ବିଗ୍ବସ୍ ୧୩ର ପ୍ରଥମ ଟାସ୍କକୁ ପସନ୍ଦ କଲେନି ଦର୍ଶକ, ଅମିଷାଙ୍କୁ କହିଲେ ଏମିତି, ଟ୍ରୋଲ ହେଲା ଶୋ
2/10/2019 at 10:23 AM

ମୁମ୍ବାଇ୨|୧୦: ସଲମାନ୍ ଖାନ୍ଙ୍କ ଲୋକପ୍ରିୟ ରିୟାଲିଟି ଶୋ’ ବିଗ୍ବସ୍ ୧୩ ଗତ ମାସ ୨୯ ତାରିଖରରୁ ଆରମ୍ଭ ହୋଇସାରିଛି। ସଲମାନ୍ ଖାନ୍ ୧୩ ଜଣ ସଦସ୍ୟଙ୍କୁ ଘର ଭିତରକୁ ପଠାଇସାରିଛନ୍ତି । ଚଳିତବର୍ଷ ଶୋ’ରେ ଅମିଷା ପଟେଲଙ୍କୁ ଘରର ମାଲିକାଣୀ ଭାବେ ଦେଖିବାକୁ ମିଳିଛି।

ସୋମବାର ପ୍ରତିଯୋଗିତାଙ୍କର ଘରେ ପ୍ରଥମ ଦିନ ଥିଲା। ଆରମ୍ଭ ହେଉ ହେଉ ଏବେ ବିବାଦରେ ଲୋକପ୍ରିୟ ଟେଲିଭିଜନ ଶୋ’ ‘ବିଗ୍ ବସ୍ ୧୩’। ପ୍ରଥମ ଦିନରେ ଘରର ମାଲିକାଣୀ ଅମିଷା ରାସନ ତଥା ଖାଦ୍ୟସାମଗ୍ରୀ ପାଇଁ ପ୍ରତିଯୋଗିତାଙ୍କୁ ଟାସ୍କ ଦେଇଥିବା ନଜର ଆସିଛି। ତେବେ ଏହି ଟାସ୍କର ଆଲୋଚନା ଜୋରସୋର୍ରେ ହେଉଛି।

ଏହି ଟାସ୍କରେ ସେଲିବ୍ରିଟିମାନେ ପରସ୍ପରଙ୍କ ମଧ୍ୟରେ ଖାଦ୍ୟ ସାମଗ୍ରୀ ପାଟି ମାଧ୍ୟମରେ ଦେବାର ନିୟମ ରହିଥିଲା। ଏହି ଟାସ୍କ ଦେଖି ସୋସିଆଲ ମିଡିଆରେ ଦର୍ଶକ ବେଶ ଚର୍ଚ୍ଚା ଚାଲାଇଛନ୍ତି । ଶୋ ସହିତ ଅମିଷା ମଧ୍ୟ ଟ୍ରୋଲ ହୋଇଛନ୍ତି। ଅନେକ ୟୁଜର ଏହି ଟାସ୍କକୁ ଅତ୍ୟନ୍ତ ଖରାପ ବୋଲି କହିଛନ୍ତି। କିଛି ଦର୍ଶକ ଅମିଷାଙ୍କୁ ଏଭଳି ଟାସ୍କ ଦେବା ଅନୁଚିତ୍ ବୋଲି ଅଭିଯୋଗ କରିଛନ୍ତି।

କାରଣ ଘରର ସଦସ୍ୟ ବା ସେଲିବ୍ରିଟିମାନେ ସମ୍ପର୍କୀୟ ନୁହନ୍ତି। ଏଭଳି ଟାସ୍କ କରିବାକୁ ସମସ୍ତେ କମ୍ଫର୍ଟବେଲ ନଥାଇପାରନ୍ତି। ଏହି କାରଣରୁ କିଛି ୟୁଜର ଅମିଷାଙ୍କୁ ଘରୁ ବାହାର କରିଦେବାକୁ ମଧ୍ୟ ଦାବି କରିଛନ୍ତି। ଏଥର ବିଗ୍ବସ ଏକ ଫ୍ଲପ୍ ଶୋ’ ହେବ ବୋଲି ସୋସିଆଲ ମିଡିଆରେ ଆଲୋଚନା ହେଉଛି।