ଚାଷ ଜମିରୁ ବିଶାଳକାୟ ଅଜଗର ସାପ ଉଦ୍ଧାର

Published By : Prameya-News7 Bureau | October 09, 2020 IST

ଜୟପୁର ୯।୧୦: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଳକ ଅନ୍ତର୍ଗତ ମାଲିବେଲ ଗାଁରୁ ଜଣେ ଚାଷୀଙ୍କ ଚାଷ ଜମିରୁ ଗୋଟିଏ ବିଶାଳକାୟ ଅଜଗର ସାପ ବନ ବିଭାଗ କର୍ମଚାରୀଙ୍କ ଦ୍ବାରା ଉଦ୍ଧାର ହୋଇଛି।

ମିଳିଥିବା ସୂଚନା ଅନୁସାରେ ଏହି ଗାଁର ଟଙ୍କଧର ଭାଟଗରିଆଙ୍କ ଜମିରେ ଏହି ସାପଟି ବୁଲୁଥିବାର ଦେଖିବାକୁ ମିଳିଥିଲା । ଏହାକୁ ଦେଖି ବନ ବିଭାଗକୁ ଖବର ଦିଆଯାଇଥିଲା । ବନ ବିଭାଗ କର୍ମଚାରୀ ପହଞ୍ଚି ଅଜଗର ସାପଟିକୁ ଉଦ୍ଧାର କରିଛନ୍ତି । ଆସନ୍ତାକାଲି ଏକ ସୁରକ୍ଷିତ ସ୍ଥାନରେ ସାପଟିକୁ ଛଡାଯିବ ବୋଲି ବନ ବିଭାଗ ତରଫରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.