Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଲାଗିଲା ବଡ ଝଟକା, ସଂସଦରେ ସାବ୍ୟସ୍ତ କରି ପାରିଲେ ନାହିଁ ବହୁମତ

10/05/2021 at 6:20 PM

କାଠମାଣ୍ଡୁ ୧୦।୦୫: ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଲାଗିଲା ଜୋରଦାର ଝଟକା। ସୋମବାର ସଂସଦର ନିମ୍ନ ସଦନରେ ବହୁମତ ସାବ୍ୟସ୍ତ କରିବାରେ ବିଫଳ ହୋଇଛନ୍ତି ଓଲି। ପୁଷ୍ପକମଲ ଦହଲ ଓରଫ ପ୍ରଚଣ୍ଡଙ୍କ ନେତୃତ୍ଵାଧୀନ ନେପାଳ କମ୍ୟୁନିଷ୍ଟ ପାର୍ଟି ଓଲି ସରକାରଙ୍କଠୁ ସମର୍ଥନ ପ୍ରତ୍ୟାହାର ପରେ କେପି ଶର୍ମାଙ୍କୁ ନିମ୍ନ ସଦନରେ ବହୁମତ ସାବ୍ୟସ୍ତ କରିବାର ଥିଲା। ଏଥିପାଇଁ ସୋମବାର ସଂସଦରେ ସ୍ଵତନ୍ତ୍ର ଅଧିବେଶନ ଡକାଯାଇଥିଲା। ହେଲେ ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରିବାରେ କେପି ଶର୍ମା ଓଲି ବିଫଳ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ଓଲି ୨୭୫ ସଦସ୍ୟ ବିଶିଷ୍ଟ ନିମ୍ନ ସଦନରେ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଛନ୍ତି। ଅନାସ୍ଥା ଭୋଟ୍ ପୂର୍ବରୁ ଓଲିଙ୍କୁ ବଡ ଝଟକା ଲାଗିଥିଲା। କାରଣ ତାଙ୍କ ପାର୍ଟିର ସାଂସଦଙ୍କ ଏକ ବର୍ଗ ସୋମବାର ସଂସଦର ସ୍ଵତନ୍ତ୍ର ଅଧିବେଶନରେ ଯୋଗ ନଦେବାକୁ ନିଷ୍ପତ୍ତି ନେଇଥିଲେ।

ପାର୍ଟିର ଜଣେ ନେତା ଭୀମ ରାଉଲ ପୂର୍ବରୁ କହିଥିଲେ ଯେ, ପାର୍ଟିର ଅସନ୍ତୁଷ୍ଟ ଗୋଷ୍ଠୀର ୨୦ରୁ ଅଧିକ ସାଂସଦ ଅଧିବେଶନକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳସ୍ଵରୂପ ପ୍ରଧାନମନ୍ତ୍ରୀଙ୍କୁ ନିଜ ପାର୍ଟିର ଅସନ୍ତୁଷ୍ଟ ଗୋଷ୍ଠୀଠୁ ଭୋଟ୍ ମିଳିବାର ସମ୍ଭାବନା କମି ଯାଇଥିଲା।

ଓଲି ପାର୍ଟିର ଅସନ୍ତୁଷ୍ଟ ଗୋଷ୍ଠୀକୁ ତରବରିଆ ଭାବେ କୌଣସି ନିଷ୍ପତ୍ତି ନନେବାକୁ ଅନୁରୋଧ କରିଥିଲେ। ଏକାଠି  ବସି ଆଲୋଚନା କରିବା ଏବଂ କୌଣସି ସମସ୍ୟାର ସମାଧାନ କରିବା ବୋଲି ଓଲି କହିଥିଲେ। ଓଲିଙ୍କୁ ୨୦୧୮ରେ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳର ସମର୍ଥନରେ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଥିଲା। ଏହାର ଅଧ୍ୟକ୍ଷ ଥିଲେ ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ। ହେଲେ ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟ ପାର୍ଟିର ମିଶ୍ରଣକୁ ରଦ୍ଦ କରିଥିଲେ।

   Related Posts