Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପୁଲବାମା ବିସ୍ପୋରଣ ଲାଗି Amazonରୁ କିଣାଯାଇଥିଲା କେମିକାଲ: NIA

7/03/2020 at 2:09 PM

ନୂଆଦିଲ୍ଲୀ ୭।୩: ଜାତୀୟ ତଦନ୍ତକାରୀ ସଂସ୍ଥାନ (ଏନଆଇଏ)   ପୁଲବାମା ଶନିବାର ବିସ୍ଫୋରଣର ବଡ ଖୁଲାସା କରିଛି। ଏହି ବିସ୍ଫୋରଣ ଲାଗି ଆତଙ୍କବାଦୀମାନେ ଇ-କମର୍ସ ସାଇଟ୍ ଆମାଜନରୁ ରସାୟନିକ ଓ ଅନ୍ୟ ଜରୁରି ସାମଗ୍ରୀ କ୍ରୟ କରିଥିବାର ଏନଆଇଏ ଏକ ରିପୋର୍ଟରେ ଦାବି କରିଛି। ଏନଆଇଏ ଏହି ବିସ୍ଫୋରଣରେ ସମ୍ପୃକ୍ତ ଆଉ ୨ ଜଣଙ୍କୁ ଶୁକ୍ରବାର ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ଜଣେ ଆଇଇଡି ପ୍ରସ୍ତୁତି ଲାଗି କେମିକାଲ ଆମାଜନରୁ ମଗାଇଥିବାର କହିଛି।

ଶୁକ୍ରବାର ଏନଆଇଏ ବଜିର ଉଲ ଇସ୍ଲାମ (୧୯) ଓ ମହମ୍ମଦ ଆବାସ ରାଠେର (୩୨)କୁ ଗିରଫ କରିଥିଲା। ବଜିର ଶ୍ରୀନଗରର ବାଗ୍-ଏ-ମେହେତାବ ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ରାଠେର ପୁଲବାମା ହକିରୀପୁରା ଗାଁର ବାସିନ୍ଦା। ଏମାନଙ୍କ ମଧ୍ୟରୁ ବଜିର ଆଇଇଡି ପ୍ରସ୍ତୁତ କରିବା ଲାଗି ବ୍ୟାଟେରୀ, କେମିକାଲ ଓ ଅନ୍ୟ ଜରୁରି ସାମଗ୍ରୀ ଆମାଜନରୁ ମଗାଇଥିବା କହିଛି। ସେମାନେ ଜୈସ-ଏ-ମହମ୍ମଦ ପରାମର୍ଶରେ ଏପରି କରିଥିବାର ସେ କହିଛି। ପରାମର୍ଶ ଅନୁସାରେ ବଜିର ହିଁ ଏ ସବୁକୁ ଆମାଜନରେ ମଗାଇ ନିଜେ ଜୈସ ଆତଙ୍କବାଦୀଙ୍କ ପର୍ଯ୍ୟନ୍ତ ପହଞ୍ଚାଇଥିଲା।

ତେବେ ରାଠେର ପୁଲବାମାରେ ଜୈସ ଆତଙ୍କବାଦୀଙ୍କୁ ନିଜ ଘରେ ରହିବାକୁ ଦେଇଥିବାର ତଦନ୍ତ ବେଳେ ଜଣାପଡିଛି। ରାଠେର ମଧ୍ୟ ଜୈସ ଲାଗି କାମ କରୁଛି। ପୁଲବାମା ବିସ୍ଫୋରଣ ଲାଗି ଏପ୍ରିଲ-ମେ ୨୦୧୮ରେ ଆଇଇଡି ବିଶେଷଜ୍ଞ ମହମ୍ମଦ ଉମର ପୁଲବାମା ପହଞ୍ଚିଥିଲା। ସେତେବେଳେ ରାଠେର ନିଜ ଘରେ ତାର ରହିବାର ବ୍ୟବସ୍ଥା କରିଥିଲା। ଏନଆଇଏ ତଦନ୍ତ ପରେ ଏପର୍ଯ୍ୟନ୍ତ ବଜିର ଓ ରାଠେର ସମେତ ମୋଟ ୫ ଜଣ ଗିରଫ ହେଲେଣି। ଏହି ୧୪ ଫେବୃଆରୀ ୨୦୧୯ର ଏହି ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ସିଆରପିଏଫଜବାନ ପ୍ରାଣ ହରାଇଥିଲେ।

   Related Posts