ବିଗବସ୍ ସିଜନ୍ ୧୩: ବିଜେତା ହେଲେ ସିଦ୍ଧାର୍ଥ ଶୁକ୍ଳା,ରନର୍ସ ଅପ୍ ହେଲେ ଆସିମ୍ ରିୟାଜ୍

Published By : Prameya-News7 Bureau | February 16, 2020 IST

ମୁମ୍ବାଇ୧୬|୨: ଦୀର୍ଘ ସାଢ଼େ ୪ମାସରୁ ଅଧିକ ସମୟ ଧରି କଲର୍ସ ଚ୍ୟାନେଲରେ ପ୍ରସାରିତ ହୋଇଆସିଥିବା ଲୋକପ୍ରିୟ ରିୟାଲିଟି ଶୋ’ ବିଗ୍ ବସ୍ ସିଜିନ-୧୩ ର ଗ୍ରାଣ୍ଡ ଫିନାଲେ ଗତ କାଲି ଥିଲା । ଏଥିରେ ବିଜେତା ହୋଇଛନ୍ତି ସିଦ୍ଧାର୍ଥ ଶୁକ୍ଳା। କଡା ପ୍ରତିଯୋଗିତା ଭିତରେ ଅନ୍ୟତମ ପ୍ରତିଯୋଗୀ ଆସିମ ରିୟାଜଙ୍କୁ ହରାଇ ସିଦ୍ଧାର୍ଥ ଶୁକ୍ଳା ବିଗ୍ ବସ୍ ଟ୍ରଫି ହାସଲ କରିଛନ୍ତି। ପୁରସ୍କାର ସ୍ୱରୂପ ତାଙ୍କୁ ୪୦ ଲକ୍ଷ ଟଙ୍କା ଓ ଟ୍ରଫି ମିଳିଛି ।

{"id":225058,"sizeSlug":"large"}

ସିଜନ୍ ୧୩ ରେ ସିଦ୍ଧାର୍ଥ ସବୁଠାରୁ ବିବାଦୀୟ ପ୍ରତିଯୋଗୀ ଥିଲେ। ସିଦ୍ଧାର୍ଥ ବିଜେତା ହେବା ଏକପ୍ରକାର ନିଶ୍ଚିତ ଥିଲା। ସିଦ୍ଧାର୍ଥ ଶୁକ୍ଳାଙ୍କ ସମେତ, ରଶ୍ମୀ ଦେଶାଇ, ଆସିମ୍ ରିୟାଜ, ଶେହନାଜ ଗିଲ୍, ପାରସ୍ ଛାବରା ଏବଂ ଆରତୀ ସିଂହ ଫିନାଲେରେ ସାମିଲ ଥିଲେ। କାଶ୍ମୀରର ମଡେଲ ଆସିମ ରିୟାଜ ପ୍ରତିଯୋଗିତାର ଦ୍ୱିତୀୟ ସ୍ଥାନରେ ରହିଥିଲା ବେଳେ ସେହନାଜ ଗିଲ୍‌ ତୃତୀୟ ସ୍ଥାନରେ ରହିଥିଲେ ।

{"id":225059,"sizeSlug":"large"}

ଶୋ'ର ହୋଷ୍ଟ୍ ସଲମାନ ଖାନ୍ ଶେହନାଜ ଗିଲଙ୍କୁ ବିଗ୍ ବସ୍ ଇତିହାସରେ ସବୁଠାରୁ ନିଆରା ପ୍ରତିଯୋଗୀ ବୋଲି କହିଥିଲେ। ଅନ୍ୟ ୩ ପ୍ରତିଯୋଗୀଙ୍କ ମଧ୍ୟରୁ ପାରସ ଛାବ୍ରା ୧୦ଲକ୍ଷ ଟଙ୍କା ନେଇ ଶୋ’ରୁ ଚାଲିଯାଇଥିଲେ।  ବିଗବସ୍‌ର ସବୁ ସିଜିନ୍‌ ମଧ୍ୟରୁ ଏହି ସିଜିନ୍‌ ତଥା ବିଗ୍‌ବସ୍‌୧୩ ସବୁଠାରୁ ଅଧିକ ଦିନ ଧରି ଚାଲିଥିଲା ।

{"id":225060,"sizeSlug":"large"}

୨୦୧୯ ମସିହା ସେପଟେମ୍ବର ୨୯ତାରିଖରେ ଏହା ଆରମ୍ଭ ହୋଇଥିଲା । ପ୍ରଥମେ ଏହାକୁ ୧୦୫ ଦିନ ଭିତରେ ଶେଷ କରିବାକୁ ଯୋଜନା ଥିଲା । ହେଲେ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଆୟୋଜକ ଏହାକୁ ଆହୁରି ୫ ସପ୍ତାହ ବଢ଼ାଇ ଦେଇଥିଲେ । ଫଳରେ ଏହା ୧୪୦ ଦିନ ଧରି ଚାଲିଥିଲା ।

wp:core-embed/instagram {"url":"https://www.instagram.com/p/B8mly1qJtbw/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B8mly1qJtbw/?utm_source=ig_embed
/wp:core-embed/instagram

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.