ପରସ୍ପର ସହ ଡେଟ୍ କରୁଛନ୍ତି ବିଗ୍‌ବସ୍-୧୨ର ଏହି ୨ ପ୍ରତିଯୋଗୀ

Published By : Prameya-News7 Bureau | April 05, 2019 IST

wp:heading {"level":5}
ମୁମ୍ବାଇ ୫|୪: କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ବହୁ ପ୍ରତିକ୍ଷୀତ ରିୟାଲିଟି ସୋ ବିଗବସ ସିଜନ-୧୨ର ପ୍ରତିଯୋଗୀ ଥିବା ରଶ୍ମୀ ବାନିକ୍‌ ଓ ଶିବାଶିଷ୍‌ ମିଶ୍ର ଏବେ ଡେଟ୍‌ କରୁଛନ୍ତି। ଉଭୟଙ୍କ ଡେଟ କରୁଥିବା ବିଷୟରେ ଏବେ ଜୋରସୋର ଚର୍ଚ୍ଚା ଚାଲିଛି। ଉଭୟଙ୍କ ଫଟୋ ଦେଖି ଦର୍ଶକ ଏହା ଅନୁମାନ କରୁଛନ୍ତି ଯେ, ସେମାନେ ଡେଟ କରୁଛନ୍ତି ।
/wp:heading {"id":100407}
wp:heading {"level":5}
ରଶ୍ମୀ ଆରମ୍ଭରୁ ହିଁ ବିଗବସରୁ ବାହାରିଯାଇଥିଲେ। ଶିବାଶିଷ୍‌ ଅଧିକ ସମୟ ଯାଏଁ ରହି ଶେଷ ସମୟରେ ଏଲିମିନେଟ ହୋଇଥିଲେ। ଶିବାଶିଷ୍‌ଙ୍କୁ ଏବେ ୨୬ ବର୍ଷ । ସେ କିଛି ଦିନ ତଳେ ସୋସିଆଲ ମିଡିଆରେ ରଶ୍ମୀଙ୍କ ସହ ସେଲ୍‌ଫି ପୋଷ୍ଟ କରିଛନ୍ତି । ଏହା ସହ ରଶ୍ମୀ ମଧ୍ୟ ତାଙ୍କ ଇଣଷ୍ଟାଗ୍ରାମ୍‌ରେ ଏହି ଫଟୋଟିକୁ ପୋଷ୍ଟ କରିଛନ୍ତି।
/wp:heading {"id":100408}
wp:heading {"level":5}
କିଛି ଦିନ ତଳେ ରଶ୍ମୀ ଏକ ଫଟୋ ପୋଷ୍ଟ କରି ଲେଖିଥିଲେ ଯେ, " କିଛି କାରଣ ନଥାଇ ହସିବା ସେ ତାଙ୍କଠୁ ଶିଖିଛନ୍ତି, ତାଙ୍କ ସହ ପାର୍ଟି କରିବା ସେ ପସନ୍ଦ କରନ୍ତି। ଦୁନିଆରେ ଅନେକ କଥାର ଭିତରକୁ ନଯାଇ ବାହାରୁ ଦେଖି ଲୋକେ ମତ ମନ୍ତବ୍ୟ ଦେଇଥାନ୍ତି । କିନ୍ତୁ ଆପଣ ଭୁଲନ୍ତୁ ନାହିଁ ଯେ, ଏହା ଆପଣଙ୍କ ଜୀବନ। ଆଉ ଆପଣ ଏଥିପାଇଁ ବଞ୍ଚୁଛନ୍ତି। ମଣିଷକୁ ସେହି ସବୁ କାମ କରିବା ଉଚିତ୍‌ ଯାହା ଦ୍ୱାରା ସେ ଖୁସୀ ପାଇପାରିବା। ସେ ଶିବାଶିଷ୍‌ଙ୍କ ସହ ସବୁବେଳେ ରହିବେ ବୋଲି ଲେଖିଥିଲେ।
/wp:heading {"id":100409}
wp:heading {"level":5}
କେବଳ ସେତିକି ନୁହଁ, ଏହା ସହ ଲଭ୍‌ ୟୁ ଶିବାଶିଷ୍‌" ଲେଖି ପୋଷ୍ଟ କରିଥିଲେ ରଶ୍ମୀ । ଆଜିକାଲି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ରହୁଛନ୍ତି ରଶ୍ମୀ । ଅଧିକାଂଶ ସମୟରେ ସେ ତାଙ୍କର କିଛି ନା କିଛି ଫଟୋ ସେଆର କରୁଛନ୍ତି। ତାଙ୍କ ଇଣଷ୍ଟାଗ୍ରାମ୍‌ ଆକାଉଣ୍ଟରେ ମଧ୍ୟ ବହୁତ ଫଲୋଅର୍ସ ଅଛନ୍ତି।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.