Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଟି-୨୦ ବିଶ୍ଵ କପ୍ ପାଇଁ ଭାରତୀୟ ଦଳରେ ବଡ ପରିବର୍ତ୍ତନ, ଏହି ଖେଳାଳିଙ୍କ ସ୍ଥାନ ନେଲେ ଶାର୍ଦ୍ଦୁଳ ଠାକୁର, ୟୁଏଇରେ ରହିବେ ଭେଙ୍କଟେଶ

13/10/2021 at 5:35 PM

ଦୁବାଇ ୧୩।୧୦:  ଅକ୍ଟୋବର ୧୭ରୁ ଆରମ୍ଭ ହେଉଥିବା ଟି-୨୦  ବିଶ୍ଵ କପ୍ ପାଇଁ ଘୋଷିତ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲ୍‌ଙ୍କ ସ୍ଥାନରେ ଦ୍ରୁତ ବୋଲିଂ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସାମିଲ୍ କରାଯାଇଛି। ଦମଦାର ଫର୍ମରେ ଥିବା ଶାର୍ଦ୍ଦୁଳଙ୍କ ୧୫ ଜଣିଆ ଭାରତୀୟ ଦଳରେ ସ୍ଥାନ ମିଳିଛି। ଅନ୍ୟପଟେ ଅକ୍ଷରଙ୍କୁ ରିଜର୍ଭ ଖେଳାଳି ଭାବେ ଦଳରେ ରଖାଯାଇଛି।

କୁହାଯାଉଛି ଦଳରେ ଏହି ପରିବର୍ତ୍ତନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ୍‌କୁ ଦୃଷ୍ଟିରେ ରଖି ନିଆଯାଇଛି। କାରଣ ସେ ସଂପୂର୍ଣ୍ଣ ଫିଟ୍ ନାହାନ୍ତି। ଆଇପିଏଲ ୨୦୨୧ରେ ହାର୍ଦ୍ଦିକ  ବୋଲିଂ ମଧ୍ୟ କରି ନାହାନ୍ତି। ତେଣୁ ଦ୍ରୁତ ବୋଲିଂ କରିବା ସହ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିବା ଶାର୍ଦ୍ଦୁଳଙ୍କୁ ଦଳରେ ସାମିଲ୍ କରାଯାଇଛି।

ଭାରତ ନିଜର ପ୍ରଥମ ମୁକାବିଲାରେ ଚିର ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ଅକ୍ଟୋବର ୨୪ରେ ଭେଟିବ। ଚେତନ ଶର୍ମାଙ୍କ ନେତୃତ୍ଵାଧୀନ ଚୟନ କମିଟି ଏହା ପୂର୍ବରୁ ସେପ୍ଟେମ୍ବରରେ ୧୫ ଜଣିଆ ଦଳରେ ଆଠ ନୂତନ ଚେହେରା ସାମିଲ୍ କରିଥିଲେ। ଟି-୨୦ରେ ଅଧିନାୟକ ଭାବେ ବିରାଟ କୋହଲିଙ୍କ ଏହା ଭାରତ ପାଇଁ ଶେଷ ଟୁର୍ଣ୍ଣାମେଣ୍ଟ।

ଭାରତୀୟ ବିଶ୍ଵ କପ୍ ଦଳ

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରାହୁଲ ଚହର, ଆର ଅଶ୍ଵିନ, ଶାର୍ଦ୍ଦୁଳ ଠାକୁର, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା, ଭୁବନେଶ୍ଵର କୁମାର, ମହମ୍ମଦ ଶାମି।

ଭାରତୀୟ ଦଳକୁ ସାହାଯ୍ୟ କରିବା ପାଇଁ ୟୁଏଇରେ ରହିବେ ଏହି ଖେଳାଳି

ଅଭେଶ ଖାନ, ଉମରାନ ମଲିକ, ହର୍ଷଲ ପଟେଲ୍, ଲୁକମାନ ମେରିଓ୍ଵାଲା, ଭେଙ୍କଟେଶ ଆୟର, କର୍ଣ୍ଣ ଶର୍ମା, ଶାହବାଜ ଅହମ୍ମଦ ଓ କୃଷ୍ଣପ୍ପା ଗୌତମ।

   Related Posts