ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ବଡ଼ ଧରଣର ବିପର୍ଯ୍ୟୟର ଆଶଙ୍କା : ବାରମ୍ବାର ହେଉଛି ଭୂକମ୍ପ

Published By : Prameya-News7 Bureau | September 12, 2018 IST

ନୂଆଦିଲ୍ଲୀ ୧୨/୯: ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ବଡ଼ ଧରଣର ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ସୃଷ୍ଟି ହୋଇଛି। ଛୋଟ ଛୋଟ ଭୂକମ୍ପ ରୂପରେ ବଡ଼ ବିପର୍ଯ୍ୟୟର ସଙ୍କେତ ମିଳୁଥିବା ପାଣିପାଗ ବିଜ୍ଞାନୀ ଓ ଭୂତତ୍ତ୍ବବିତମାନେ ପୂର୍ବାନୁମାନ କରୁଛନ୍ତି।ଗତ ସପ୍ତାହ ମଧ୍ୟରେ ଦିଲ୍ଲୀ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ୧୨ଥରରୁ ଅଧିକ ଛୋଟ ଭୂକମ୍ପ ଅନୁଭୂତ ହେଲାଣି। ଗତ ରବିବାର ଦିନ ଦିଲ୍ଲୀ-ଏନସିଆାର୍ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା। ଆଜି ସକାଳୁ ପ୍ରଥମେ ଜମ୍ମୁ-କଶ୍ମୀର ଏବଂ ହରିଆଣାରେ ଭୂକମ୍ପ ହୋଇଛି। ସକାଳ ପ୍ରାୟ ସାଢ଼େ ୫ଟାବେଳେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ତୀବ୍ରତା ଥିଲା। ଏହି ଭୂକମ୍ପର କେନ୍ଦ୍ର ଝାଜ୍ଜୋର ଥିଲା। ଇତିମଧ୍ୟରେ ବିହାର,ପଶ୍ଚିମବଙ୍ଗ ଏବଂ ଉତ୍ତର-ପୂର୍ବର କିଛି ରାଜ୍ୟରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିବା ଖବର ମିଳିଛି। ଏହି ସବୁ ରାଜ୍ୟରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୫ରହିଥିବା ଜଣାପଡ଼ିଛି। ଭୂବିଜ୍ଞାନୀଙ୍କ କହିବା ଅନୁସାରେ ଦିଲ୍ଲୀ ସିସମିକ୍ ଜୋନ୍ ୪ରେ ରହିଛି। ଦିଲ୍ଲୀରେ ରିକ୍ଟର ସ୍କେଲରେ ୬ରୁ ଅଧିକ ତୀବ୍ରତା ହେଲେ ବଡ଼ ଧରଣର ଧ୍ବଂସ ଘଟିପାରେ। ଦିଲ୍ଲୀ ଚାରିପଟେ ଭୂଗର୍ଭୀୟ ଫଲ୍ଟ ଘେରି ରହିଛି। ତେଣୁ ଭୂକମ୍ପ ଧ୍ବଂସର ତାଣ୍ଡବଲୀଳା ସୃଷ୍ଟି କରିପାରେ। ଦିଲ୍ଲୀର ୧୨୦୦ ବୋର ଓ୍ବେଲ୍ ଏବଂ ବିଭିନ୍ନ ଫ୍ଲାଇଓଭରକୁ ନେଇ ହୋଇଥିବା ସର୍ଭେ ଅନୁସାରେ ରୋହିଣୀ,ପିତମପୁରା,ଜହାଙ୍ଗୀରପୁରୀ,ରଜୈାରୀ ଗାର୍ଡନ୍,ପଞ୍ଜାବୀ ବାଗ,ନିର୍ମାଣ ବିହାର,ସିଲମପୁର ,ମୟୂର ବିହାର,ଲକ୍ଷ୍ମୀ ନଗର,ମୁଖର୍ଜୀ ନଗର,କଶ୍ମୀରୀ ଗେଟ୍,ତିମାରପୁର,ନେହେରୁ ବିହାର,ନୂଆଦିଲ୍ଲୀର ସମଗ୍ର ଅଞ୍ଚଳରେ ବଡ଼ ଧରଣର ଭୂକମ୍ପର ଆଶଙ୍କା ରହିଛି। କେବଳ ନୂଆଦିଲ୍ଲୀ ନୁହେଁ;ସମଗ୍ର ଦେଶ ଭୂକମ୍ପ ପ୍ରବଣ। ୨୦୧୫ ମସିହାରେ ପ୍ରକାଶିତ ଏକ ରିପୋର୍ଟରେ ଭାରତର ବିଖ୍ୟାତ ଭୂକମ୍ପ ବିଶେଷଜ୍ଞ ତଥା ଏନଡିଏମଏର ସଦସ୍ୟ ହର୍ଷ ଗୁପ୍ତା କହିଛନ୍ତି ଯେ,ଦେଶର ୩୪୪ଟି ସହର ଭୂକମ୍ପ ହାଇ ରିସ୍କ ଜୋନ୍ ୫ ମଧ୍ୟରେ ଆସୁଛି। ଯଦି ଏହି ସବୁ ଯାଗାରେ ରିକ୍ଟର ସ୍କେଲରେ ୯ତୀବ୍ରତା ଭୂକମ୍ପ ହୁଏ ତାହେଲେ ସମ୍ପୂର୍ଣ୍ଣ ଧ୍ବଂସଲୀଳା ହେବ। ହୀରୋସୀମାରେ ୨୭ହଜାର ବୋମା ପଡ଼ିବା ଯୋଗୁଁ ଯେଉଁଭଳି ଧ୍ବଂସ ହୋଇଥିଲା ତାଠାରୁ ମଧ୍ୟ ବଡ଼ ଧରଣର ଧ୍ବଂସ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.