Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ପଦ୍ମଶ୍ରୀରେ ସମ୍ମାନିତ ହୋଇ ଫେରିଲେ ରଙ୍ଗବତୀ ଗୀତିକାର ମିତ୍ରଭାନୁ ଗୌନ୍ତିଆ, ଝାରସୁଗୁଡାରେ ଦିଆଗଲା ସମ୍ବର୍ଦ୍ଧନା

12/11/2021 at 7:50 PM

ଝାରସୁଗୁଡା ୧୨।୧୧: ରଙ୍ଗବତୀ ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କୁ ଝାରସୁଗୁଡାରେ ଦିଆଗଲା ସମ୍ବର୍ଦ୍ଧନା। ବିଶ୍ଵରେ ସମ୍ବଲପୁରୀ ଗୀତର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତିଙ୍କ ନିକଟରୁ ସମ୍ମାନ ଗ୍ରହଣ କରି ବିମାନରେ ଝାରସୁଗୁଡାରେ ପହଞ୍ଚିବା ପରେ ତାଙ୍କୁ ଵିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏଥିରେ ମିତ୍ରଭାନୁ ଭାବ ବିହ୍ଵଳିତ ହୋଇ ଯାଇଥିଲେ।

ରଙ୍ଗବତୀ ସଙ୍ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆ ଗତ ୮ତାରିଖ ଦିନ ମହାମହିମ ରାଷ୍ଟ୍ରପତିଙ୍କ ଦ୍ଵାରା ପଦ୍ମଶ୍ରୀ ପୁରସ୍କାର ପାଇବା ପରେ ଆଜି ଦିଲ୍ଲୀରୁ ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଂଚିଥିଲେ । ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ସହ ସାରା ବିଶ୍ୱରେ ନାଁ କରିଥିବା ମିତ୍ରଭାନୁ ଗୌନ୍ତିଆ ଏହି ସମ୍ମାନ ପାଇଥିବାରୁ ସମସ୍ତଙ୍କ ମନରେ ଖୁସି  ଖେଳିଯାଇଥିଲା । ସମ୍ବଲପୁରୀ ରଙ୍ଗବତୀ ଗୀତ ଯେ, ଦିନେ ଗାଁରୁ ବିଦେଶରେ ପହଞ୍ଚିବ ଏହା କେବେ ବି ଭାବି ନ ଥିଲେ ବୋଲି ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଗୌନ୍ତିଆ କହିଛନ୍ତି।

   Related Posts