ବିଏସଏଫ ଏବଂ ପୋଲିସକୁ ବଡ ସଫଳତା: ଆନ୍ଧ୍ର-ଓଡିଶା ସୀମାନ୍ତ ଗୋମ୍ଫାକୋଣ୍ଡା ଜଙ୍ଗଲରୁ ବିପୁଳ ବିସ୍ଫୋରକ-ଆଇଇଡି ଜବତ

Published By : Prameya-News7 Bureau | January 21, 2021 IST

ମାଲକାନଗିରି ୨୧।୦୧: ଗତ କିଛି ଦିନ ହେବ ମାଲକାନଗିରିରେ ମାଓବାଦୀଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ପୋଲିସ  ଓ ଯବାନଙ୍କ ମିଳିତ ସମନ୍ଵୟରେ ଅପରେସନ ଆରମ୍ଭ ହୋଇଛି। ଏହି ମାଓବାଦୀ ବିରୋଧୀ ଅଭିଯାନରେ ଗୁରୁବାର ଯବାନଙ୍କୁ ବଡ ସଫଳତା ମିଳିଛି । ସୀମା ସୁରକ୍ଷାବଳ ଓ ମାଲକାନଗିରି ଜିଲ୍ଲା ପୋଲିସ ମିଳିତ ଅପରେସନରେ ବହୁ ପରିମାଣରେ ବିସ୍ଫୋରକ, ଆଇଇଡି ଏବଂ ଅନ୍ୟ ମାଓବାଦୀ ଉପକରଣ ଜବତ ହୋଇଛି।  

ସୂଚନା ଅନୁଯାୟୀ, ଗୁଇନ୍ଦା ତଥ୍ୟ ମିଳିବା ପରେ ଗୁରୁବାର ସକାଳେ ପୋଲିସ ଓ ଯବାନଙ୍କ ଦ୍ଵାରା ଓଡିଶା- ଆନ୍ଧ୍ର ପ୍ରଦେଶ ସୀମାନ୍ତ ବୋଡିଗେଟ୍ଟାର ଗୋମ୍ଫାକୋଣ୍ଡା ସଂରକ୍ଷିତ ଜଙ୍ଗଲରେ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ବହୁ ପରିମାଣରେ ମାଓବାଦୀ ସଂପର୍କିତ ସାମଗ୍ରୀ ସହିତ ବିସ୍ଫୋରକ, ଆଇଇଟି, ଗେଲଟିନ ଷ୍ଟିକ୍ସ, ଡିଟୋନେଟର, ବବି ଟ୍ରାମ୍ସ ଆଦି ଜବତ ହୋଇଛି। ଏହା ପରେ ଯବାନ ମାଲକାନଗିରିର କାଲିମେଳା ଥାନା ଅନ୍ତର୍ଗତ ଗୋମ୍ଫାକୋଣ୍ଟା ସଂରକ୍ଷିତ ଜଙ୍ଗଲ ସ୍ଥିତ ମାରିଗେଟା ଗାଁ ନିକଟରେ ବିସ୍ଫୋରକକୁ ନିଷ୍କ୍ରିୟ କରିଛନ୍ତି।

{"id":396291,"sizeSlug":"large","linkDestination":"none"}

ମାଓ ପ୍ରଭାବିତ ଅଞ୍ଚଳରେ ସୁରକ୍ଷାବଳ ଏବେ ସତର୍କ ରହିବା ସହିତ ସ୍ଥାନୀୟ ନିବାସୀଙ୍କ ସୁରକ୍ଷାରେ ନିୟୋଜିତ ଅଛନ୍ତି। ଏହି ପ୍ରୟାସରେ ଆଜି ଯବାନ ଏବଂ ସ୍ଥାନୀୟ ପୋଲିସକୁ ସଫଳତା ମିଳିଛି। ଏହି ଅପରେସନରେ ବିଏସଏଫର ୭୬ ବୋଡିଗେଟ୍ଟା ବାଟାଲିୟନ ଓ ଜିଲ୍ଲା ପୋଲିସ ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.