ଘର ଭିତରୁ ବିରାଟ କଇଁଛ ଉଦ୍ଧାର : ଲମ୍ବ ପ୍ରାୟ ୨ ଫୁଟ, ଓଜନ ପ୍ରାୟ ୩୫କେ.ଜି.

Published By : Prameya-News7 Bureau | September 28, 2020 IST

ଭଦ୍ରକ ୨୮।୯: ଘର ଭିତରୁ ଉଦ୍ଧାର ହେଲା ବିରାଟ କଇଁଛ । ଉଦ୍ଧାର ହୋଇଥିବା କଇଁଛଟି ପ୍ରାୟ ୨ ଫୁଟ ଲମ୍ବ ହେବା । ଏହାର ଓଜନ ୨୫-୩୫ କିଲୋଗ୍ରାମ ହେବ । ଏହା ସାମୁଦ୍ରିକ କଇଁଛ ହୋଇଥିବା ବନ ବିଭାଗ ସୂଚନା ଦେଇଛି।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିର ଗ୍ରାମର ହରି ଚରଣ ବାରିକଙ୍କ ଘର ଭିତରୁ ଏହି କଇଁଛଟି ଉଦ୍ଧାର ହୋଇଛି । ଘର ଭିତରେ କଇଁଛଟି ଥିବା ବେଳେ ଏତେ ବଡ଼ କଇଁଛଟିକୁ ଘର ଲୋକ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ଏହି ବିରଳ କଇଁଛଟିକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କର ଭିଡ଼ ଜମିଥିଲା । ଏତେ ବଡ଼ କଇଁଛ ଲୋକମାନେ ଆଗରୁ କେବେ ଦେଖି ନଥିଲେ । ଏହାକୁ ଦେଖିବା ପାଇଁ ଲୋକମାନଙ୍କ ମଧ୍ୟରେ ଏକ ପ୍ରକାର କୌତୁହଳ ଦେଖିବାକୁ ମିଳିଥିଲା। ଏହି ବିରଳ କଇଁଛଟି ନଦୀର ବନ୍ୟା ଜଳରେ ଭାସି ଆସିଥିବା ଅନୁମାନ କରାଯାଉଛି। ଧାମନଗର ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି କଇଁଛଟିକୁ ଉଦ୍ଧାର କରିବା ସହ ଏହାକୁ ବୈତରଣୀ ନଦୀରେ ଛଡ଼ାଯିବ ବୋଲି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.