Wednesday, June 26, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଗ୍‌ବସ୍‌ ୧୩ର ପ୍ରତିଯୋଗୀ ଲିଷ୍ଟ ହେଲା ଲିକ୍, ସିଜନ ୧୩ରେ ଦେଖାଯିବେ ଜଣାଶୁଣା ଚେହେରା

ମୁମ୍ବାଇ୨୫|୫: କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ବହୁ ପ୍ରତିକ୍ଷୀତ ରିୟାଲିଟି ସୋ ବିଗବସ ସିଜନ-୧୩ରର ସମୟ ପାଖେଇଆସିଲାଣି। ବିଶ୍ବର ସବୁଠୁ ବଡ ରିୟାଲିଟି ସୋ ବିଗ୍‌ବସର ୧୩ତମ ସିଜନ୍‌ର  ପ୍ରତିଯୋଗୀଙ୍କ ବିଷୟରେ ଜୋରସୋରରେ ଚର୍ଚ୍ଚା ଚାଲିଛି।

ଏହା ନେଇ ବିଶେଷ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ବିଗ୍‌ବସର ଏହି ସିଜନ୍‌ ନିଆରା ହେବ ବୋଲି ଅନୁମାନ କରାଯାଉଛି।  

ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ବିଗ୍‌ବସର ହୋଷ୍ଟିଂ ସଲମାନ ଖାନ କରିବେ। ଆଶ୍ଚର୍ଯ୍ୟର କଥା ଏହା ଯେ, ସଲମାନ ଏବେ ତାଙ୍କ ଆଗାମୀ ଫିଲ୍ମ “ଭାରତ” ପାଇଁ ବ୍ୟସ୍ତ ଅଛନ୍ତି। ଏହା ସତ୍ତ୍ବେ ସେ ବିଗ୍‌ବସ୍‌ର ଏହି ସିଜନରେ ସାମିଲ ରହିବେ।
ବିଗ୍‌ବସ ୧୩ ଅନ୍ୟ ସିଜନ୍‌ଠୁ ହଟ୍‌କେ ହେବ ବୋଲି ଶୁଣା ଯାଉଛି। ଅଫିସିଆଲି ସଲମାନ ଏହି ସିଜନ୍‌ର ପ୍ରତିଯୋଗୀ ତାଲିକା ଘୋଷଣା କରିନାହାନ୍ତି।

ସୂଚନାଯୋଗ୍ୟ ଯେ, ଏଥର ସିଜନ୍‌ରେ କେବଳ ସେଲିବ୍ରିଟି ଭାଗ ନେବେ । କାରଣ ଧିରେ ଧିରେ ଏହି ସୋର ଟିଆରପି କମିବାକୁ ଲାଗିଛି।

ଏଥିପାଇଁ ସିଜନ୍‌୧୩ରେ ଜଣାଶୁଣା ସେଲିବ୍ରିଟି ରହିବେ। ରିପୋର୍ଟ ଅନୁସାରେ ସିଜନ୍‌ ୧୩ରେ ମାହି ଭିଜ୍‌, ଜୟ ଭାନୁଶାଲୀ, ବିବେକ୍‌ ଦହିୟା, ନିୟା ଶର୍ମା, ଅଚିନ୍ତ କୌର, ଅନେରୀ ଭଜାନୀ ଭଳି ସେଲିବ୍ରିଟି ଦେଖିବାକୁ ମିଲିପାରନ୍ତି।  

180 Views

   ସମ୍ବନ୍ଧିତ ଖବର