ଜଣେ ଦୃଢ ପ୍ରତିଯୋଗୀ ଥିଲେ ଏବଂ ଏହି ସିଜିନ୍‌ରେ ସେ ବିଜେତା ହେବେ ବୋଲି ଅନୁମାନ କରାଯାଉଥିଲା । ଏହି ଶୋରେ ସେ ୩୬ ଲକ୍ଷ ପୁରସ୍କାର ରାଶି ଜିତିଛନ୍ତି । ଶୋ ଶେଷ ପରେ ରୁବିନା ତାଙ୍କ ଘରେ ପହଞ୍ଚିଛନ୍ତି । ବିଜେତା ହେବା ପରେ ତାଙ୍କ ପାଖକୁ ଅନେକ ଶୁଭେଛା ଓ ଶୁଭକାମନା ଆସିବା ସହିତ ସେ ଟ୍ରୋଲର ଶିକାର ମଧ୍ୟ ହୋଇଛନ୍ତି ।

ଲୋକମାନେ ରୁବିନାଙ୍କୁ ଖୁବ୍ ଟ୍ରୋଲ କରିଛନ୍ତି । କେହି କେହି ତାଙ୍କୁ ବିଜେତା କହିଥିବା ବେଳେ ଆଉ କେହି ତାଙ୍କୁ ଚିଟର୍ ମଧ୍ୟ କହିଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି, ଶୋ ଆରମ୍ଭରୁ ନିର୍ମାତାମାନେ ନିଷ୍ପତ୍ତି ନେଇଥିଲେ ଯେ ରୁବିନା ୱିନର ହେବେ, କେବଳ୪ ମାସ ପାଇଁ ଡ୍ରାମା କରି ଆମ ସମୟକୁ ନଷ୍ଟ କରିଦେଲେ ।

ଆଉ ଜଣେ ଲେଖିଛନ୍ତି, ଭୋଟିଙ୍ଗ ଲାଇନ୍ସ କାହିଁକି ଖୋଲା ଯାଇଥିଲା ?

ଜଣେ ୟୁଜର ରୁବିନାଙ୍କୁ ଏକ ନେଗେଟିଭ୍ ବ୍ୟକ୍ତି ବୋଲି କହି ଲେଖିଛନ୍ତି, ଇଏ କିପରି ଟ୍ରଫି ଜିତି ପାରିବେ ।  ରାହୁଲ ଆମ ପାଇଁ  ୱିନର୍ ।

ଯଦିଓ ଲୋକମାନେ ରୁବିନାଙ୍କୁ ଟ୍ରୋଲ କରୁଛନ୍ତି କିନ୍ତୁ ଅଭିନେତ୍ରୀଙ୍କ ଫ୍ୟାନ୍ସମାନେ ତାଙ୍କ ଜିତିବାକୁ ନେଇ ବହୁତ ଖୁସି ଅଛନ୍ତି । ରାଖୀ ସାୱନ୍ତ ମଧ୍ୟ ଟପ୍-୫ରେ ପହଞ୍ଚିଥିଲେ କିନ୍ତୁ ୧୪ ଲକ୍ଷ ଟଙ୍କା ନେଇ ସେ ଶୋ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ।  ସେହିପରି କମ୍ ଭୋଟ୍ ହେତୁ ଅଲି ମଧ୍ୟ ଏହି ରେସ୍‌ରୁ ବାହାରି ଯାଇଥିଲେ ।

   Related Posts