ଅମିତ ଶାହା, ନବୀନ ଓ ନିରଞ୍ଜନଙ୍କ ପ୍ରଚାରରେ କମ୍ପିଲା ମଇଦାନ, ଦ୍ବିତୀୟ ପର୍ଯ୍ୟାୟ ପାଇଁ ବଡ ଟକ୍କର

Published By : Prameya-News7 Bureau | April 12, 2019 IST

ଭୁବନେଶ୍ବର୧୨|୪: ଗୋଟିଏ କଥା ଆଭାସ ମିଳିଛି ପ୍ରଥମ ପର୍ଯ୍ୟାୟରେ କଡ଼ା ଟକ୍କର ହେବ । ପ୍ରଥମ ପର୍ଯ୍ୟାୟ ଭୋଟ୍ ସରୁ ସରୁ ଦ୍ବିତୀୟ ପର୍ଯ୍ୟାୟ ଲାଗି କମ୍ପିଲାଣି ମୈଦାନ । ଆଜି କେନ୍ଦୁଝରରେ ଅମିତ ଶାହା ସାଧାରଣ ସଭା କରିଥିବା ବେଳେ ଗଂଜାମରେ ରୋଡ୍ ସୋ କରିଥିଲେ ନବୀନ ।  ସେପଟେ ସାନଖେମୁଣ୍ଡିରେ କଂଗ୍ରେସ ଲାଗି ଭୋଟ୍ ମାଗିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। …..

{"id":102927}

କମ୍ଫିଲା ମୈଦାନ୍ । ହାଇଭୋଲଟେଜ୍ ପ୍ରଚାର । ଗୋଟେ ପଟେ କେନ୍ଦୁଝରରେ ଶାହାଙ୍କ ଗର୍ଜ୍ଜନ । ଆଉ ସେପଟେ ଗଂଜାମରେ ଚାଲିଥିଲା ନବୀନଙ୍କ ରୋଡ ସୋ । ଏସବୁ ଭିତରେ ପିସିସି ସଭାପତି ବି ଲଗାଇଥିଲେ ଦମ୍ । କେନ୍ଦୁଝରର ମେଡିକାଲ କଲେଜ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ବିଜେଡି ଉପରେ ବର୍ଷିଥିଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ।

{"id":102928}

ବିଜେପି ରାଜ୍ୟରେ ସରକାର ଗଢିଲେ ଓଡ଼ିଶା ଏକ ନମ୍ବର ହେବ ବୋଲି କହିଥିଲେ । ଏହା ସହ କେନ୍ଦୁଝରର ପାନୀୟ ଜଳ  ଓ ସ୍ବାସ୍ଥ୍ୟ ସମସ୍ୟାକୁ ବି ଉଠାଇଥିଲେ ଶାହା । ମୋଦି ସରକାର ମେଡିକାଲ କଲେଜ ଲାଗି  ପ୍ରୟାସ କରୁଥିବା ବେଳେ ରାଜ୍ୟ ସହଯୋଗ କରୁ ନ ଥିବା ଆରୋପ କରିଥିଲେ । ବିଜେପି ସରକାର କଲେ କେନ୍ଦୁଝରରେ ଆଉ ଏକ ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଶାହା । ଏହା ବାଦ୍ କଂଗ୍ରେସକୁ ବି ଆଟାକ କରିଥିଲେ । ତେବେ ଶାହାଙ୍କ ଆରୋପର ଉତ୍ତର ରଖିଛି ବିଜେଡି ।

{"id":102931}

ସେପଟେ ଗଞ୍ଜାମରେ ମାରାଥନ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପାଟପୁର ଠାରୁ ସାନଖେମୁଣ୍ଡି ଯାଏଁ  ରୋଡ୍  ସୋ କରିଥିଲେ। ପୁଣି ଥରେ କାଳିଆ ଟଙ୍କା ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ଚାଷୀ କୂଳ ଏହାର ଜବାବ ଦେବେ ବୋଲି ସେ କହିଛନ୍ତି ।

{"id":102932}

ଆସ୍କା ଲୋକସଭା ଅଧୀନର ବିଭିନ୍ନ କ୍ଷେତ୍ରରେ ପ୍ରଚାର କରିଥିଲେ ନବୀନ । ସେପଟେ ନବୀନଙ୍କ ପ୍ରଚାର ସହ ସାନଖେମୁଣ୍ଡିରେ କଂଗ୍ରେସର ସୋ ବି ଥିଲା ଚର୍ଚ୍ଚାରେ ।

{"id":102933}

ପିସିସି ସଭାପତି ନିରଂଜନ ପଟ୍ଟନାୟକ ସାନଖେମୁଣ୍ଡିର ଦଳୀୟ ପ୍ରାର୍ଥୀ ରମେଶ ଜେନା ଓ ଆସ୍କା ଲୋକସଭାରୁ କଂଗ୍ରେସ ଓ ବାମମେଣ୍ଟର ପ୍ରାର୍ଥୀ ସିପିଆଇର ରାମକୃଷ୍ଣ ପଣ୍ଡାଙ୍କ ଲାଗି ଭୋଟ୍ ମାଗିଥିଲେ ।  କଂଗ୍ରେସ ସରକାରଙ୍କୁ ଆସିଲେ ଚାଷୀଙ୍କ ଦୁଃଖ ଦୂର ହେବ ବୋଲି କହିଥିଲେ ନିରଂଜନ ।

{"id":102934}

ସେପଟେ ସୁବର୍ଣ୍ଣପୁର, ଟିଟିଲାଗଡ଼ ଓ ବଲାଙ୍ଗିରରେ ନିର୍ବାଚନ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟରେ ହେବାକୁ ଥିବା ୫ ଲୋକସଭା ଓ ୩୫ ବିଧାନସଭା କ୍ଷେତ୍ରରେ ଆସୁଛି । ଯେଉଁଥିରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ୨ଟି ଯାକ ନିର୍ବାଚନ ମଣ୍ଡଳି ।

{"id":102935}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.