ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ବିଶାଳକାୟ ସିଲଭର୍ ରୋହି, ଓଜନ ପ୍ରାୟ ୪୫ରୁ ୫୦କେଜି

Published By : Prameya-News7 Bureau | September 14, 2021 IST

ଜୟପୁର ୧୪।୯: ଜୟପୁର ଜଗନ୍ନାଥ ସାଗରରୁ ଧରା ପଡିଲା ବିଶାଳକାୟ ମାଛ । ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଏହି ମାଛ ପଡିଥିବା ବେଳେ ଏହାର ଓଜନ ୪୫ରୁ ୫୦ କେଜି ହେବ ବୋଲି କହିଛନ୍ତି ମତ୍ସ୍ୟଜୀବୀ । ଏହା ସିଲଭର ରୋହି ମାଛ । ବର୍ଷା ଦିନେ ଜଗନ୍ନାଥ ସାଗରରେ ଅଧିକ ପାଣି ହେଲେ ଏହା ଜାଲରେ ପଡିଥାନ୍ତି। ପୂର୍ବରୁ ମଧ୍ୟ ଏହି ମାଛକୁ ମତ୍ସ୍ୟଜୀବୀମାନେ ଧରିଥିବା ବେଳେ ସେଗୁଡିକର ଓଜନ ୩୦ କେଜି ଭିତରେ ରହୁଥିଲା । କିନ୍ତୁ ଏତେ ବଡ ମାଛ ପୂର୍ବରୁ କେବେ ସେମାନେ ଧରି ନଥିବା କହିଛନ୍ତି। ଏହି ମାଛର ବଜାର ମୂଲ୍ୟ ୮ରୁ ୧୦ହଜାର ଟଙ୍କା ହେବ।

{"id":511177,"width":753,"height":414,"sizeSlug":"full","linkDestination":"none"}

ସୋମବାର ରାତିରେ ମତ୍ସ୍ୟଜୀବୀମାନେ ସାଗରରେ ଜାଲ ପକାଇଥିବା ବେଳେ ମଙ୍ଗଳବାର ସକାଳୁ ସକାଳୁ ମାଛଟି ଜାଲରେ ପଡିଥିଲା। ଆଉ ୪ ଜଣ ମତ୍ସ୍ୟଜୀବୀ ଜାଲରୁ ଏହି ମାଛଟିକୁ କାଢି ଆଣିଥିଲେ। ଏହି ମାଛ ଖାଇବାକୁ ଖୁବ୍ ସ୍ବାଦିଷ୍ଟ ଓ ଏହାର ବଜାରରେ ବେଶ୍ ଚାହିଦା ଥିବା କହିଛନ୍ତି ମତ୍ସ୍ୟଜୀବୀ । ଏହି ମାଛକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ ବେଶ୍ ଜମିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.