Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଦେଶରେ ଲଗାମଛଡା ବଡ ବଡ ଷ୍ଟିଲ ଓ ସିମେଣ୍ଟ କମ୍ପାନୀ : ଖୁବଶୀଘ୍ର ଆସିବ ନୂଆ ନିୟମ, ବେଆଇନ ମୂଲ୍ୟ ବୃଦ୍ଧି ଉପରେ ଲାଗିବ ରୋକ-ଗଡକରୀ

11/01/2021 at 5:13 PM

ନୂଆଦିଲ୍ଲୀ ୧୧/୦୧ : ଦେଶରେ ବଡ ବଡ ଷ୍ଟିଲ୍ ଏବଂ ସିମେଣ୍ଟ କାରଖାନାମାନଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିବେ କେନ୍ଦ୍ର ସରକାର । କମ୍ପାନୀମାନେ ମନଇଚ୍ଛା ଉତ୍ପାଦକ ଦ୍ରବ୍ୟଗୁଡିକର ମୂଲ୍ୟ ବୃଦ୍ଧିକରୁଥିବାରୁ ସରକାର ଆଗାମୀ ଦିନରେ ନୂଆ ନିୟମ ପ୍ରଚଳନ କରିବାକୁ ଯାଉଛନ୍ତି ବୋଲି କହିଛନ୍ତି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ସେ କହିଛନ୍ତି ଦେଶରେ ଆନୁଷଙ୍ଗିକ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଏହା ଜରୁରୀ ବୋଲି ଗଡକରୀ କହିଛନ୍ତି ।

ଦକ୍ଷିଣାଞ୍ଚଳ ବିଲଡର ଆସୋସିଏସନ୍ ପ୍ରସ୍ତାବ ଦେଇଛି ଯେ, ଷ୍ଟିଲ ଏବଂ ସିମେଣ୍ଟ କମ୍ପାନୀଗୁଡିକ ପାଇଁ ସରକାର ଏକ ସ୍ବତନ୍ତ୍ର ନିୟାମକ ପ୍ରଚଳନ କରିବା ଉଚିତ । ଏହି ପ୍ରସ୍ତାବ ଉପରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ଏହା ଏକ ଭଲ ପ୍ରସ୍ତାବ । ଏ ନେଇ ସମାଧାନର ରାସ୍ତା ବାହାର କରିବା ପାଇଁ ଚିନ୍ତା କରାଯାଉଛି । କେନ୍ଦ୍ର ଅର୍ଥ ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଏ ବାବଦରେ ଆଲୋଚନା କରାଯିବ ବୋଲି ଗଡକରୀ କହିଛନ୍ତି ।

ଏହା ପୂର୍ବରୁ ମଧ୍ୟ, କମ୍ପାନୀଗୁଡିକ ବେଆଇନ ଭାବେ ଉତ୍ପାଦକ ମୂଲ୍ୟ ବୃଦ୍ଧି କରୁଥିବା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ନୀତିନ ଗଡକରୀ । ଏହା ସହ ​‌ସେ କହିଛନ୍ତି, ଦେଶରେ ବଡ ବଡ ଷ୍ଟିଲ ଏବଂ ସିମେଣ୍ଟ କମ୍ପାନୀଗୁଡିକ ଏପରି ଭାବେ ମୂଲ୍ୟ ବୃଦ୍ଧି କଲେ ପ୍ରଧାନମନ୍ତ୍ରୀଙ୍କ ୫ ଟ୍ରିଲିୟନ ଡଲାର ଅର୍ଥନୀତି ପୂରଣ କରିବା କଷ୍ଟକର ହୋଇପଡିବ । ତେବେ ଆଗାମୀ ୫ ବର୍ଷ ମଧ୍ୟରେ ଆନୁଷଙ୍ଗିକ ଭିତ୍ତିଭୂମି ପ୍ରକଳ୍ପ ପାଇଁ ୧୧୧ ଲକ୍ଷ କୋଟି ନିବେଶ କରାଯିବ ବୋଲି ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ।

   Related Posts