ବିଗବସ୍ ସିଜନ ୧୨ର ତାଜ କିଏ ଓ କେମିତି ପିନ୍ଧିଲେ ଜାଣନ୍ତୁ, ରେସରୁ କିଏ କେମିତି ବାଦ ପଡିଲେ ଜାଣନ୍ତୁ ରହସ୍ୟ

Published By : Prameya-News7 Bureau | December 31, 2018 IST

wp:heading {"level":5}
ବହୁ ପ୍ରତିକ୍ଷୀତ ବିଗ ବସ ସିଜନ-୧୨ର ୱିନର ଘୋଷଣା ହୋଇଛି । କିଏ ବିଗ ବସ ମୁକୁଟ ପିନ୍ଧିବ ତାକୁ ନେଇ  ଫ୍ୟାନଙ୍କ ମଧ୍ୟରେ ଚାଲିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଛି । ଶେଷରେ ବିଗ ବସ ୧୨ର ଟ୍ରଫି ପାଇଲେ ଦିପୀକା କକ୍କଡ । ଦିପୀକା ହେଉଛନ୍ତି କଲର୍ସର ଖୁବ ଚର୍ଚ୍ଚିତ ଧାରାବାହିକ “ଶଶୁରାଲ ସିମର କା”ର ବହୁ ।
/wp:heading {"id":69065}
wp:heading {"level":5}
 ଦିପୀକା ଟେଲିଭିଜନ ଇଣ୍ଡଷ୍ଟ୍ରି ସହ ଖୁବ ପରିଚିତ। ସେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ବହୁତ ଚର୍ଚ୍ଚିତ। କଲର୍ସ ଚ୍ୟାନେଲରେ  ପ୍ରସାରିତ ହେଉଥିବା “ଶଶୁରାଲ ସିମର କା”ଧାରାବାହିକରେ ସିମରର ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ। ଏହି ଧାରାବାହିକରେ  ସେ ଲିଡ୍‌ ରୋଲରେ ଥିଲେ। ଏହା ଛଡା ସେ ଅନେକ ରିଏଲିଟି ଡ୍ୟାନ୍ସ ସୋ ରେ ମଧ୍ୟ ଦେଖିବାକୁ ମିଳିଥିଲେ। ଅଭିନୟ କରିବାର ଖୁବ କମ ବର୍ଷ ମଧ୍ୟରେ ସେ ବେଶ ପ୍ରତିଷ୍ଠା ଲାଭ କରିଛନ୍ତି । ବିଗ ବସ ୧୨ ଆରମ୍ଭ ହେବାକିଛି ଦିନ ପୂର୍ବରୁ ଶୋହେବ ଇବ୍ରାହିମ ଏବଂ ଦିପୀକା କକ୍କଡଙ୍କ ବିବାହ ହୋଇଥିଲା। ଶୋହେବ ଇବ୍ରାହିମ  “ଶଶୁରାଲ ସିମର କା”ଧାରାବାହିକରେ ସିମରଙ୍କ ସ୍ୱାମିର ଚରିତ୍ରରେ ଅଭିନୟ କରିଥିଲେ। ସୋ ରେ ମଧ୍ୟ ଦିପୀକା ଶୋହେବଙ୍କୁ ବହୁତ ମିସ୍‌ କରିଥିଲେ।
/wp:heading {"id":69068,"width":566,"height":381}

ରବିବାର ଗ୍ରାଣ୍ଡ  ଫିନାଲେରେ ଦିପୀକା କକ୍କଡଙ୍କୁ ବିଗ ବସ ୧୨ର  ୱିନର ଘୋଷଣା କରାଯାଇଥିଲା। ଦିପୀକା ଜଣେ ସେଲିବ୍ରିଟୀ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ। ଏବଂ ୧୫ ସପ୍ତାହ ଘରେ ସଂଘର୍ଷ କରିଲା ପରେ ସଫଳତା ସହ ବିଗ ବସ ୧୨ର ବିଜେତା ହୋଇଥିଲେ। ମଜେଦାର କଥା ଏହା ଯେ ବିଗ ବସରେ ତାଙ୍କୁ ଟକ୍କର ଦବା ପାଇଁ ତାଙ୍କ ଧରମଭାଇ ଶ୍ରୀସନ୍ଥ ଥିଲେ।

{"id":69069,"width":585,"height":326}

ବିଗ ବସ ୧୨ ଗ୍ରାଣ୍ଡ  ଫିନାଲେର ଟପ ୫ରେ ଦିପୀକା କକ୍କଡ, ଶ୍ରୀସନ୍ଥ, ରୋମିଲ ଚୌଧରୀ, ଦୀପକ ଠାକୁର, ଏବଂ କରନବୀର ବୋହରା ଥିଲେ। ଫିନାଲେ ଆରମ୍ଭରେ କରନବୀର ବୋହରା ଏଲିମିନେଟ ହୋଇଥିଲେ। ତାଙ୍କ ପରେ ରୋମିଲ ଚୌଧରୀ ଟପ ଟୁ ରେସରୁ ବାହାରି ଯାଇଥିଲେ। ଏହା ପରେ ବିଗ ବସରେ ଜବରଦସ୍ତ ଟ୍ୱିଇଷ୍ଟ ହୋଇଥିଲା।

{"id":69067}

ବାକି ପ୍ରତିଯୋଗୀଙ୍କୁ ଅଫର ଦିଆଯାଇଥିଲା ଯେ ବିଜେତା ପାଇଁ ଥିବା ପ୍ରାଇସ୍ ମନିରୁ କିଛି ଅଂଶ ନେଇ କେହି ବି ରେସରୁ ଓହରି ପାରିବ ବୋଲି ଅଫର ଦିଆଯାଇଥିଲା । ଏହି ଅଫର ଦୀପକ ଠାକୁର ଗ୍ରହଣ କରି ରେସରୁ ବାହାରି ଯାଇଥିଲେ । ଦୀପକ ଠାକୁରଙ୍କ ପରେ ସିଧା ଟକ୍କର ଭାଇ ଭଉଣିଙ୍କ ମଧ୍ୟରେ ହୋଇଥିଲା। ସୋ ର ୩ମସ ମଧ୍ୟରେ ଶ୍ରୀସନ୍ଥ ଏବଂ ଦୀପିକାଙ୍କ ମଧ୍ୟରେ  ଭାଇ ଭଉଣୀର ସଂର୍ପକ ସୃଷ୍ଟି ହୋଇଥିଲା ।  ଶେଷରେ ସଲମାନ ଖାନ ଦିପୀକା କକ୍କଡଙ୍କୁ ବିଜେତା ଭାବେ ଘୋଷଣା କରିଥିଲେ। ଦିପୀକା ଓ ଶ୍ରୀସନ୍ଥ ମଧ୍ୟରେ ହୋଇଥିବା ଟକ୍କର ଦର୍ଶକଙ୍କ ଉତ୍କଣ୍ଠା ବଢାଇଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.