କୁଖ୍ୟାତ ମାଓ ନେତା ପ୍ରଶାନ୍ତ ବୋଷ ଗିରଫ, ମୁଣ୍ଡ ଉପରେ ଥିଲା ୧ କୋଟି ଟଙ୍କାର ପୁରସ୍କାର ରାଶି

Published By : Prameya-News7 Bureau | November 12, 2021 IST

ରାଞ୍ଚି ୧୨।୧୧: ପୋଲିସକୁ ବଡ ସଫଳତା। ଗିରଫ ହେଲେ କୁଖ୍ୟାତ ମାଓ ନେତା ପ୍ରଶାନ୍ତ ବୋଷ ଓରଫ ଦ। ୭୫ ବର୍ଷୀୟ କିଶନ ଏବଂ ତାଙ୍କ ପତ୍ନୀଙ୍କ ସମେତ ୪ ଜଣଙ୍କୁ ଝାଡଖଣ୍ଡ ପୋଲିସ ଶୁକ୍ରବାର ଗିରଫ କରିଛି। କିଶନ ସିପିଆଇ ମାଓବାଦୀ ପଲିଟିବ୍ୟୁରୋ ମେମ୍ବର ଥିଲେ। ତାଙ୍କ ମୁଣ୍ଡ ଉପରେ କୋଟିଏ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ଝାଡଖଣ୍ଡ ପୋଲିସ। ଏଥିସହ କିଶନ ଦା ମାଓ ସଂଗଠନର ପୂର୍ବାଞ୍ଚଳ ଆଞ୍ଚଳିକ ସଂପାଦକ ଥିଲେ। ବିହାର, ଝାଡକଣ୍ଡ ଓ ପଶ୍ଚିମବଙ୍ଗ ଦାୟିତ୍ଵରେ ଥିଲେ। ଏପରିକି କିଶନଙ୍କ ପତ୍ନୀ ସିଲା ମାରାଣ୍ଡି ମଧ୍ୟ ଜଣେ ଟପ୍ ମାଓନେତ୍ରୀ ଥିଲେ। ସେ ମାଓବାଦୀଙ୍କ ଅଗ୍ରଣୀ ସଂଗଠନ ନାରୀ ମୁକ୍ତି ସଂଘର ମୁଖ୍ୟ ଅଛନ୍ତି।  ୨୦୦୬ରେ ସିଲା ଓଡିଶାରେ ଗିରଫ ହୋଇ ଜେଲ୍‌ରେ ଥିଲେ। ୨୦୧୬ରେ ସିଲାଙ୍କୁ ରାଉରକେଲା ଜେଲରୁ ମୁକ୍ତ କରାଯାଇଥିଲା।

ଝାଡଖଣ୍ଡ ପୋଲିସ ଅନୁଯାୟୀ, କେନ୍ଦ୍ର ଗୁଇନ୍ଦା ଏଜେନ୍ସି ଆଇବି ପ୍ରଶାନ୍ତ ବୋଷ ସମେତ ଅନ୍ୟ ଜଣେ ଗିରିଡିହର ପାରସନାଥରୁ ସରାୟକେଲା ଫେରୁଥିବାର ସୂଚନା ଦେଇଥିଲେ। ଏହା ପରେ ସରାୟକେଲା ପୋଲିସ ସ୍କୋର୍ପିଓରେ ଯାଉଥିବା ପ୍ରଶାନ୍ତ ବୋଷ, ଶୀଲା ମରାଣ୍ଡି, ସଂଗଠନର ଅନ୍ୟ ସଦସ୍ୟ ଏବଂ କୋରିୟର କାମ କରୁଥିବା ଜଣେ ଯୁବକଙ୍କୁ ମୁଣ୍ଡରୀ  ଟୋଲନାକା ନିକଟରୁ ଗିରଫ କରିଛି। ଗିରଫ ଚାରି ଜଣଙ୍କୁ ଗୁପ୍ତ ସ୍ଥାନରେ ରଖି ପୋଲିସ ପଚରା ଉଚୁରା କରୁଛି। ପ୍ରଶାନ୍ତ ବୋଷଙ୍କ ଉପରେ ଝାଡଖଣ୍ଡରେ ୭୦ରୁ ଅଧିକ ମାଓ ଗତିବିଧିରେ ସଂପୃକ୍ତି ଥିବାର ମାମଲା ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.