ପିଏମ୍ କିଶାନ୍ ଯୋଜନାରେ ୧୧୦ କୋଟି ଟଙ୍କା ଦୁର୍ନୀତି: ୩୪ ଅଧିକରୀ ନିଲମ୍ବିତ

Published By : Prameya-News7 Bureau | September 09, 2020 IST

ନୂଆଦିଲ୍ଲୀ ୦୯/୦୯ : ମୋଦି ସରକାରଙ୍କ ସବୁଠାରୁ ବଡ ଯୋଜନାରେ ଦୁର୍ନୀତି ହୋଇଥିବା ମାମଲା ସାମ୍ନାକୁ ଆସିଛି | ପିଏମ କିଶାନ ସମ୍ମାନ ନିଧି ଯୋଜନାରେ କିଛି ଅଯୋଗ୍ୟ ଲୋକେ ଯୋଜନାର ଲାଭ ଉଠାଇଥିବା ମାମଲା ସାମ୍ନାକୁ ଆସିଛି | ଗରିବଙ୍କ ଲାଭ ପାଇଁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ ୧୧୦ କୋଟି ଟଙ୍କାରୁ ଅଧିକ ଦୁର୍ନୀତି ହୋଇଥିବା ତାମିଲନାଡୁ ସରକାରଙ୍କ ଦ୍ୱାରା ଖୁଲାସା ହୋଇଛି | ଅନଲାଇନରେ ୧୧୦ କୋଟି ଟଙ୍କାରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଥିବା ଯାଞ୍ଚରେ ଜଣାପଡିଛି | ଇଣ୍ଡିଆନ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ, ଏହି ମାମଲାରେ ଏବେ ସୁଦ୍ଧା ୧୮ ଜଣଙ୍କୁ ଗିରଫ କରାଯାଇଛି |

ପ୍ରମୁଖ ସଚିବ ଗଗନଦୀପ ସିଂହ ବେଦୀ କହିଛନ୍ତି ଯେ ଅଗଷ୍ଟ ମାସରେ ପ୍ରଥମଥର ପାଇଁ ଏହି ଯୋଜନାରେ ଅସାମାନ୍ୟ ରୂପରେ ଲାଭାର୍ଥିଙ୍କ ସଂଖ୍ୟା ବଢିଥିବା ପରିଲକ୍ଷିତ ହୋଇଥିଲା | ବିଶେଷକରି ୧୩ ଜିଲ୍ଲାରେ ଲାଭାର୍ଥିଙ୍କ ସଂଖ୍ୟା ବଢିଥିବା ଦେଖାଯାଇଛି | ମାମଲାରେ ୧୮ ଜଣଙ୍କୁ ଗିରଫ କରାଯାଇଛି | ଏମାନେ ଏଜେଣ୍ଟ ଥିଲେ | କିଶାନ ଯୋଜନା ସହ ଜଡିତ ୮୦ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି | ମାମଲାରେ ୩୪ ଅଧିକାରୀଙ୍କୁ ନିଲମ୍ବିତ ମଧ୍ୟ କରାଯାଇଛି | 

କୃଷି ବିଭାଗର ଅଧିକାରୀମାନେ ଅନଲାଇନ ଆବେଦନ ଅନୁମୋଦନ ପ୍ରଣାଳୀ ଉପଯୋଗ କରି ଅବୈଧ ଭାବେ ଅନେକ ଲାଭାର୍ଥିଙ୍କୁଏହି ଯୋଜନାରେ ସଂଯୋଜିତ କରିଥିଲେ | ମାଡ଼ସ ଅପରେଣ୍ଡିରେ ସରକାରୀ ଅଧିକାରୀ ସାମିଲ ଥିଲେ, ଯେଉଁମାନେ ନୂଆ ଲାଭାର୍ଥି ସହ ଯୋଡ଼ୁଥିବା ଦଲାଲଙ୍କୁ ଲଗ୍‌ଇନ୍ ପାସୱାର୍ଡ଼ ପ୍ରଦାନ କରୁଥିଲେ ଏବଂ ସେମାନଙ୍କୁ ୨ ହଜାର ଟଙ୍କା ଦେଉଥିଲେ |

ସରକାର ବର୍ତ୍ତମାନ ୧୧୦ କୋଟି ଟଙ୍କା ମଧ୍ୟରୁ ୩୨ କୋଟି ଟଙ୍କା ଅସୁଲ କରିଛନ୍ତି | ତାମିଲନାଡୁ ସରକାର ଦାବି କରିଛନ୍ତି ଯେ ବାକି ଟଙ୍କା ଆଗାମୀ ୪୦ ଦିନ ମଧ୍ୟରେ ଅସୁଲ ହୋଇଯିବ | ଅଧିକାଂଶ ନୂଆ ଲାଭାର୍ଥି ଏହି ଯୋଜନାରୁ ଅଜଣା ଥିଲେ କିମ୍ବା ଏହି ଯୋଜନାରେ ସାମିଲ ହୋଇନଥିଲେ | କଲ୍ଲାକୁରିଚୀ, ବିଲ୍ଲୁପୁରମ୍, କୁଡ୍ଡଲୋର, ବେଲ୍ଲୋର, ରାନିପେଟ୍, ସଲେମ୍, ଧର୍ମପୁରୀ, କୃଷ୍ଣ୍ଣଗିରି ଆଦି ଜିଲ୍ଲାରେ ଦୁର୍ନୀତି ହୋଇଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.