Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ପ୍ରେମିକ ସହ ଖଣ୍ଡାଧାର ବୁଲି ବାହାରିଥିଲେ, ଉପରେ ପଡିଲା ବିଶାଳ ଶାଳଗଛ, ଜୀବନ ହାରିଲା ପ୍ରେମିକା

20/04/2021 at 8:45 AM

ରାଉରକେଲା,୧୯/୪ : ପ୍ରେମିକ ସହ ଖଣ୍ଡାଧାର ବୁଲି ଯାଇଥିଲେ । କିନ୍ତୁ ଛପି ରହିଥିଲା ମୃତ୍ୟୁ । ଏହାର ଟେର୍ ମଧ୍ୟ ପାଇନଥିଲେ ପ୍ରେମିକା ଜଣଙ୍କ । କିନ୍ତୁ ବୁଲିଗଲା ସମୟରେ ବାଇକ୍ ଉପରେ ଖସି ପଡିଲା ବିଶାଳ ଶାଳ ଗଛ । ଚାଲିଗଲା ପ୍ରେମିକାର ଜୀବନ । ଏପରି ଏକ ଅଘଟଣ ଘଟିଛି ସୁନ୍ଦରଗଡ ମହୁଲପଦାଠାରେ ।

ସୂଚନାନୁସାରେ, ଏକ ପ୍ରେମୀଯୁଗଳ ସୁନ୍ଦରଗଡର ପ୍ରସିଦ୍ଧ ଜଳପ୍ରପାତ ଖଣ୍ଡାଧାର ବୁଲିବାକୁ ବାହାରିଥିଲେ । ତେବେ ସେମାନେ ଜାଣିନଥିଲେ ବାଟରେ ଛକି ରହିଥିଲା ମୃତ୍ୟୁ । ବାଇକରେ ଯିବା ବେଳେ ମହୁଲପଦାଠାରେ ହଠାତ ଏକ ବିରାଟ ଶାଳ ଗଛ ସେମାନଙ୍କ ବାଇକ୍ ଉପରେ ପଡିଯାଇଥିଲା । ଏଥିରେ ପ୍ରେମିକାଜଣଙ୍କ ପ୍ରାଣ ହରାଇଥିଲେ । ପ୍ରେମିକର ଆଖି ସାମ୍ନାରେ ଜୀବନ ହାରିଥିଲେ ପ୍ରେମିକା ।

କିନ୍ତୁ ପ୍ରେମିକାକୁ ଡାକ୍ତରଖାନା ନେବା କିମ୍ବା କୌଣସି ସମ୍ପର୍କୀୟଙ୍କୁ ଖବର ଦେବା ବଦଳରେ ଘଟଣାସ୍ଥଳରୁ ଛୁ ମାରିଥିଲା ପ୍ରେମିକ ।  ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତ୍ୟୁବରଣ କରିଥିବା ଯୁବତୀ ଲାଠିକଟା ଥାନା ଏରଗେଢ଼ା ଗାଁର ଅନିତା ଭୂମିଜ ବୋଲି ଜଣାପଡିଛି ।  ସେହିପରି ଫେରାର ପ୍ରେମିକକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ କରୁଛି ।

   Related Posts